Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ
ରାହୁଦୃଷ୍ଟ ବକ୍ରୀ ମଙ୍ଗଳ ଆପଣଙ୍କୁ ବିଭିନ୍ନ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ କରିଦେବ। ଅଭାବ ରହିବ ନାହିଁ କିନ୍ତୁ ଅଯଥା ଆଶଙ୍କା କରି ମନ ଅସ୍ଥିର ରହିବ। ସାମାନ୍ୟ ବିଳମ୍ବିତ ସମୟରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିପାରନ୍ତି।
ବୃଷ
ବୃଷ
ରବି ସପ୍ତମ କେନ୍ଦ୍ରରେ ରହି ଆପଣଙ୍କୁ ଘରର ଅଭାବ ଅସୁବିଧା ସୁଧାରିବାର ମାନସିକତା ପ୍ରଦାନ କରିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଓ ପ୍ରାଧାନ୍ୟ ଦେଇ ପ୍ରଶଂସିତ ହେବେ। କିନ୍ତୁ ଏହାସାଙ୍ଗକୁ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ।
ମିଥୁନ
ମିଥୁନ
ଭାଗ୍ୟସ୍ଥ ଶନି ଓ ଚନ୍ଦ୍ରଙ୍କ ସ୍ଥିତି ହେତୁ ଚେଷ୍ଟାସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ସାମାଜିକ ସ୍ତରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ଯେଉଁ ଜିନିଷଟିକୁ ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
କର୍କଟ
କର୍କଟ
ରାହୁଙ୍କ ପ୍ରଭାବରେ ପ୍ରତ୍ୟେକ ପରିସ୍ଥିତିରେ ଦୃଢ଼ ପଦକ୍ଷେପ ନେଇ ସମସ୍ୟା ସୁଧାରିନେବେ। ବଳବାନ୍‍ ଶନିଙ୍କ ପ୍ରଭାବରୁ ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଭଲ କାମ କଲେ ମଧ୍ୟ ଆତ୍ମୀୟଙ୍କ ସମାଲୋଚନାର ପାତ୍ର ହେବେ। ଆଜିର ଯାତ୍ରା,ବାଣିଜ୍ୟ, ଆନୁଷ୍ଠାନିକ କାମ ସକାଶେ ଦିନଟି ବହୁତ ଭଲ ରହିବ।
ସି˚ହ
ସି˚ହ
ଆଜିର କର୍ମକ୍ଷେତ୍ରରେ କିମ୍ବା ପାରିବାରିକ ସ୍ତରରେ ମଧ୍ୟ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ ହେବ। ଗତକାଲିର ଯୋଜନା ଠିକ୍‍ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।
କନ୍ୟା
ଦ୍ୱାଦଶସ୍ଥ ମଙ୍ଗଳ ଯୋଗୁ ଆଜି ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ଆଲୋଚନା ପରିସରରେ କମ୍‍ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିପାରିବେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‍ ଦେବାକୁ ପଡ଼ିପାରେ। କାମରେ ବିଫଳତା ଦେଖି ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଉପହସିତ ହେବାକୁ ପଡ଼ିପାରେ।
ତୁଳା
ତୁଳା
କର୍ମ କ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଶନିଙ୍କ ଯୋଗୁ ପିଲାମାନଙ୍କ କଳହକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଯାତ୍ରା, ବାଣିଜ୍ୟ, ସଭାସମିତି, ପ୍ରଶାସନ ତଥା ଭ୍ରମଣ, ରାଜନୀତି,ପ୍ରଶାସନ ପାଇଁ ଭଲ। ପାରିବାରିକ ଜୀବନରେ ଅସହିଷ୍ଣୁତା ଅଶାନ୍ତିର କାରଣ ହୋଇପାରେ।
ବିଛା
ବିଛା
କେନ୍ଦ୍ରସ୍ଥ ଚନ୍ଦ୍ର ହେତୁ ଦୀର୍ଘଦିନରୁ ରହିଥିବା ଅବସୋସ ଆଜି ପୂର୍ଣ୍ଣତା ଲାଭ କରିବାରୁ ଖୁସି ଅନୁଭବ କରିବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ନୂତନ ସମ୍ପର୍କ ସ୍ଥାପିତ ହେବା ସାଙ୍ଗକୁ ପରିବାର ସହ ଆଜିର ଭ୍ରମଣ ବେଶ୍‍ ଆନନ୍ଦଦାୟକ ହେବ।
ଧନୁ
ଧନୁ
ଆର୍ଥିକ ଦୁଃସ୍ଥିତି ମାନସିକ ସ୍ତରକୁ ସଂକୁଚିତ କରିବା ସାଙ୍ଗକୁ କାର୍ଯ୍ୟରେ ଅଗ୍ରଗିତକୁ ରୋକିଦେବ। ରାହୁଙ୍କ ପ୍ରଭାବରେ ସବୁ କାମରେ ପଛୁଆ ହେତୁ ନିଜକୁ ଅପାରଗ ମନେକରିବେ। ଯେତେ ପାଇଲେ ମଧ୍ୟ ମନରେ ସନ୍ତୋଷ ଆସିବ ନାହିଁ। ଘର ସାଜସଜ୍ଜାରେ ସମୟ ଅତିବାହିତ କରିବେ ଏବଂ ଅପରାହ୍ନରେ ଶୁଭ ଖବର ପାଇବେ।
ମକର
ମକର
ପାରିବାରିକ ସମସ୍ୟା ସମାଧାନରେ ସମ୍ପର୍କୀୟା ମହିଳାଙ୍କ ଦ୍ୱାରା କାମ ହାସଲ କରାଇନେବେ। ନୂତନ କର୍ମସସ୍ଥାନ ପାଇଁ ମନ ବଳିବା ସାଙ୍ଗକୁ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ। ବକ୍ରି ମଙ୍ଗଳଙ୍କ ଯୋଗୁ ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ରୋଗ, ଋଣ ଓ ଶତ୍ରୁଜନିତ ଟେନ୍‍ସନ ଲାଗି ରହିବ ।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅସ୍ଥିରତା ଅନୁଭବ କରିପାରନ୍ତି। ଶନିଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବେ। ବନ୍ଧୁଙ୍କ ସମ୍ପର୍କରେ କୌଣସି ଘଟଣା ବିବ୍ରତ କରିପାରେ। ଆଲୋଚନାରେ କିମ୍ବା ସଭାସମିତିରେ ଯୁକ୍ତିତର୍କ କରି ପରିସ୍ଥିତିକୁ ଜଟିଳ କରିପାରନ୍ତି।
ମୀନମୀନ

ଆଜି ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇବା କାରଣରୁ କାର୍ଯ୍ୟ ହାସଲ କରି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ କୁଟନୈତିକ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ। ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ। ମଙ୍ଗଳଙ୍କ ଦୁର୍ବଳତା କାରଣରୁ ଅର୍ଥହାନି ଓ ଅଭାବ ଯୋଗୁ ଚିନ୍ତିତ ରହିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri