Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ
କର୍ମସ୍ଥ ରାଜଯୋଗର ସୁପ୍ରଭାବରେ ଆପଣ କଳ୍ପନା କରି ନ ଥିବା ମର୍ଯ୍ୟାଦାଜନକ ସ୍ଥିତିରେ ପହଞ୍ଚିଯିବେ। ପାରିବାରିକ କ୍ଷେତ୍ର ମଧ୍ୟମ ପ୍ରକାର ରହିବା ସ୍ଥଳେ ସାମାଜିକ ଜୀବନ ଉନ୍ନତତର ହେବ । ଅର୍ଥନୈତିକ ଅଭିବୃଦ୍ଧି, କଥନଶୈଳୀର ଲାଳିତ୍ୟ, ଲୋକପ୍ରିୟତା ବୃଦ୍ଧି ପାଇବ। ଈର୍ଷାପରାୟଣ ଆତ୍ମୀୟମାନେ ଦୂରେଇ ଯାଇପାରନ୍ତି ।
ବୃଷ
ବୃଷ
ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତିରେ ସାମାନ୍ୟ ବ୍ୟତିକ୍ରମ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ଅପ୍ରତିଦ୍ୱନ୍ଦ୍ୱୀ ରହିବେ । ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ ଲାଗି ଯତ୍ପରୋନାସ୍ତି ଚେଷ୍ଟା କରିପାରନ୍ତି। ସକାଳୁ ଘରେ ଦ୍ରବ୍ୟ ନଷ୍ଟ ହୋଇପାରେ । ନିଜ ପରିସରରେ ଘଟିଯାଉଥିବା ସମ୍ପର୍କବିହୀନ ବ୍ୟକ୍ତିଙ୍କ ଘଟଣାରେ ମୁଣ୍ଡ ପୂରାନ୍ତୁ ନାହିଁ ।
ମିଥୁନ
ମିଥୁନ
ଏକାଧିକଗ୍ରହ ଧନସ୍ଥାନକୁ ଦେଖୁଥିବାରୁ ଆର୍ଥିକ ଅନଟନ ଦୂରେଇଯିବ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଏବଂ ସଜ୍ଜନମାନଙ୍କ ସଙ୍ଗ ଲାଭକରି ଖୁସି ରହିବେ। ପାରିବାରିକ, ଲୋକ ସମ୍ପର୍କ କ୍ଷେତ୍ରରେ ଆଶଙ୍କା କରି ମନ ଅସ୍ଥିର ରହିବ । ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ଏପରି ଯେ-କୌଣସି କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ମିଳିବନି। ପୁଷ୍ୟା ନକ୍ଷତ୍ରର ସାମ୍ପ୍ରତିକ ପରିସ୍ଥିତି ବଦଳି ଯିବାର ଶୁଭ ସୂଚନା ପାଇ ଖୁସି ହେବେ । ଅଫିସ୍ କାମରେ କୌଣସି ବ୍ୟକ୍ତି ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ।
ସି˚ହ
ସି˚ହ
ଆପଣ ଋଣମୁକ୍ତ ହେବା ସାଙ୍ଗକୁ ଆରୋଗ୍ୟଲାଭ କରିବେ । ଷଷ୍ଠସ୍ଥ ଗ୍ରହ ପ୍ରଭାବରୁ ଆପଣଙ୍କୁ କେହି ଅସୁବିଧାରେ ପକାଇ ପାରିବନାହିଁ । ସମ୍ପର୍କୀୟମାନେ ନିଜ ଫାଇଦା ପାଇଁ ଫନ୍ଦିଫିକର କରିପାରନ୍ତି। ଗବେଷଣା, ଅନୁସନ୍ଧାନ, ରଚନାତ୍ମକ କାର୍ଯ୍ୟ ତଥା ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ ।
କନ୍ୟା
ଲାଭଭାବକୁ ଗ୍ରହମାନେ ଦେଖୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ ପାଇଁ ଅସନ୍ତୋଷ ସୃଷ୍ଟି ହୋଇପାରେ। ଆମଦାନୀ କାରବାର, ପରିବହନ, କଚେରି ମାମଲା ବିଶୃଙ୍ଖଳିତ ରହିବାର ଆଶଙ୍କା ରହିଛି।
ତୁଳା
ତୁଳା
ତୃତୀୟଭାବସ୍ଥ ଶୁକ୍ର ଆପଣଙ୍କୁ ସାହିତ୍ୟ, ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟ ମାଧ୍ୟମରେ ଆନନ୍ଦ ପ୍ରଦାନ କରିବ। ଆଜି କୌଣସି ବ୍ୟକ୍ତିଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କଚେରି ମାମଲା ମନ୍ଥର ହେତୁ ଅନୁଶୋଚନା କରିପାରନ୍ତି। ଅଫିସ୍ କାମରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ ସ୍ଥଗିତ କାମ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ।
ବିଛା
ବିଛା
ରାଶିରେ କେତୁ ପ୍ରଭାବରୁ ବିଭିନ୍ନ ଅସଙ୍ଗତ କଥା ମନକୁ ବିଭ୍ରାନ୍ତ କରାଇବ । ଅନୁରାଧା ନକ୍ଷତ୍ର ଯାହା ହୋଇ ପାରିନାହିଁ, ସେଥିପାଇଁ ଚିନ୍ତା ନ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କଲେ ଉପକୃତ ହେବେ। ଆକସ୍ମିକ ଭାବେ ରୋଗପୀଡା ଅନୁଭବ ହୋଇପାରେ । ସତ୍ୟର ପରିପନ୍ଥୀ ହେତୁ ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ ।
ଧନୁ
ଧନୁ
କର୍ମାଧରପଙ୍କ ଦୁର୍ବଳତା ହେତୁ ଆଜି ଦିନରେ କାମ ହାସଲ କଷ୍ଟକର ହୋଇପାରେ । ଅପରାହ୍ନରେ ଆଲୋଚନା ପରିସରରେ ବନ୍ଧୁଙ୍କ ଔଚିତ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ । ପାରିପାର୍ଶ୍ୱିକ ପରିସ୍ଥିତି ସୁହାଉ ନ ଥିବାରୁ ଆନମନା ରହିପାରନ୍ତି ।
ମକର
ମକର
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି କାର୍ଯ୍ୟ ହାସଲର ରାସ୍ତା ଉନ୍ମୁକ୍ତ କରିପାରନ୍ତି । ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ସାଂସ୍କୃତିକ କାମରେ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ ଓ ପରିବହନରେ ଲାଭବାନ୍ ହେବେ।
କୁମ୍ଭ
କୁମ୍ଭ
ନିଜର ଦୂରଦର୍ଶୀ ଗୁଣ ହେତୁ ସବୁ ପରିସ୍ଥିତିରେ ନିଜକୁ ଖାପଖୁଆଇ ନେବାରେ ଅସୁବିଧା ରହିବ ନାହିଁ। ଦ୍ୱାଦଶସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । କିନ୍ତୁ କର୍ମକ୍ଷେତ୍ରରେ ରୁକ୍ଷ ବ୍ୟବହାର ସହକର୍ମୀଙ୍କ ମନରେ ଆଘାତ ଦେଇପାରେ ।
ମୀନମୀନ
ସ୍ବଭାବରୁ ଅଷ୍ଟମସ୍ଥ ଚତୁଃଗ୍ରହଜନିତ କୌଣସି କାମ ସକାଶେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ଅନ୍ୟଥା ସାଙ୍ଗରେ ନେବା ଜିନିଷକୁ ଭୁଲି ଯାଇପାରନ୍ତି। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଅନ୍ୟମାନେ ଶତ୍ରୁତା କଲେ ମଧ୍ୟ ଆପଣଙ୍କ ପ୍ରତିଷ୍ଠା ନୂ୍ୟନ ହେବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri