Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ
ଆଜି ଦଶମ ଚନ୍ଦ୍ର ହେତୁ ପ୍ରତ୍ୟେକ ଦିଗରୁ ଲାଭବାନ୍ ହେବେ ଓ ଯାହା ଖୋଜୁଛନ୍ତି ତାହା ପାଇବେ। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଅନ୍ୟମାନଙ୍କର ଚାପରେ ପଡି ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ଟେନ୍ସନ ବୃଦ୍ଧି ପାଇପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ।
ମିଥୁନ
ମିଥୁନ
ପାରିବାରିକ କ୍ଷେତ୍ରରେ ଚାପ କ୍ରମଶଃ ବଢିପାରେ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। କାନକୁହା କଥା ଶୁଣି ଉପର ଅଧିକାରୀମାନେ ଖପ୍ପା ହୋଇପାରନ୍ତି। ମନ ଭିତର ଗୋପନ କଥାକୁ ମନରେ ରଖିପାରିବେ ନାହିଁ, ଅନ୍ୟକୁ କହି ସମାଲୋଚିତ ହେବେ।
କର୍କଟ
କର୍କଟ
ଆଜି ଶନିଯୁକ୍ତ ସପ୍ତମ ଚନ୍ଦ୍ର ହେତୁ ଯାତ୍ରା ସ୍ଥଗିତ ମନକୁ ବିଷାଦିତ କରିବ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ ନତୁବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଆନୁଷ୍ଠାନିକ କାମ ଓ ସଭାସମିତିରେ ସଫଳତା ହାସଲ କରିବେ। ପର କଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି।
ସି˚ହ
ସି˚ହ
ବୁଧାଦିତ୍ୟ ଯୋଗ ଗୁରୁକ୍ଷେତ୍ରସ୍ଥ ହେତୁ ଆପଣଙ୍କ ଯୁକ୍ତିଯୁକ୍ତ କଥାକୁ ବନ୍ଧୁମାନେ ପସନ୍ଦ କରିବା ସହ ସହମତି ପ୍ରକାଶ କରିବେ। ପିଲାମାନଙ୍କ ସମସ୍ୟା ଭିତରେ ନିଜେ ବାନ୍ଧି ହୋଇଯିବେ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଥିଲେ ମଧ୍ୟ ମାନସିକ ଶାନ୍ତି ବ୍ୟାହତ ହେବ।
କନ୍ୟା
ସମସ୍ୟା ରହିଥିଲେ ମଧ୍ୟ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ସହକର୍ମୀଙ୍କ ସାହାଯ୍ୟରେ ଦୀର୍ଘ ଦିନର ବକେୟା ଅର୍ଥ ଆଦାୟ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ତୁଳା
ତୁଳା
ଶୁକ୍ର ପ୍ରଭାବରେ ଆନୁଷଙ୍ଗିକ ସୁବିଧା ସୁଯୋଗ ସହ କାବ୍ୟ, ସାହିତ୍ୟ, କଳା, କାରିଗରି ପ୍ରତି ରୁଚି ବଳିବ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ କିନ୍ତୁ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ। ବାଣିଜ୍ୟ, ନିର୍ମାଣାଦି କ୍ଷେତ୍ରରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ପରିସରରେ ଉପସ୍ଥିତ ବୁଦ୍ଧି ଖଟାଇ ସ୍ଥିତି ସମ୍ଭାଳି ନେବେ।
ବିଛା
ବିଛା
କେତୁ ଯୁକ୍ତ ଶୁକ୍ର ରାଶିସ୍ଥ ହେତୁ କୌଶଳରେ କାମ ହାସଲ କରିପାରିବେ। ପ୍ରଶାସନିକ ସ୍ତରରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଲାଭବାନ ହେବେ। କ୍ରୀଡା, ଚଳଚ୍ଚିତ୍ର ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ମନରେ ଉଙ୍କି ମାରିବ।
ଧନୁ
ଧନୁ
ଆଜି କର୍ମକ୍ଷେତ୍ର, ପ୍ରକାଶନ, ପ୍ରଶାସନିକ ଏବଂ ନିର୍ମାଣ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଉତ୍ତରାଷାଢା ନକ୍ଷତ୍ରର ସାମାନ୍ୟ ବଚସାରୁ ପ୍ରିୟ ବନ୍ଧୁଙ୍କ ସହ ସମ୍ପର୍କ ହାନି ଘଟିପାରେ। ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେବା ସଙ୍ଗକୁ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରିପାରିବେନାହିଁ।
ମକର
ମକର
ସକାଳୁ ଅର୍ଥ ସାହାଯ୍ୟ ଆଶାରେ ବନ୍ଧୁଙ୍କୁ ବିଭିନ୍ନ ବିନୟପୂର୍ଣ୍ଣ କଥା କହିବେ। ଆଜି ଅଧ୍ୟୟନ, ଆଲୋଚନା, ତର୍କରେ, ପ୍ରଶଂସିତ ହେବେ। ପାରିବାରିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ଭୁଲ୍ ବୁଝାମଣା କାରଣରୁ ପଡୋଶୀଙ୍କ ସହ ସମ୍ପର୍କ ତିକ୍ତ ହୋଇପାରେ।
କୁମ୍ଭ
କୁମ୍ଭ
ଜନ୍ମ ଚନ୍ଦ୍ର ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କଥା ଚିନ୍ତା କରି ମାନସିକ ସ୍ଥିତି ଭଲ ରହି ନ ପାରେ। ଅଫିସ କାମ ହାସଲ ସକାଶେ ଆଗନ୍ତୁକଟି ପ୍ରଶଂସାରେ ଶତମୁଖ ହୋଇ ଉଠିବ। ଭାବୁଥିବା କଥାଟି ବନ୍ଧୁଙ୍କ ମୁହଁରେ ପ୍ରକାଶ କରିପାରିବେ ନାହିଁ। ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ କିନ୍ତୁ କିଛି କହିପାରିବେ ନାହିଁ।
ମୀନମୀନ
ସକାଳୁ କୌଣସି ଭଦ୍ରବ୍ୟକ୍ତିଙ୍କ ସହ ଆଲୋଚନା ମନଃସ୍ଥିତିକୁ ଦୃଢ କରିପାରେ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆଶ୍ୱସ୍ତି ଲାଭ କରିବେ। ପରିବାରରେ ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କେତେକ ସ୍ଥାନରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri