Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୫ ତାରିଖ – Daily Horoscope

ମେଷ
ଆଜି ଉଚ୍ଚପଦାଧତ୍କାରୀଙ୍କ ନିର୍ଦ୍ଦେଶାନୁସାରେ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ନିୟୋଜିତ ହୋଇପାରନ୍ତି। କର୍ମ ଏକାଦଶାଧିପତି ଶନି ସ୍ବଗୃହସ୍ଥ ଯୋଗୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ସମସ୍ୟାର କାରଣ ହେବ। ବନ୍ଧୁ ସହଯୋଗର ପ୍ରତିଶ୍ରୁତି ଦେବେ। ଅତୀତ କଥାକୁ ଆଲୋଚନା କରି ପାରିବାରିକ ସମସ୍ୟା ବଢ଼ାନ୍ତୁ ନାହିଁ।
ବୃଷ
ବୃଷ
ଶନିଙ୍କ ପ୍ରଭାବରୁ ଅଭିଳଷିତ ଦ୍ରବ୍ୟ ପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିପାରେ। ଶାରୀରିକ ଦୁର୍ବଳତା ଯୋଗୁ କୌଣସି କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିପାରନ୍ତି। ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବିରକ୍ତିଭାବ ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ଚନ୍ଦ୍ର ଯୁକ୍ତ ଶୁକ୍ରଙ୍କ ଧନସ୍ଥାନକୁ ଦୃଷ୍ଟି ଆର୍ଥିକସ୍ଥିତିକୁ ଦୃଢ଼ୀଭୂତ କରିବ। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ ଉପକୃତ ହୋଇପାରନ୍ତି। ସନ୍ତାନଙ୍କ ବାଧ୍ୟବାଧକତାରେ ମନୋରଞ୍ଜନ ସମ୍ପର୍କିତ ସୌଖୀନ ଦ୍ରବ୍ୟ କ୍ରୟ କରିବେ। ଯାତ୍ରା ସମୟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‍ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ଆଜିର ବୁଦ୍ଧାଦିତ୍ୟ ଯୋଗ ଯାତ୍ରାକାଳୀନ ସମସ୍ୟାକୁ ସୁଧାରିବା ସହ ବନ୍ଧୁଙ୍କ ପ୍ରିୟଭାଜନ ହେବେ। ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ଆଜି ପୁନଃ ପ୍ରତିଷ୍ଠିତ ହେବ। ଅଷ୍ଟମାଧିପତିଙ୍କ କର୍ମସ୍ଥାନକୁ ଦୃଷ୍ଟି କର୍ମହାନିର କାରଣ ହୋଇପାରେ। ପାରିବାରିକ ସମସ୍ୟାରେ ପରକଥାରେ ପ୍ରଭାବିତ ହେଲେ ଭୁଲ୍‍ ମାର୍ଗ ଅନୁସରଣ କରିବେ।
ସି˚ହ
ସି˚ହ
ଶନିଙ୍କ କ୍ରୂର ଦୃଷ୍ଟି କାରଣରୁ ପରିବାର କିମ୍ବା ବନ୍ଧୁମାନଙ୍କ ସହ ବିବାଦୀୟ ସ୍ଥିତି ସୃଷ୍ଟି ହୋଇପାରେ। ବ୍ୟୟ ବୃଦ୍ଧି ଯୋଗୁ ମାନସିକ ଅବସାଦଜନିତ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ବାଣିଜ୍ୟ, ବ୍ୟବସାୟରେ ସନ୍ତୋଷଜନକ ଫଳ ଦେଖାଦେଇପାରେ।
କନ୍ୟା
କେତୁ ରାଶିରେ ମାନସିକ ବିଭ୍ରମତାଜନିତ ଗୃହ, ଜମିବାଡ଼ି, ଯାନବାହନ ବିକ୍ରି ଚିନ୍ତା କରିପାରନ୍ତି। ହାତକୁ ନେଇଥିବା କାମ ଅଟକିବ ନାହିଁ ଏବଂ ସେଥିରେ ଆଶାଜନକ ଫଳ ପାଇବେ। ସରକାରୀ କାମରେ ହଠାତ୍‍ ବିଶ୍ୱସ୍ତ ସୂତ୍ରରୁ ଶୁଭଖବର ଶୁଣି ଖୁସି ହେବେ। ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ।
ତୁଳା
ତୁଳା
କର୍ମାଧିପ ସହ ରାଶ୍ୟାଧିପଙ୍କ ସଂଯୋଗ ସ୍ଥଗିତ କାର୍ଯ୍ୟ ସମୂହକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ସମସ୍ୟା ସମାଧାନ ଚେଷ୍ଟା କଲେ ଉପକୃତ ହେବେ। ବିଭିନ୍ନ ସୂତ୍ରରୁ ରୋଜଗାର କରିବା ସାଙ୍ଗକୁ ବିଳାସରେ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ଭୁଲ୍‍ ଖବର ସମସ୍ୟା ବଢ଼ାଇଦେବ।
ବିଛା
ବିଛା
ଭାଗ୍ୟସ୍ଥାନରେ ଦୁର୍ବଳରାଶ୍ୟାଧିପ କୌଣସି କାମରେ ସ୍ଥିରତା ରକ୍ଷାରେ ଅସମର୍ଥ ହୋଇପାରନ୍ତି। ଏକାଧିକ କର୍ମରେ ସମ୍ପୃକ୍ତ ରହିବାରୁ ବ୍ୟସ୍ତତା ବଢ଼ିଯାଇପାରେ। ଆଜି ଅନୁରାଧା ନକ୍ଷତ୍ର ବନ୍ଧୁ ମେଳରେ ରହିବାର ସୁଯୋଗ ପାଇ ଦୁଃଖ ଭୁଲିଯିବେ। ଅବଶ୍ୟ ସାମାଜିକ ପ୍ରତିଷ୍ଠା ବଢ଼ିବା ସହ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‍ ହୋଇଯିବ।
ଧନୁ
ଧନୁ
ଅଷ୍ଟମସ୍ଥ ଭୂମିପୁତ୍ରଙ୍କ ସ୍ଥିତି ଜମିଜମା ବିବାଦ କିମ୍ବା ସନ୍ତାନ ହେତୁକ ଅଶାନ୍ତିକୁ ବୃଦ୍ଧି କରିବେ। ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିବାରୁ ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ସାହାଯ୍ୟକାରୀ ମନୋଭାବ ପ୍ରଭାବରେ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ। ପରିଜନଙ୍କ ସହିତ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
ମକର
ମକର
ରାଶିରେ ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତି ଅତୀତର ବିବାଦୀୟ ସ୍ଥିତିକୁ ସୁଧାରିବାରେ ସାହାଯ୍ୟ କରିବେ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ଅନ୍ୟମାନଙ୍କ ଭୁଲ୍‍ ଧାରଣା ଯୋଗୁ କର୍ମକ୍ଷେତ୍ରରେ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିପାରନ୍ତି।
କୁମ୍ଭ
କୁମ୍ଭ
ରାହୁ ଧନସ୍ଥାନରେ ଥିବାରୁ ବିଶୃଙ୍ଖଳିତ ପରିସ୍ଥିତି ଲାଗି ରହିବାର ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ, ଶେୟାର ବଜାରରେ କ୍ଷତିର ଆଶଙ୍କା ରହିଛି ମାତ୍ର ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପ୍ରିୟ କଥା କହି ପରିବାରରେ ଥିବା ସମସ୍ୟାକୁ ସୁଧାରି ନେବେ। କର୍ମକ୍ଷେତ୍ରରେ କୌଣସି କାରଣରୁ ବିବାଦୀୟ ହୋଇପଡ଼ିବେ।
ମୀନମୀନ

ଭାଗ୍ୟସ୍ଥାନକୁ ବୃହସ୍ପତିଙ୍କ ଦୃଷ୍ଟି ସମସ୍ତ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ। କିନ୍ତୁ ରେବତୀ ନକ୍ଷତ୍ର ଯେତେ ଭଲ କାମ କଲେ ସୁଦ୍ଧା ପରୋକ୍ଷ ସମାଲୋଚନା ଜନିତ ସମାଲୋଚିତ ହୋଇପାରନ୍ତି। ଶାରୀରିକ ସୁସ୍ଥତା ଓ ବନ୍ଧୁମାନଙ୍କ ସହାନୁଭୂତି ଲାଭକରି କିଛିଟା ଆଶ୍ୱସ୍ତି ଲାଭ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri