Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୨ ତାରିଖ – Daily Horoscope

ମେଷ
ଆଜି ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦବେଗ ରହିବ ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ। ଅର୍ଥ ସମ୍ପର୍କକୁ ନେଇ ଭା୍ରତୁବିବାଦ ଦେଖାଦେଇ ପାରେ। ପାରିବାରିକ କେତେକ ସମସ୍ୟାକୁ କେନ୍ଦ୍ର କରି ଅନ୍ତଦ୍ଦର୍‌ବନ୍ଦ୍ୱ ସୃଷ୍ଟି ହେବାର ସୂଚନା ରହିଛି। ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ସନ୍ଧ୍ୟାରେ ତାହା ପାଇବେ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ନୂତନ ଯୋଜନା ସକାଶେ ମନ ବଳାଇବେ। ପିଲାଙ୍କ ସମସ୍ୟା ବିଷୟକୁ ନେଇ ମନରେ ସରସତା ରହିବ ନାହିଁ। ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି କୌଣସି ଘରୋଇ କଥା ଭିତରେ ନିଜର ଅସୁବିଧା ଜଣାଇ ସାହାଯ୍ୟ ଭିକ୍ଷା କରିବେ।
ମିଥୁନ
ମିଥୁନ
ବାରମ୍ବାର ପ୍ରତିରୋଧ ବଢିବା ଦ୍ୱାରା ଅଟକି ରହିଥିବା କାମଟିକୁ ଆଜି ସମ୍ପନ୍ନ କରିବେ। ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେବେ। ଭୁଲ୍‌ ବୁଝାମଣା କିମ୍ବା ସନ୍ଦେହଜନିତ ପାରିବାରିକ ଦିଗଟି ବିଶେଷ ଭଲ ରହିବ ନାହିଁ।
କର୍କଟ
କର୍କଟ
ଭାଇଙ୍କ ଅଭାବ ଅସୁବିଧା ସଙ୍ଗକୁ କିମ୍ବା ସ୍ବାସ୍ଥ୍ୟହାନୀ କାରଣକୁ କେନ୍ଦ୍ରକରି ମନ ଅଶାନ୍ତ ରହିବ। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତି କାମ ହାସଲ ସକାଶେ ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ଚେଷ୍ଟା କରିବେ। କ୍ରୀଡା ଓ ମନୋରଞ୍ଜନ ପ୍ରଭୃତିରେ ପ୍ରତିଯୋଗିତା ମାନୋଭାବ ଉପୁଜିବ। ପୁନର୍ବସୁ ନକ୍ଷତ୍ର ନୂତନ କାମ ସକାଶେ ମନ ବଳାଇ ପାରନ୍ତି।
ସି˚ହ
ସି˚ହ
ଅଫିସରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ସମସ୍ୟା ସୃଷ୍ଟି କରି ପାରନ୍ତି। କାରବାର, ପରିବହନ, ଷ୍ଟେସନାରୀ ଦୋକାନୀ ଲାଭବାନ ହେବେ। ପାରିବାରିକ ସ୍ଥିତି ଭଲ ରହିବା କାରଣରୁ ମାନସିକ ସ୍ଥିତି ଭଲ ରହିବ।
କନ୍ୟା
ଆଜି ସହଜ ଓ ସୁବିଧାରେ କାମ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବେ। ସାଙ୍ଗସାଥୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ କିନ୍ତୁ ପାରିବାରିକ କ୍ଷେତ୍ରରେ ଅନାଦର ପାଇପାରନ୍ତି। କଳହରୁ ଦୂରେଇ ନ ରହିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
ତୁଳା
ତୁଳା
ବନ୍ଧୁଙ୍କ ମନ ବୁଝତ୍ଲାଭଳି କଥା କହି ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ, ଏଣୁ ସତର୍କତାର ସହ କିଛି କହିବା ଭଲ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ବିଛା
ବିଛା
ଆଜି ପୂର୍ବ ପରିକଳ୍ପିତ ଲକ୍ଷ୍ୟ ହାସଲରେ କୌଣସି ଅସୁବିଧା ହେବ ନାହିଁ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। କୈାଣସି ମହିଳାଙ୍କ ତରଫରୁ ପରୋକ୍ଷ ଭାବେ ଆପଣଙ୍କ ଶତ୍ରୁମାନେ ସମସ୍ୟା ସୃଷ୍ଟି ଯୋଜନା କରିବେ। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ପାରନ୍ତି।
ଧନୁ
ଧନୁ
ଆର୍ଥିକ ସ୍ଥତି ପୂର୍ବପରି ରହିବା ସଙ୍ଗକୁ ହାତରେ ଥିବା କାମକୁ ସମ୍ପନ୍ନ କରିପାରିବେ। ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରି ପାରନ୍ତି। ଫେରନ୍ତା ବାଟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ନିର୍ମାଣାଧିନ କାଯ୍ୟ ଓ ବ୍ୟବସାୟ ଓ ପରିବହନ ପାଇଁ ଦିନଟି ବହୁତ ଭଲ।
ମକର
ମକର
ଖଳଲୋକଙ୍କ କାନକୁହା କଥାରେ ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଭଲ ସମ୍ପର୍କ ନଥିବା ଶତତା କରୁଥିବା ବ୍ୟକ୍ତିମାନେ ଚେଷ୍ଟା କରି ମଧ୍ୟ କିଛି କ୍ଷତି କରିପାରିବେ ନାହିଁ।
କୁମ୍ଭ
କୁମ୍ଭ
ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହାତ ହେବା କାରଣରୁ ମନ ଭଲ ରହିବ ନାହିଁ। ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ, ମାତ୍ର ଡରିବାର କିଛି କାରଣ ନାହିଁ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନରୋଗରେ କଷ୍ଟ ପାଇବେ। ପରିବହନ, ଯାନ୍ତ୍ରିକ ଶିଳ୍ପ, ଅଳଙ୍କାର ଦୋକାନୀ, ବିଶେଷ ଭାବରେ ଉପକୃତ ହେବେ।
ମୀନମୀନ

ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରି ପାରନ୍ତି। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଆଜି ଅର୍ଥ ପାଇବା ସହ ପ୍ରତ୍ୟୁଷ ଯାତ୍ରା ରେ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri