Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ
ଅଧିକାଂଶ ସମୟ ମନ ଅସ୍ଥିର ରହିଲେ ମଧ୍ୟ ସମସ୍ୟା ସମାଧାନ ହୋଇଯିବ । ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ରହିପାରେ । ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି ।
ବୃଷ
ବୃଷ

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ବନ୍ଧୁ ଗହଣରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହନ୍ତୁ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଯାନ୍ତ୍ରିକ ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ ।

ମିଥୁନ
ମିଥୁନ
ଆଜି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି କୃତକାର୍ଯ୍ୟ ହେବେ । ସ୍ବାର୍ଥସାଧନ ମାନସରେ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ,ଏଣୁ ଏଥିପ୍ରତି ସତର୍କ ରହିବା ଭଲ । କଳା, ସାହିତ୍ୟ, ସାମ୍ବାଦିକତା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । କର୍ମକ୍ଷେତ୍ରରେ ଖଳପ୍ରକୃତି ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି ।
କର୍କଟ
କର୍କଟ
ଅତୀତ ଘଟଣାର ସମୀକ୍ଷା କରି ମନ
ବିଷାଦଗ୍ରସ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ । ଋଣ ସୂତ୍ରରେ ଅର୍ଥଲାଭ କରିବେ ଓ ଶିଳ୍ପ ବାଣିଜ୍ୟରେ ଉନ୍ନତି ଘଟିବ । ସାହିତ୍ୟ, କଳା,
ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।
ସି˚ହ
ସି˚ହ
ଆଜିର କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବାରୁ ମାନସିକ ଭାରସାମ୍ୟ ହରାଇବେ । ନମ୍ରତା ଓ ବିନୟର ସହ କହିଲେ ବନ୍ଧୁ ତାହାକୁ ବିଚାର କରିପାରନ୍ତି । ଘର କଥା ମନକୁ ବେଶି ଆନ୍ଦୋଳିତ କରିବା ସଙ୍ଗକୁ ନୂତନ ଦାୟିତ୍ୱ ହାତକୁ ନେଇ ବିବ୍ରତ ହୋଇପାରନ୍ତି ।
କନ୍ୟା
ବାରମ୍ବାର ଚେଷ୍ଟା କଲେ ମଧ୍ୟ କର୍ମକ୍ଷେତ୍ରରେ ପରିସ୍ଥିତି ଗମ୍ଭୀର ରହିବ । ପାରିବାରିିକ ସଦ୍ଭାବ
ଅକ୍ଷୁଣ୍ଣ ରହିବା ହେତୁ ସାମାନ୍ୟ ମାନସିକ ଶାନ୍ତିଲାଭ କରିବେ । ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ଆନୁଷ୍ଠାନିକ କାମରେ ସଂକଟରେ ସମ୍ମୁଖୀନ ହେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ ।
ତୁଳା
ତୁଳା
ନିଜର ଅବହେଳାଜନିତ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ମାତ୍ର ଗୃହ ସମସ୍ୟା ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ବନ୍ଧୁଙ୍କ ସମ୍ପର୍କରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ ।
ବିଛା
ବିଛା
ବନ୍ଧୁମାନଙ୍କ ଦ୍ୱାରା ପ୍ରତାରିତ ହୋଇ ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି । କୌଣସି ଆନୁଷ୍ଠାନିକ ଅଥବା ସାମାଜିକ କାର୍ଯ୍ୟରେ ଯୋଗଦେବାର ସୂଚନା ରହିଛି । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ଓ ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ । ଆଶାନୁଯାୟୀ ପ୍ରାପ୍ତି ସନ୍ତୋଷଜନକ ହେବନାହିଁ ।
ଧନୁ
ଧନୁ
ପ୍ରତ୍ୟେକ ପରିସ୍ଥିତିରେ ଜିଦ୍‌ରେ ଅଟଳ ରହିଲେ ସମସ୍ୟାକୁ ନିମନ୍ତ୍ରଣ କରିବା ପରି ହେବ । ମନ ଭିତରେ ଉଙ୍କି ମାରୁଥିବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି । ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି ।
ମକର
ମକର

ପରିବାରର ସହମତିରେ ନୂତନ ଯୋଜନା ସକାଶେ ମନ ବଳାଇ କାର୍ଯ୍ୟାରମ୍ଭ କରିପାରନ୍ତି । କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିବାର ଆଶଙ୍କା ରହିଛି । ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ । ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କଥା କହି କାମ ହାସଲରେ ସମର୍ଥ ହେବେ ।

କୁମ୍ଭ
କୁମ୍ଭ
ଆଲୋଚନା ସମୟରେ ବିରକ୍ତିକର କଥା କିମ୍ବା ବିବାଦୀୟ ମନ୍ତବ୍ୟ ଦେଇ ଶତ୍ରୁତା ଅର୍ଜନ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ । ବ୍ୟବସାୟରେ ସଫଳତା ହାସଲ କରିବେ । ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେବା ଭଲ ।
ମୀନମୀନ

ଆଜି ଆପଣ ନିଜକାମ ପଛକୁ ପକାଇ ଅନ୍ୟ ମାନଙ୍କ ନିର୍ଦ୍ଦେଶରେ କାମ କରିପାରନ୍ତି । ପରିବାର ସକାଶେ ଗୁରୁତ୍ୱପୂର୍ଣ୍ଣ କାମଟି ହାସଲ କରିବା କଷ୍ଟକର ହୋଇପଡିବ । ସହକର୍ମୀ କିମ୍ବା ବନ୍ଧୁମାନଙ୍କ ସହାୟତାରୁ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ଦୂରଯାତ୍ରାର ସୁଯୋଗ ପାଇବେ କିନ୍ତୁ ଯାଇପାରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ ସକାଳୁ ଜଣେ ବନ୍ଧୁ ଆସିବେ ଓ ବହୁତ କିଛି କହିବେ ମାତ୍ର ଫେରିବା ସମୟକୁ ମନଦୁଃଖ କରି ବିଦାୟ ନେଇପାରନ୍ତି। ବିଶେଷ ଭ୍ରମଣ କାରଣରୁ...

ରାଶିଫଳ: ଶୁକ୍ରବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟକୁ ବୃଦ୍ଧି କରିପାରିବେ। ଗୃହ ସମସ୍ୟା ସମାଧାନ ସାଙ୍ଗକୁ ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ...

ରାଶିଫଳ: ଗୁରୁବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ ଆଜି ଲାଭଭାବସ୍ଥ ଚନ୍ଦ୍ର ହେତୁ ଆବଶ୍ୟକତା ପୂରଣ ହେବାରେ କୌଣସି ଅସୁବିଧା ରହିବନାହିଁ। ଦୁର୍ବଳତାରୁ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇପାରେ। ବନ୍ଧୁଙ୍କ ସାହାଯ୍ୟରୁ...

ରାଶିଫଳ: ବୁଧବାର, ଜୁଲାଇ ୨୪ ତାରିଖ – Daily Horoscope

ମେଷ କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ସବୁ ସୁବିଧା ଥିଲେ ମଧ୍ୟ ଖଳ ଲୋକଙ୍କ ପରୋକ୍ଷ ଶତ୍ରୁତା କାରଣରୁ ପାରିବାରିକ...

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୩ ତାରିଖ – Daily Horoscope

ମେଷ ଆଗାମୀ କାଲିର ଆନୁଷ୍ଠନିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହେବ। ସହକର୍ମୀଙ୍କ ସାହାଯ୍ୟରେ ଅଟକିଥିବା କାମକୁ ସମ୍ପନ୍ନ...

ରାଶିଫଳ: ସୋମବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରଙ୍କ ସମ୍ମୁଖ ଭାଗରେ ରବି ଓ ଶୁକ୍ର ଅବସ୍ଥାନ କରିଥିବାରୁ ମନ ଯାହା ଚାହୁଁଥିବ ତାହା ପାଇବାରେ ଅସମର୍ଥ ହେବେ। ଶନିଙ୍କ ଦୃଷ୍ଟି...

ରାଶିଫଳ: ରବିବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରସ୍ଥ ଶୁକ୍ର ହେତୁ ବନ୍ଧୁମାନଙ୍କ ସାହାଯ୍ୟରେ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବେ। କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ସୁଖ, ସ୍ବାଚ୍ଛନ୍ଦ୍ୟରେ ଅତିବାହିତ ହେବ।...

ରାଶିଫଳ: ଶନିବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାରୁ ଖୁସି ହେବେ। ଶତ୍ରୁତା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri