Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ର ବୈଷୟିକ ସୁଖସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ, ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ ବିରୋଧୀ ହୋଇପାରନ୍ତି। କର୍ମସ୍ଥାନରେ ମାରକାଧିପତି ଥିବାରୁ ଆଜି ହିଁ ସମ୍ପନ୍ନ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି।
ବୃଷ
ବୃଷ
ଭାଗ୍ୟସ୍ଥ ରାଶ୍ୟାଧିପତିଜନିତ ଦୈହିକ ସୁସ୍ଥତା ସଙ୍ଗକୁ ମାନସିକ ସ୍ଥିତି ଭଲ ରହିବ। ରାଶିର ଗୁଣଧର୍ମାନୁଯାୟୀ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ। ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁମିଳନ ମାଧ୍ୟମରେ ଦିନଟି ଉପଭୋଗ୍ୟ ହୋଇପାରେ। ତଥାପି ମତାନ୍ତରଜନିତ କର୍ମ ଓ ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଉପୁଜିବା ଆଶଙ୍କା ରହିଛି।
ମିଥୁନ
ମିଥୁନ
କର୍ମଭାବରେ ରାହୁ ଥିବାରୁ ସାଧାରଣ କଥାକୁ କେନ୍ଦ୍ର କରି ବିବଦ ପରିସ୍ଥିତି ସୃଷ୍ଟି ହୋଇପାରେ। ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହନ୍ତୁ ଅନ୍ୟଥା ଆପଣ ହିଁ ସମସ୍ୟାର କେନ୍ଦ୍ରବିନ୍ଦୁ ହୋଇପଡ଼ିବେ। ଆଗାମୀ ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ତପତ୍ରତା ବଢ଼ିପାରେ। କଚେରି ମାମଲା କ୍ଷେତ୍ରରେ ନୈରାଶ୍ୟଜନକ ସ୍ଥିତି ଦୂରେଇଯିବ।
କର୍କଟ
କର୍କଟ
କେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରେ ଉଚ୍ଚସମ୍ମାନ, ଭ୍ରମଣସୁଖ ସଙ୍ଗକୁ ବନ୍ଧୁଙ୍କ ଆତିଥ୍ୟ ଗ୍ରହଣ କରି ଖୁସି ହେବେ। ମିତ୍ରମାନେ କିଛି ପାଇବା ଆଶାରେ ପ୍ରଶଂସା ଗାନ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ସାମ୍ବାଦିକତା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ବିବାଦୀୟ କ୍ଷେତ୍ରରେ ସବୁ ଜାଣିଶୁଣି ସୁଦ୍ଧା ନୀରବ ରହିବାକୁ ବାଧ୍ୟ ହେବେ।
ସି˚ହ
ସି˚ହ
ରାଶ୍ୟାଧିପ ରବି ଧନାଧିପତିଙ୍କ ସହ ଥିବାରୁ ଅର୍ଥ, ସମ୍ମାନ ଓ ନୂତନ ସମ୍ପର୍କ ସୃଷ୍ଟି ହେବ। ଅତୀତ ଘଟଣା ଗୁଡ଼ିକର ସମୀକ୍ଷା କରି ଭାବବିହ୍ବଳ ହେବା ସଙ୍ଗକୁ ପ୍ରକୃତ ଉଦ୍ଦେଶ୍ୟକୁ ଉପସ୍ଥାପିତ କରିପାରିବେ ନାହିଁ। ଶିକ୍ଷା, ପରୀକ୍ଷା, ସାକ୍ଷାତ୍‍କାର, ସାହିତ୍ୟ ସାଧନା, କଳା ଏବଂ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ପାରିବାରିକ ସମସ୍ୟା ଦୂରହେବ।
କନ୍ୟା
କେନ୍ଦ୍ରସ୍ଥ ଚନ୍ଦ୍ରଜନିତ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ଖୁସି ରହିବେ। ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। କ୍ରୀଡ଼ା, କଳା, ସଙ୍ଗୀତ, ଚଳଚ୍ଚିତ୍ରାଦି କ୍ଷେତ୍ରରେ ଥିବା ସମସ୍ୟା ସୁଧୁରି ଯିବ। ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇ ବିବାଦ ଭିତରକୁ ଟାଣି ହୋଇପାରନ୍ତି।
ତୁଳା
ତୁଳା
ସ୍ବକ୍ଷେତ୍ରସ୍ଥ ଶନି ହେତୁ ପାରିବାରିକ ସଦ୍‍ଭାବ ଅକ୍ଷୁଣ୍ଣ ରହିବ, ମାତ୍ର ନିଜକୁ ଟିକିଏ ନରମି କହିବା ଭଲ ହେବ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‍ ସମୟରେ ଆସି କାମରେ ସହଯୋଗ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଟଙ୍କା, ପଇସାର ଅଭାବ ପରିଲକ୍ଷିତ ହୋଇପାରେ। ଅବଶ୍ୟ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।
ବିଛା
ବିଛା
ମୁଖ ଭାବରେ ଚନ୍ଦ୍ର କଲ୍ୟାଣକାରକ ହେତୁ ସମସ୍ତଙ୍କ ପ୍ରିୟପାତ୍ର ହେବେ ଏବଂ ଯାତ୍ରା ଫଳପ୍ରଦ ହେବ। ଲୋକସମ୍ପର୍କ ବୃଦ୍ଧିରେ ନିଜଲୋକ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି। ବନ୍ଧୁଙ୍କ ବିଷୟରେ କୌଣସି ଖବର ପାଇ ବିସ୍ମିତ ହେବେ। ଘରୋଇ ସମସ୍ୟା ଆଲୋଚନା ପ୍ରସଙ୍ଗରେ ପର କଥାରେ ପଡ଼ି ଘର ଲୋକଙ୍କୁ ଭୁଲ୍‍ ବୁଝିପାରନ୍ତି।
ଧନୁ
ଧନୁ
ବନ୍ଧୁଙ୍କ ଆହ୍ବାନକ୍ରମେ ଶୁଭକାର୍ଯ୍ୟରେ ଯୋଗଦେବାର ସୂଚନା ରହିଛି। ରାଜନୀତି, ପ୍ରକାଶନ, ଗବେଷଣା ଓ ଆନୁଷ୍ଠାନିକ କିମ୍ବା ଧାର୍ମିକକାର୍ଯ୍ୟ ସକାଶେ ସମୟ ଦେଇପାରନ୍ତି। ସାହିତ୍ୟ, ଗବେଷଣା, ସାମ୍ବାଦିକତା, ସଂଗଠନ ଓ ସଭା ସମିତିରେ ସୁନାମ ଅର୍ଜନ କରିବେ। ଅର୍ଥ ସମ୍ପର୍କ ଓ ପାରିବାରିକ କ୍ଷେତ୍ର ପୂର୍ବବତ୍‍ ଅକ୍ଷୁଣ୍ଣ ରହିବାର ସୂଚନା ରହିଛି।
ମକର
ମକର
ଆଶା ପୂରଣ ଦିଗରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ଅବହେଳାଜନିତ କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ବ୍ୟବସାୟ ଓ ପରିବହନରେ ଝଗଡ଼ା ଲାଗିଲେ ବି ତାହା ଗୁରୁତର ନ ହୋଇପାରେ। ସଭାସମିତିରେ, ଆଲୋଚନା ପ୍ରସଙ୍ଗରେ, ଗଠନମୂଳକ କାମରେ ତଥା ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
ପାରିବାରିକ ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ। ଭୁଲ୍‍ ବୁଝାମଣା ଓ ସନ୍ଦେହ ବୃଦ୍ଧି କାରଣରୁ ନିଷ୍ପତ୍ତି ନେବାରେ ବହୁତ ସମୟ ଲାଗିପାରେ। ଆଜିର ଯାତ୍ରାସମୟରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ଅନ୍ୟଥା ପରେ ଅନୁତାପ କରିବାକୁ ପଡ଼ିବ। ବାଣିଜ୍ୟ, ସଭାସମିତି, କର୍ମାରମ୍ଭ ପାଇଁ ଅସୁବିଧା ହେବନାହିଁ।
ମୀନମୀନ

ରାଶିର ଗୁଣଧର୍ମ ଅନୁଯାୟୀ ନିଜେ କଷ୍ଟ ସ୍ବୀକାର କଲେ ମଧ୍ୟ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ସ୍ବାର୍ଥ ସାଧନର ମସୁଧା କରି ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଅଧିକାଂଶ ସମୟରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। କଳା, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ଆମତ୍ତୃପ୍ତି ଅନୁଭବ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri