Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ
ଆଜି ଶ୍ରୀଚନ୍ଦ୍ର ଯୋଗୁ ସ୍ବାସ୍ଥ୍ୟ, ଜମିଜମା ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହେବ କିନ୍ତୁ ଯାତ୍ରା, ବିବାଦ ସମସ୍ୟା ବହୁଳ ହୋଇପାରେ। ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅଶାନ୍ତି ଅନୁଭବ କରିପାରନ୍ତି। ଅଟକି ରହିଥିବା କାମ ଆରମ୍ଭ କରିବାକୁ ମନ ବଳାଇବେ। ବରାଦ ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି।
ବୃଷ
ବୃଷ
ରାହୁଯୁକ୍ତ ମଙ୍ଗଳ ଆପଣଙ୍କୁ ଦୁଃସାହସିକ କାମରେ ପ୍ରବୃତ୍ତ କରାଇପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଆକସ୍ମିକ ଭାବରେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହେବ। ବ୍ୟବସାୟ କ୍ଷେତ୍ରରେ ଯାନବାହନ, ଦୋକାନବାଡି, ସଭା ସମିତିରୁ ଉପକୃତ ହେବେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।
ମିଥୁନ
ମିଥୁନ
ଭାଗ୍ୟସ୍ଥ ନୀଚାଭିମୁଖୀ ରାଶ୍ୟାଧିପ ହେତୁ କିଛି ଅସୁବିଧା ନ ଥିଲେ ମଧ୍ୟ ଦେହ ଓ ମନ ଭଲ ରହିବ ନାହିଁ। ନିଜ ଲୋକ ପ୍ରତିବନ୍ଧକ ସାଜିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ସଂଗଠନ, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ସାହିତ୍ୟ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।
କର୍କଟ
କର୍କଟ
କର୍ମଭାବସ୍ଥ ଚନ୍ଦ୍ର ହେତୁ ପାରିବାରିକ ସ୍ଥିତି ଭଲ ରହିବା ସହ କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ। ଶୁକ୍ରଙ୍କ ସୁପ୍ରଭାବ ବିଳାସବ୍ୟସନ, କଳା, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ରରେ ସୁନାମ ପ୍ରଦାନ କରିବ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ପରିବାରରେ ବ୍ୟସ୍ତତା ବଢ଼ାଇପାରେ। ଟଙ୍କା ପଇସା ନେବା ଆଣିବା, ଦିଆ ନିଆ କ୍ଷେତ୍ରରେ ସତର୍କ ରହିବା ଭଲ ହେବ।
ସି˚ହ
ସି˚ହ
ଦୁଃସ୍ଥାନସ୍ଥ ରାଶ୍ୟାଧିପ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ସହ ବିରୋଧଭାବ ସୃଷ୍ଟି କରିପାରେ। କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ନିଜ ଲୋକଙ୍କ ପରୋକ୍ଷ ବିରୁଦ୍ଧାଚରଣ ହେତୁ ଚିନ୍ତା ବଢ଼ିଯାଇପାରେ। ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ପାଇବେ।
କନ୍ୟା
ବୃହସ୍ପତି ସହ ଶନିଙ୍କ ସମ୍ପୃକ୍ତି କାରଣରୁ କେତେକ ଭୁଲ୍‌ ନିଷ୍ପତ୍ତି ସମସ୍ୟାକୁ ନିମନ୍ତ୍ରଣ କରିପାରେ। ଉତ୍ତରାଫାଲଗୁନୀ ବନ୍ଧୁଙ୍କ ସହଯୋଗରେ ପାରିବାରିକ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ। ସ୍ଥଗିତ କାମଟିକୁ ଆରମ୍ଭକରିବାକୁ ମନ ବଳାଇବେ। କଳା, ସାହିତ୍ୟ, କ୍ରୀଡା, ପ୍ରଶାସନ,ପରିବହନ, ପ୍ରକାଶନରେ ଶୁଭଫଳ ପାଇବେ।
ତୁଳା
ତୁଳା
ସାଧାରଣ କଥାକୁ କେନ୍ଦ୍ରକରି ଭ୍ରାତୃ ସମ୍ପର୍କ ଭଲ ରହି ନ ପାରେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଃଶ୍ଚିନ୍ତାର କାରଣ ହୋଇପାରେ। ସ୍ବାତୀ ନକ୍ଷତ୍ର ସଭାସମିତି, ସାହିତ୍ୟ, ସାମ୍ବାଦିକତାରେ ପ୍ରଂଶସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ, ରାଜନୀତି, ଶିଳ୍ପ, ବାଣିଜ୍ୟ, ଯାତ୍ରା, କଚେରି ମାମଲାରେ ଚିନ୍ତିତ ରହିବେ।
ବିଛା
ବିଛା
କେତୁଙ୍କ କାରଣରୁ ପରିସ୍ଥିତି ଖରାପ ଦିଗକୁ ଗତି କରୁଥିବାରୁ ମନ ଭଲ ରହି ନ ପାରେ। ଯାନବାହନ, ସଭାସମିତି, ଜମିଜମା, ସମ୍ପର୍କୀୟ ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ଯାହାକୁ ବେଶି ବିଶ୍ୱାସ କରୁଛନ୍ତି ତାଙ୍କ ଦ୍ୱାରା ପ୍ରତାରିତ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେବା କାରଣରୁ ସକାଳର ଖୁସି ଅପରାହ୍ନକୁ ରହିବ ନାହିଁ। ଅଟକି ରହିଥିବା ଆନୁଷ୍ଠାନିକ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ପରିବାରରେ ହଠାତ୍‌ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ , ଯାହାକି ଅନର୍ଥର କାରଣ ହୋଇପାରେ। ବାଣିଜ୍ୟ ଓ ପରିବହନରେ ସମସ୍ୟାର ସରଳ ସମାଧାନ କରିବେ।
ମକର
ମକର
ପରିସ୍ଥିତି ପ୍ରତି ସଜାଗ ରହି କାମ ନ କଲେ ମାନସିକ ଦୁଶ୍ଚିନ୍ତାରେ ପଡ଼ିବେ। ଈର୍ଷାପର ଲୋକଙ୍କ ପାଖରୁ ଶୁଭ କାମନା ଆଶା କରିବା ବୃଥା ହେବ। ଧନିଷ୍ଠା ନକ୍ଷତ୍ରର ଭଲ କାମ କଲେ ମଧ୍ୟ ସୁଫଳ ପାଇବା କଷ୍ଟକର ହୋଇପାରେ। ସାଙ୍ଗଠନିକ କାର୍ଯ୍ୟ, ଆଇନ ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ବାରମ୍ବାର ବିଫଳ ହେବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରିବାରିକ ସ୍ତରରେ ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହେବ। ଆକସ୍ମିକ ସମସ୍ୟା ଦେଖାଦେବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ନୀଚ ସଂସର୍ଗରୁ ଦୂରେଇ ରୁହନ୍ତୁ। ସାଧାରଣ କଥାରୁ କଳହ ଲାଗିପାରେ।
ମୀନମୀନ
ଆଜି ଦିନରେ ବହୁତ ଚିନ୍ତା ପରେ କୌଣସି ପଦକ୍ଷେପ ନେବା ଠିକ୍‌ ହେବ। ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। କର୍ମକ୍ଷେତ୍ରରେ ମନ୍ଥର ଗତି ଦେଖାଦେଇପାରେ, ଯାହାକି ସାମୟିକ ଦୁଶ୍ଚିନ୍ତା ସୃଷ୍ଟି କରିବ। ଲେଖାପଢ଼ା, ଗବେଷଣା କ୍ଷେତ୍ର, ପ୍ରଶାସନ ତଥା ସଭାସମିତିରେ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?