Posted inRasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ
ବୁଧ କ୍ଷେତ୍ରସ୍ଥ ମଙ୍ଗଳଙ୍କ ପ୍ରଭାବରେ ଟେନ୍ସନ ଲାଗିରହିଲେ ମଧ୍ୟ ସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପନ୍ନ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ମନୋବଳ ବୃଦ୍ଧି ପାଇବ। ଭଲ କଥାକୁ ବନ୍ଧୁ ଭୁଲ୍‍ ଦୃଷ୍ଟିରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ସନ୍ତାନଙ୍କ ସ୍ବାସ୍ଥ୍ୟ ସମସ୍ୟା, ଋଣ ପରିଶୋଧ ଚିନ୍ତା, ସ୍ଥଗିତ କାମ ସକାଶେ ବ୍ୟସ୍ତତା ବଢ଼ିବ।
ବୃଷ
ବୃଷ
ରବି ଓ ଶନିଙ୍କ ଏକତ୍ରାବସ୍ଥାନଜନିତ ଧାର୍ମିକ ଅନୁଷ୍ଠାନରେ ନିୟୋଜିତ ହେବେ। ପରିଜନଙ୍କ ସହ ଭ୍ରମଣ ସୁଯୋଗ ଲାଭକରି ଖୁସି ରହିବେ। ଘରେ ହେଉ କିମ୍ବା ବାହାରେ ସବୁଠି ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ା ବ୍ୟବସାୟ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଏଜେନଶିପ୍‍, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।
ମିଥୁନ
ମିଥୁନ
ବୁଧ କର୍ମଭାବସ୍ଥ ଏବଂ ଚନ୍ଦ୍ର ଅଷ୍ଟମସ୍ଥ ଯୋଗୁ କର୍ମକ୍ଷେତ୍ରର ସ୍ଥଗିତ କାର୍ଯ୍ୟକୁ ସମ୍ପନ୍ନ କରିବାରେ ଅସ୍ଥିରତା ଯୁକ୍ତ ହେବେ। ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ। ବନ୍ଧୁବର୍ଗଙ୍କ ବିରୁଦ୍ଧାଚରଣ ଓ କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସମସ୍ୟାଜନିତ ଚିନ୍ତିତ ରହିପାରନ୍ତି।
କର୍କଟ
କର୍କଟ
ଶନି ଦୃଷ୍ଟ ମୁଖଭାବସ୍ଥ ଚନ୍ଦ୍ର ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ସୃଷ୍ଟି କରି ସମସ୍ୟା ବୃଦ୍ଧି କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଉନ୍ନତ ଫଳ ପାଇବେ। ଆନୁଷ୍ଠାନିକ କାର୍ଯ୍ୟ, ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟହାସଲ ଆଶା ରହିଛି। ଆଗାମୀ ମାଙ୍ଗଳିକ କର୍ମ ସମ୍ପାଦନ ସକାଶେ ଆମତ୍ୀୟମାନଙ୍କ ସହ ଆଲୋଚନା କରିପାରନ୍ତି।
ସି˚ହ
ସି˚ହ
ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆଜି ଯେଉଁ କାମରେ ହାତଦେବେ ସଫଳତା ହାସଲ କରିପାରିବେ। ବୃହସ୍ପତିଙ୍କ ଚତୁର୍ଥଭାବକୁ ଶୁଭଦୃଷ୍ଟି ପାରିବାରିକ ଜୀବନର ସୁଖ, ସୌହାର୍ଦ୍ଦ୍ୟକୁ ବର୍ଦ୍ଧିତ କରିବ। ନୂତନ ନିଯୁକ୍ତି ହେତୁ ବ୍ୟସ୍ତତା ମଧ୍ୟରେ ଆଜିର କାର୍ଯ୍ୟ ସମ୍ପାଦିତ ହେବ। ଯାତ୍ରା, ବ୍ୟବସାୟ, ଜମିଜମା, ନିର୍ମାଣାଧୀନ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ।
କନ୍ୟା
ମଙ୍ଗଳଙ୍କ ଦୃଷ୍ଟି ପ୍ରଭାବରୁ ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ। କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିଙ୍କୁ ସରଳ ବିଶ୍ୱାସ କରି ଠକାମିରେ ପଡିବେ। ଷ୍ଟେସନେରୀ ଜନିଷ, ଧାତୁ ଅଳଙ୍କାର, ସୌଖୀନ ଦ୍ରବ୍ୟ କ୍ରୟ କରିବାକୁ ମନ ବଳାଇବେ। ଆମତ୍ୀୟସ୍ବଜନଙ୍କ ଗହଣରେ ଖୁସି ମନେଇବେ।
ତୁଳା
ତୁଳା
ଅଷ୍ଟମାଧିପତି ମଙ୍ଗଳ ଚତୁର୍ଥଭାବକୁ ଦେଖୁଥିବାରୁ ପାରିବାରିକ କଳହର ସୂଚନା ରହିଛି। ଆନୁଷ୍ଠାନିକ କାମରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି। ଅବଶ୍ୟ ଦୀର୍ଘଦିନରୁ ରହିଆସିଥିବା ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
ବିଛା
ବିଛା
ରାଶି ବୃହସ୍ପତି ଦୃଷ୍ଟ ଯୋଗୁ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନାରେ ଦିନଟି ଅତିବାହିତ ହେବ। ଶନିଙ୍କ ପ୍ରଭାବରେ ଆଳସ୍ୟ ଓ ଅବହେଳାଜନିତ କାର୍ଯ୍ୟସାଧନରେ ଶତଭିଷା ଅବହେଳା କରିପାରନ୍ତି। ପୂର୍ବର ଆଲୋଚନା ଅନୁଯାୟୀ ବନ୍ଧୁଙ୍କ ନିକଟରୁ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟା ସୁଧାରିନେବେ।
ଧନୁ
ଧନୁ
ରାଶିରେ ତିନୋଟି ଗ୍ରହ ଅବସ୍ଥାନ କରିଥିବାରୁ ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।
ମକର
ମକର
ସପ୍ତମାଧିପତି ଅଷ୍ଟମସ୍ଥାନରେ ଅବସ୍ଥାନ କରୁଥିବାରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ପିଲାଙ୍କ ବୈବାହିକ ସମ୍ବନ୍ଧ ନେଇ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ଆଶା ରହିଛି। ସଂଗଠନ, ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବା ଯୋଗୁ ଖୁସି ରହିପାରନ୍ତି। ସାମାଜିକ ସ୍ତରରେ ସେବା ଓ ପରୋପକାର ମନୋବୃତ୍ତିରୁ ଆଦର ଅଭ୍ୟର୍ଥନା ପାଇପାରନ୍ତି।
କୁମ୍ଭ
କୁମ୍ଭ
ଧନସ୍ଥାନସ୍ଥ ରାହୁଙ୍କ ଯୋଗୁ ଆର୍ଥିକ ଅନଟନ, କାର୍ଯ୍ୟହାନି ଏବଂ ବିଭିନ୍ନ ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କର୍ମକ୍ଷେତ୍ରର ଦାୟିତ୍ୱ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ। ମାଲି ମକଦ୍ଦମାରେ ବିଜୟର ଆଶା ରହିଛି।
ମୀନମୀନ

ଭାଗ୍ୟସ୍ଥାନକୁ ବୃହସ୍ପତି ଦୃଷ୍ଟି ଦେଉଥିବାରୁ ବିବାଦର ଆପୋସ ସମାଧାନ ହେବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ। ଆଜିର ଯାତ୍ରା, ବାଣିଜ୍ୟ, ପରିବହନ, ସଭାସମିତି ପ୍ରଭୃତି ମନପସନ୍ଦ ଅନୁଯାୟୀ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri