Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୫ ତାରିଖ – Daily Horoscope

ମେଷ
ଗୁରୁସୌରି ଯୋଗ ପ୍ରଭାବରୁ କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ସହ ବନ୍ଧୁବର୍ଗଙ୍କ ଆଦରଣୀୟ ହେବେ। ବିବାଦୀୟ ପରିସ୍ଥିତିରେ ଜଣେ ନିକଟ ସମ୍ପର୍କୀୟ ବ୍ୟକ୍ତି ସାହାଯ୍ୟ କରିବେ। ଆର୍ଥତ୍କସ୍ଥିତି ମନ୍ଦ ନ ହେଲେ ମଧ୍ୟ ଋଣ ପରିଶୋଧ ଚିନ୍ତାର କାରଣ ହୋଇପାରେ। କେତେକ କ୍ଷେତ୍ରରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ।
ବୃଷ
ବୃଷ
ବ୍ୟୟଭାବ ପ୍ରତି ଏକାଧିକ ଗ୍ରହଙ୍କ ଦୃଷ୍ଟି ହେତୁ ମନଟା ଭଲ ଲାଗିବ ନାହିଁ। ସାମାଜିକ ସ୍ତରରେ, ସଭା ସମିତିରେ କିମ୍ବା ନିଜ ପରିସରରେ ପ୍ରଶଂସନୀୟ କାମ କରିବେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିଯୋଗୁ ବନ୍ଧୁଙ୍କ ପରାମର୍ଶରେ ଭରଣା ପାଇଁ ବିକଳ୍ପ ଯୋଜନା କରିପାରନ୍ତି। ସ୍ବାସ୍ଥ୍ୟ ସ୍ଥିତି ନିୟନ୍ତ୍ରିତ ଥିଲେ ମଧ୍ୟ ଦୁର୍ବଳତା ଲାଗି ରହିପାରେ।
ମିଥୁନ
ମିଥୁନ
ଗ୍ରହସ୍ଥିତିର ଅନୁକୂଳତା ଆପଣଙ୍କ ସମସ୍ତ ସମ୍ଭାବନାକୁ ସାକାର କରିଦେବାର ସୂଚନା ରହିଛି। ଶିକ୍ଷାକ୍ଷେତ୍ରରେ କିମ୍ବା ସନ୍ତାନଙ୍କ ସମସ୍ୟା ସୁଧୁରିଯିବା ସାଙ୍ଗକୁ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ସଫଳତା ପାଇପାରିବେ। ଆମତ୍ୀୟସ୍ବଜନଙ୍କ ସହିତ କୌଣସି ସାଧାରଣ ଘଟଣାକୁ କେନ୍ଦ୍ରକରି ମନ ଅଶାନ୍ତ ରହିବ।
କର୍କଟ
କର୍କଟ
ଆପଣଙ୍କ କାର୍ଯ୍ୟଦକ୍ଷତା ଏବଂ ବ୍ୟବହାରରେ ସହନଶୀଳତା ଯୋଗୁ ସମସ୍ତ କାମ ସୁରୁଖୁରୁରେ ସମ୍ପାଦିତ ହୋଇପାରିବ। କିନ୍ତୁ ଅଶ୍ଳେଷା ନକ୍ଷତ୍ର ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଆବଶ୍ୟକତା ବଢି ବଢି ଯାଉଥିବାରୁ ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ। ବ୍ୟବସାୟ, ପ୍ରଶାସନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ସି˚ହ
ସି˚ହ
କର୍ମାଧିପ ଶୁକ୍ରଙ୍କ କୋଣଭାବସ୍ଥ ହେତୁ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି। ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ଉତ୍ତରାଫାଲଗୁନୀ ନକ୍ଷତ୍ର ମାନସିକ ଅଶାନ୍ତି ଥିବା ହେତୁ କୌଣସି କାମକୁ ଠିକ୍‌ ଭାବେ କରିପାରିବେ ନାହିଁ।
କନ୍ୟା
ଚତୁର୍ଥଭାବର ସୁପ୍ରଭାବରେ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ଆଇନ ଅଦାଲତରୁ ସୁଫଳ ପାଇବା ହେତୁ ସାମୟିକ ମାନସିକ ସ୍ତରରେ ଖୁସି ଅନୁଭବ କରିବେ। କର୍ମକ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବା ସକାଶେ ମାର୍ଗ ଉନ୍ମୁକ୍ତ ହୋଇଯିବ। ଆର୍ଥିକ ଅନଟନ ହେତୁ ବିଭିନ୍ନ ପ୍ରକାର ଯୋଜନା କରିପାରନ୍ତି।
ତୁଳା
ତୁଳା
ବୃହସ୍ପତିଙ୍କ ଶନିଙ୍କ ସମ୍ବନ୍ଧରୁ ବନ୍ଧୁ ଓ ପରିଜନଙ୍କ ସହିତ ଯାତ୍ରା ପ୍ରୀତିପ୍ରଦ ରହିବ। ଗୃହ ସମସ୍ୟା ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। କିନ୍ତୁ ସାମୟିକ ଭାବରେ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ବିଛା
ବିଛା
ବନ୍ଧୁଙ୍କ ପ୍ରତାରଣାପୂର୍ଣ୍ଣ କଥାରେ ବିସ୍ମିତ ହେବେ। ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇ ପାରନ୍ତି। ଆଧ୍ୟାମତ୍ିକଗ୍ରହ ଶନିଙ୍କ ସମ୍ବନ୍ଧରୁ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ବୁଝାମଣା ମାଧ୍ୟମରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ।
ଧନୁ
ଧନୁ
ରାହୁ ଅଧିଷ୍ଠିତ ରାଶ୍ୟାଧିପ ରାଶିରେ ଥିବାରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିବେ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ। ଆଲୋଚନା କାଳରେ ନ୍ୟାୟୋଚିତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ।
ମକର
ମକର
କର୍ମସ୍ଥ ଏକାଧିକ ଗ୍ରହ ଶନିଙ୍କ ଦୃଷ୍ଟିରେ ଥିବାରୁ ଚେଷ୍ଟା କରୁଥିବା କାମ ସହଜରେ ସମ୍ପନ୍ନ ହେବ। ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଯଥା ସମ୍ପର୍କହାନି ଘଟିବ। ଭୁଲ୍‌ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ। ନିକଟ ସମ୍ପର୍କୀୟଙ୍କ ସୌହାର୍ଦ୍ଦ୍ୟରୁ ନିର୍ମାଣ କାମରେ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ଦେହ ଭଲ ରହିଲେ ମଧ୍ୟ ମାନସିକ ପରିଶ୍ରମ ଅତ୍ୟଧିକ ହେତୁ ସାମୟିକ ମୁଣ୍ଡବ୍ୟଥାରେ ପୀଡିତ ହୋଇପାରନ୍ତି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଦ୍ୱାଦଶସ୍ଥ ସ୍ବଗୃହୀ ଶନି ଓ ଗୁରୁଙ୍କ ହେତୁ ଭ୍ରମଣଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ ଶୁକ୍ରଙ୍କ ପ୍ରଭାବରୁ ଟେନସନ୍‌ କମିଯିବ ଓ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ଶନି ଓ କେତୁଙ୍କ ମଧ୍ୟସ୍ଥ ହେତୁ ଭୋଗବିଳାସରେ ବାଧାବିଘ୍ନ ଘଟିପାରେ। ଅବଶ୍ୟ ପୂର୍ବଭାଦ୍ରପଦ ନକ୍ଷତ୍ର ସକାଶେ ଆଶଙ୍କା ଅମୂଳକ ରହିପାରେ। ଆର୍ଥିକ,ପାରିବାରିକ ଓ ସାମାଜିକ ସ୍ଥିତି ମଧ୍ୟମ ଧରଣ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri