ଦୁଇ ସନ୍ତାନର ମା’ ହେବେ କାର୍ତ୍ତିକଙ୍କ ଜୀବନସାଥୀ! ଜବାବ ଶୁଣି ସମସ୍ତେ ଚକିତ

ମୁମ୍ବାଇ: ଏକାଧିକ ଅଭିନେତ୍ରୀଙ୍କୁ ଡେଟ୍‌ କରିବା ପରେ ବ୍ରେକ୍‌ଅପ୍‌ କରିନେଇଥିଲେ ଅଭିନେତା କାର୍ତ୍ତିକ ଆର୍ୟନ। ଏଣୁ ଫିଲ୍ମରେ ସଫଳ ହେଲେ ହେଁ ପ୍ରେମ ଜୀବନରେ ସେତେଟା ନୁହେଁ ବୋଲି କୁହାଯାଉଥିଲା। ଏବେ କିନ୍ତୁ ଏବେ ତାଙ୍କ ମା’ ପରିବାରର ବୋହୂ କିଏ ହେବେ ସେନେଇ ଜବାବ ରଖି ସମସ୍ତଙ୍କୁ ଚମକାଇଛନ୍ତି।

ଆଇଫାର ରେଡ୍‌ କାର୍ପେଟରେ କରନ ଜୋହର କାର୍ତ୍ତିକଙ୍କ ମା’ଙ୍କୁ ବୋହୂ କିଏ ହେବେ ସେ ନେଇ ପ୍ରଶ୍ନ ପଚାରିଥିଲେ। ଜବାବରେ ସେ କହିଥିଲେ ଯେ, ପରିବାରକୁ ଜଣେ ଡାକ୍ତରଙ୍କ ଆବଶ୍ୟକତା ଅଛି। ଏହାପରେ ଡାକ୍ତରଜଣଙ୍କ କିଏ ସେନେଇ ନାନାଦି କଳ୍ପନା କରାଯାଉଛି।

ତେବେ କାର୍ତ୍ତିକଙ୍କ ଫିଲ୍ମ ‘ଆଶିକି ୩’ରେ ନାୟିକା ସାଜୁଛନ୍ତି ଶ୍ରୀଲିଳା। ସେ ପେସାରେ ଜଣେ ଡାକ୍ତର ମଧ୍ୟ। ନିକଟରେ କାର୍ତ୍ତିକଙ୍କ ଏକ ପାରିବାରିକ କାର୍ଯ୍ୟକ୍ରମରେ ଶ୍ରୀଲିଲା ନଜର ଆସିଥିଲେ। ଏଣୁ ମା’ ଉଭୟଙ୍କ ସମ୍ପର୍କରେ ମୋହର ମାରିଥିବା କୁହାଯାଉଛି।
କହିବାକୁ ଗଲେ କାର୍ତ୍ତିକଙ୍କ ପରିବାରରେ ବାପା ହେଉଛନ୍ତି ଜଣେ ଶିଶୁ ରୋଗ ବିଶେଷଜ୍ଞ। ତାଙ୍କ ମା’ ମଧ୍ୟ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ। ଭଉଣୀ କୃତିକା ମଧ୍ୟ ଜଣେ ଡାକ୍ତର। ଏମିତିରେ କାର୍ତ୍ତିକଙ୍କ ମା’ ଜଣେ ଡାକ୍ତରାଣୀଙ୍କୁ ବୋହୂ କରିବେ ବୋଲି ନିଶ୍ଚିତ କରିଛନ୍ତି।

ଶ୍ରୀଲିଲାଙ୍କ ବିଷୟରେ କହିଲେ ସେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ। ଅଭିନୟ ସହ ସେ ମେଡିକାଲ ପାଠପଢ଼ା ପୂରଣ କରିଛନ୍ତି। ସେ ନାୟିକା ଭାବେ କନ୍ନଡ଼, ତେଲୁଗୁ ଫିଲ୍ମରେ ଲୋକପ୍ରିୟତା ହାସଲ କରିଛନ୍ତି।

ଏହାଛଡ଼ା ଶ୍ରୀଲିଲା ଦୁଇ ସନ୍ତାନର ମା’। ଚମକି ପଡ଼ିଲେ ନା। ବାସ୍ତବରେ ସେ ଦୁଇଜଣ ଦିବ୍ୟାଙ୍ଗ ଅନାଥ ପିଲାକୁ ପାଳିତ ଶିଶୁ ଭାବେ ଗ୍ରହଣ କରିଛନ୍ତି। ସେମାନଙ୍କ ନାମ ଗୁରୁ ଏବଂ ଶୋଭିତା ହୋଇଥିବା ବେଳେ ଭଲ ଜୀବନ ଦେବା ଲାଗି ଶ୍ରୀଲିଲା ଯଥାସମ୍ଭବ ଚେଷ୍ଟା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ନରସଂହାର: ୭ଜଣଙ୍କୁ ଗୁଳି କରି ହତ୍ୟା

କ୍ୱେଟା, ୨୯।୪: ପାକିସ୍ତାନର ବାଲୋଚିସ୍ତାନ ପ୍ରାନ୍ତରେ ହିଂସାର ଛାୟା ଲାଗି ରହିଛି। ଏହି ପ୍ରାନ୍ତର ଜିଆରଟ ଜିଲାରେ ଏକ ନିର୍ମମ ହତ୍ୟାକାଣ୍ଡରେ ୭ ଜଣ ସ୍ଥାନୀୟ...

ସୀମା ଆରପଟୁ ପାକିସ୍ତାନର ଘୃଣ୍ୟ ଷଡଯନ୍ତ୍ର…ସେନା ସହ ଲଢ଼ିବାର କ୍ଷମତା ନାହିଁ, ହେଲେ କରୁଛି ସାଇବର ଆଟାକ୍‌

ଇସଲାମାବାଦ,୨୯।୪: ୨୨ ଏପ୍ରିଲରେ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭୟରେ ପାକିସ୍ତାନ। ତଥାପି ଏହା ଘୃଣ୍ୟ ଷଡ଼ଯନ୍ତ୍ର କରୁଛି। ଏବେ ସୀମା ଆରପଟୁ...

ବାପାଙ୍କ କୋଳରେ ବସି ଷ୍ଟାଡିୟମରେ IPL ମ୍ୟାଚ୍‌ ଦେଖୁଥିବା ବୈଭବଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୯।୪:କ୍ରିକେଟର ନୂତନ ଯୁବ ତାରକା ଭାବରେ ଉଭା ହୋଇଥିବା ବୈଭବ ସୂର୍ଯ୍ୟବଂଶୀ ନିଜର ଦମଦାର ଶତକ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା...

Pakistan: ପାକିସ୍ତାନ ମୁଣ୍ଡରେ ପଡିଲା ଚଡକ, ଯୁଦ୍ଧ ପାଇଁ ବାହାରିଲେ ଏସବୁ ଦେଶ!

ଇସଲାମବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ପ୍ରଥମ-ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡି’

ଭୁବନେଶ୍ୱର,୨୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ...

Pakistan: ପାକିସ୍ତାନରେ କାହା ପାଖରେ ଅଛି ପରମାଣୁ ଅସ୍ତ୍ରର ରିମୋଟ୍‌? ନାଁ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର

ବଲାଙ୍ଗୀର, ୨୯।୪- (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ଉପକଣ୍ଠରେ ବଲାଙ୍ଗୀର-ବେଲଗାଁ ୨୬ ନମ୍ବର ଜାତୀୟ ରାଜପଥର ସ୍ମାର୍ଟ ପାର୍କ ବୁଲାଣି ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା...

ପାକିସ୍ତାନରେ ହଇଚଇ: ଶେହବାଜ ମେଡିକାଲରେ ଭର୍ତ୍ତି, ପ୍ରେସକିପଶନରୁ ମିଳିଲା ସାଂଘାତିକ ତଥ୍ୟ!

ଇସଲାମାବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri