Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ
ଦ୍ୱିଜା ନକ୍ଷତ୍ର ଆଜି କେବଳ କଅଁଳିଆ କଥା କହି ପରକୁ ଆପଣାର କରିପାରିବେ। ଟଙ୍କା,ପଇସାର ଅଭାବ ରହିବ ନାହିଁ କିନ୍ତୁ ବନ୍ଧୁମାନଙ୍କ ଖାପଛଡା କଥା ମନକୁ ବାଧିବ। ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା ଓ ସଭାସମିତି, ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହି କାମ କରିବା ଭଲ।
ବୃଷ
ବୃଷ
ଆଜି ଆକସ୍ମିକ ଭାବେ କଥା କହୁ ନଥିବା ଲୋକଟି ହଠାତ୍ ଶତ୍ରୁତା ଭୁଲି ସୁହାଇଲା ଭଳି କିଛି କହିବ। ରୋହିଣୀ ନକ୍ଷତ୍ର ସଭାସମିତିରେ ବନ୍ଧୁ ମିଳନ ଘଟିବ ଏବଂ ହାତକୁ ଦି’ପଇସା ଆସିବ। କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦର ଅବସାନ ଘଟିବ। ଘର କଥା ଯେମିତି ସେମିତି ରହିବ। କୌଣସି ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି।
ମିଥୁନ
ମିଥୁନ
ଆର୍ଦ୍ରା ନକ୍ଷତ୍ର ବନ୍ଧୁଙ୍କୁ ମନେଇବାକୁ ଯାଇ ବହୁତ କିଛି କହିବାକୁ ପଡିପାରେ। ଯାହାକୁ ଖୋଜୁଥିବେ ସେହି ବ୍ୟକ୍ତି ସ୍ବତଃ ପ୍ରବୃତଭାବରେ ଚାଲି ଆସିବ। ପାରିବାରିକ ସମସ୍ୟା ପୂର୍ବପରି ରହିପାରେ, କିନ୍ତୁ ବିଶେଷ କିଛି ଅସୁବିଧା ରହିବ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।
କର୍କଟ
କର୍କଟ
ଆଜିର କର୍ମକ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍ ବୃଦ୍ଧି ପାଇବ। ପୁନର୍ବସୁ ନକ୍ଷତ୍ର ଅର୍ଥନୈତିକ ଦୃଷ୍ଟିକୋଣରୁ କେତକେ ବ୍ୟତିକ୍ରମ ସକାଶେ ଚିନ୍ତିତ ରହିବେ। ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରି ଅପଦସ୍ତ ହୋଇ ପାରନ୍ତି। ପ୍ରଶାସନ, ପ୍ରକାଶନ, ରାଜନୀତି, କୃଷିବାଣିଜ୍ୟରେ,ବନ୍ଧୁ ମିଳନରେ ସୁଫଳ ପାଇବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସାମାନ୍ୟ ଅବହେଳାରୁ ବଡ ସୁଯୋଗଟିଏ ହାତଛଡା ହୋଇପାରେ। ମଘା ନକ୍ଷତ୍ର ଅବଶ୍ୟ ପରକଥା ଶୁଣି ଦେବା ଲୋକଟିର ମନ ବିଗିଡି ଯିବାର ଆଶଙ୍କା ରହିଛି। ସଭାସମିତିରେ ଆଲୋଚନା, ଚୁକ୍ତିପତ୍ର, ଶିକ୍ଷା, ଯାତ୍ରା, ବାଣିଜ୍ୟ, ବନ୍ଧୁ ସମ୍ପର୍କରେ ଝଟକା ଲାଗିପାରେ।
କନ୍ୟା
ଆଜି ହସ୍ତାନକ୍ଷତ୍ର ଯଦିଓ କିଛି ପାଇବେ ତଥାପି ତାହା ସହଜଲଭ୍ୟ ହୋଇପାରିବ ନାହିଁ। ପରିବାରରେ ଝଡଝାର ଗୁରୁଗମ୍ଭୀର ଗର୍ଜନ କାର୍ଯ୍ୟବଳିକୁ ଛିନ୍ଭିନ୍ କରିଦେଇପାରେ। ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ଅପାରହ୍ନରେ କୌଣସି ଖବର ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି।
ତୁଳା
ତୁଳା
ଜଣେ ନୂଆ ବନ୍ଧୁଙ୍କ ଆବିର୍ଭାବ ପାରିବାରିକ ଜୀବନକୁ ଚଳଚଂଚଳ କରିବ। ସ୍ବାତୀ ନକ୍ଷତ୍ର ଅସୁବିଧାକୁ ପଛରେ ପକାଇ ଗୁରୁତ୍ୱପୂର୍ଣ୍ଣ କାମଟିକୁ ଅଗ୍ରାଧିକାର ଦେଇପାନ୍ତି। ବିବାଦୀୟ ଘଟଣାରେ ହତୋତ୍ସାହିତ କିମ୍ବା ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟକଲେ ଉପକୃତ ହେବେ। ମୂଲ୍ୟବାନ ଜିନିଷ କିଣିବା, ନୂତନ ଗୃହ ନିର୍ମାଣ, ଯାନ ବାହାନ ମରାମତିରୁ ଖୁସି ରହିବେ।
ବିଛା
ବିଛା
ଆଜି ଅନୁରାଧା ବନ୍ଧୁମିଳନରୁ ଖୁସି ରହିବେ। ମାନସିକ ସ୍ଥିରତା ରହିବ ନାହିଁ ଯାତ୍ରା, ଯୋଗାଯୋଗ, ସତ୍ସଙ୍ଗ, ଆଲୋଚନା ଜାରୀ ରହିବ। ପୂର୍ଣ୍ଣ ସନ୍ତୋଷ କେଉଁଠାରୁ ବି ମିଳିବ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ, ପ୍ରଶାସନ କ୍ଷେତ୍ରରେ ତପତ୍ର ରହିବେ। କଳା, ସାହିତ୍ୟ, ଅର୍ଥ, ଜମିଜମା, ସଭାସମିତି ପ୍ରଭୃତି ମଧ୍ୟମ ପ୍ରକାରର ରହିବ।
ଧନୁ
ଧନୁ
ଦୃଢ ମନୋବଳ ନେଇ କାମ କରିବାର ସୁଯୋଗ ପାଇବେ ଯାହାକି ସ୍ବାସ୍ଥ୍ୟ ପାଇଁ ପ୍ରତିକୁଳ ପ୍ରଭାବ ପଡ଼ିବ ନାହିଁ। ପୂର୍ବାଷାଢା ନକ୍ଷତ୍ର ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ପରିବାର, କର୍ମକ୍ଷେତ୍ର, ବନ୍ଧୁବର୍ଗ, ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ର ପୂର୍ବବତ୍ ରହିବ। ବ୍ୟବସାୟରେ ଭଲ କାରବାର ହେବ।
ମକର
ମକର
ଆଜି ଦିନଟିରେ କାହାକୁ ହେଲେ ମଧ୍ୟ ଟାଣ କଥା କହିବା ସମସ୍ୟାର କାରଣ ହୋଇପାରେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହେଲେ ସଙ୍ଗଦୋଷ ଅପରାଧରେ ସମାଲୋଚିତ ହୋଇପାରନ୍ତି। କର୍ମକ୍ଷେତ୍ର, ପରିବାର, ଆଲୋଚନାରେ, ବନ୍ଧୁବାନ୍ଧବରେ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ।
କୁମ୍ଭ
କୁମ୍ଭ
ଆଜି ପୂର୍ବଭାଦ୍ରବ ନକ୍ଷତ୍ର କିଛି ପାଇବାକୁ ହେଲେ କିଛି ଦେବା ପାଇଁ ପ୍ରତିଶୃତିବଦ୍ଧ ହୁଅନ୍ତୁ। ଆପଣଙ୍କ କାର୍ଯ୍ୟକୁ ବାହ୍ୟଲୋକମାନେ ଯେତିକି ଆଦର କରିବେ ତାହାର ଦୁଇଗୁଣ ନିନ୍ଦାଗାନ ନିଜ ଲୋକମାନେ କରିପାରନ୍ତି। ପାରିବାରିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। ଯାତ୍ରାରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।
ମୀନମୀନ
ଆପଣଙ୍କ ଏକଜିଦିଆ ମନୋବୃତି କେତେକ କ୍ଷେତ୍ରରେ ବ୍ୟତିକ୍ରମର କାରଣ ହେବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ନିକଟରୁ ଦୂରେଇ ରହିବା ଭଲ। ରେବତୀ ନକ୍ଷତ୍ରର ପରିବାରରେ ମତାନ୍ତରଜନିତ ଅଶାନ୍ତିର ଝଲକ ଦେଖିବାକୁ ମିଳିପାରେ। କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ବୁଦ୍ଧିଜିବୀଙ୍କ ଦ୍ୱାରା ପ୍ରଶଂସିତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

ରାଶିଫଳ: ବୁଧବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ ଦରକାର ସମୟରେ ପାଖରେ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri