Posted inRasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ
ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇନେବା ସକାଶେ ଚେଷ୍ଟା କରିପାରନ୍ତି। ଚୁ-ନାମାକ୍ଷର ବ୍ୟକ୍ତିଙ୍କ ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ।
ବୃଷ
ବୃଷ
ଆଜି ବ-ନାମାକ୍ଷର ବ୍ୟକ୍ତି ସାମାଜିକ କାମରେ ସମୟ ନେବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ମନୋବଳ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରିପାରିବେ। ପରିବାରରେ ସମସ୍ୟା ଭିତରେ ଗତିକରି ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।
ମିଥୁନ
ମିଥୁନ
ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମ ସଫଳତାର ସହ ସମ୍ପନ୍ନ କରିବେ। କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ବ୍ୟବସାୟରେ କ୍ରମଶଃ ସମସ୍ୟା ବଢ଼ି ବଢ଼ି ବଡ଼ ଆକାର ଧାରଣ କରିବା ସମ୍ଭାବନା ରହିଛି। କୁ-ନାମାକ୍ଷର ବ୍ୟକ୍ତିଙ୍କ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇପାରେ।
କର୍କଟ
କର୍କଟ
ଆପଣଙ୍କ ମଧୁର ବିନୟ ବଚନ ପ୍ରଭାବରୁ ସମସ୍ୟା ଗୁଡ଼ିକର ସରଳ ସମାଧାନ କରିବାରେ ସଫଳ ହେବେ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପାରିବାରିକ କଳହକୁ କେନ୍ଦ୍ରକରି ସାୟାହ୍ନେ ଭାବପ୍ରବଣ ହୋଇପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡ଼ିବେ।
ସି˚ହ
ସି˚ହ
କାମର ଚାପ ବୃଦ୍ଧି ପାଇବା କାରଣରୁ ସ୍ଥିରତା ରହିବ ନାହିଁ। କର୍ମକ୍ଷେତ୍ରରେ ସୋମବାର ପରି ମଙ୍ଗଳବାର ମଧ୍ୟ ପରିସ୍ଥିତି ଅପରିବର୍ତ୍ତିତ ରହିବ। ମ-ନାମାକ୍ଷର ବ୍ୟକ୍ତି ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିପାରନ୍ତି। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
କନ୍ୟା
ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନ ପାଇଁ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପୂ-ନାମାକ୍ଷର ବ୍ୟକ୍ତି ନିଜ ମନ ପସନ୍ଦର ଜିନିଷ କିଣିବାରେ ସମର୍ଥ ହେବେ।
ତୁଳା
ତୁଳା
ପରିବାରରେ ସୁଖଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନତ୍ କଲେ ବିଫଳ ହେବନାହିଁ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ରୁ-ନାମାକ୍ଷରଙ୍କର ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।
ବିଛା
ବିଛା
ଗତକାଲିଠାରୁ ଯେଉଁ ବିଷୟରେ ଚିନ୍ତିତ ରହିଛନ୍ତି ସେଥିରେ ଅସୁବିଧା ହେବନାହିଁ। ନ-ନାମାକ୍ଷର ବ୍ୟକ୍ତି କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନକରି ପ୍ରଶଂସିତ ହେବେ। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସରକାରୀ କାମରେ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତରୁ ଉପକୃତ ହେବେ।
ଧନୁ
ଧନୁ
ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପରିବହନ, ଆଲୋଚନା, ସଭାସମିତି, ତର୍କ ଓ ବିବାଦରେ, ଆଇନ ଅଦାଲତରେ ସ୍ଥଗିତ କାମକୁ ପୂରା କରିବେ। ଭ-ନାମାକ୍ଷର ବ୍ୟକ୍ତି ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧା ଭୋଗିବେ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ ଓ ଆପଣଙ୍କୁ ସାହାଯ୍ୟ କରିବେ।
ମକର
ମକର
ଯେତେ ଚେଷ୍ଟାକଲେ ମଧ୍ୟ କାମ ବିଳମ୍ବିତ ହେବ। କୌଣସି ନୂତନ କାର୍ଯ୍ୟରେ ହାତଦେବାକୁ ସ୍ଥିର କରିବେ ଓ ସାମୟିକ ଅସୁବିଧାର ସମ୍ମୁଖୀନ ହେବେ। ଖ-ନାମାକ୍ଷର ବ୍ୟକ୍ତିଙ୍କ ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପାଖରେ ନ ଥିବା ଜିନିଷଟି ପାଇଁ ବନ୍ଧୁଙ୍କ ସହ ତର୍କ ଓ ବିବାଦ ବଢ଼ିପାରେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଶ-ନାମାକ୍ଷର ବ୍ୟକ୍ତିଙ୍କ ପରିବାର ଓ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ। ମାଙ୍ଗଳିକ କାର୍ଯ୍ୟ, କଚେରି ମାମଲାରେ, ଜମିଜମା ବିବାଦରେ, ଉପକୃତ ହେବେ। ଘରୋଇ କଳିର କୁପ୍ରଭାବରେ ପାରିବାରିକ ସମସ୍ୟା ଭିତରେ ଗତି କରିବେ।
ମୀନମୀନ

ସମସ୍ୟାକୁ ସାମ୍ନାକରି ନ ପାରି ବିବ୍ରତ ବୋଧ କରି ପାରନ୍ତି। ପଡ଼ୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ ହାତକୁ ନେଇଥିବା କାମ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ଦ-ନାମାକ୍ଷର ବ୍ୟକ୍ତିମାନେ ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି। ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri