Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ
ଆଜି ଦଶମ ଚନ୍ଦ୍ର ହେତୁ ପ୍ରତ୍ୟେକ ଦିଗରୁ ଲାଭବାନ୍ ହେବେ ଓ ଯାହା ଖୋଜୁଛନ୍ତି ତାହା ପାଇବେ। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଅନ୍ୟମାନଙ୍କର ଚାପରେ ପଡି ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ଟେନ୍ସନ ବୃଦ୍ଧି ପାଇପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ।
ମିଥୁନ
ମିଥୁନ
ପାରିବାରିକ କ୍ଷେତ୍ରରେ ଚାପ କ୍ରମଶଃ ବଢିପାରେ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। କାନକୁହା କଥା ଶୁଣି ଉପର ଅଧିକାରୀମାନେ ଖପ୍ପା ହୋଇପାରନ୍ତି। ମନ ଭିତର ଗୋପନ କଥାକୁ ମନରେ ରଖିପାରିବେ ନାହିଁ, ଅନ୍ୟକୁ କହି ସମାଲୋଚିତ ହେବେ।
କର୍କଟ
କର୍କଟ
ଆଜି ଶନିଯୁକ୍ତ ସପ୍ତମ ଚନ୍ଦ୍ର ହେତୁ ଯାତ୍ରା ସ୍ଥଗିତ ମନକୁ ବିଷାଦିତ କରିବ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ ନତୁବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଆନୁଷ୍ଠାନିକ କାମ ଓ ସଭାସମିତିରେ ସଫଳତା ହାସଲ କରିବେ। ପର କଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି।
ସି˚ହ
ସି˚ହ
ବୁଧାଦିତ୍ୟ ଯୋଗ ଗୁରୁକ୍ଷେତ୍ରସ୍ଥ ହେତୁ ଆପଣଙ୍କ ଯୁକ୍ତିଯୁକ୍ତ କଥାକୁ ବନ୍ଧୁମାନେ ପସନ୍ଦ କରିବା ସହ ସହମତି ପ୍ରକାଶ କରିବେ। ପିଲାମାନଙ୍କ ସମସ୍ୟା ଭିତରେ ନିଜେ ବାନ୍ଧି ହୋଇଯିବେ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଥିଲେ ମଧ୍ୟ ମାନସିକ ଶାନ୍ତି ବ୍ୟାହତ ହେବ।
କନ୍ୟା
ସମସ୍ୟା ରହିଥିଲେ ମଧ୍ୟ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ସହକର୍ମୀଙ୍କ ସାହାଯ୍ୟରେ ଦୀର୍ଘ ଦିନର ବକେୟା ଅର୍ଥ ଆଦାୟ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ତୁଳା
ତୁଳା
ଶୁକ୍ର ପ୍ରଭାବରେ ଆନୁଷଙ୍ଗିକ ସୁବିଧା ସୁଯୋଗ ସହ କାବ୍ୟ, ସାହିତ୍ୟ, କଳା, କାରିଗରି ପ୍ରତି ରୁଚି ବଳିବ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ କିନ୍ତୁ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ। ବାଣିଜ୍ୟ, ନିର୍ମାଣାଦି କ୍ଷେତ୍ରରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ପରିସରରେ ଉପସ୍ଥିତ ବୁଦ୍ଧି ଖଟାଇ ସ୍ଥିତି ସମ୍ଭାଳି ନେବେ।
ବିଛା
ବିଛା
କେତୁ ଯୁକ୍ତ ଶୁକ୍ର ରାଶିସ୍ଥ ହେତୁ କୌଶଳରେ କାମ ହାସଲ କରିପାରିବେ। ପ୍ରଶାସନିକ ସ୍ତରରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଲାଭବାନ ହେବେ। କ୍ରୀଡା, ଚଳଚ୍ଚିତ୍ର ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ମନରେ ଉଙ୍କି ମାରିବ।
ଧନୁ
ଧନୁ
ଆଜି କର୍ମକ୍ଷେତ୍ର, ପ୍ରକାଶନ, ପ୍ରଶାସନିକ ଏବଂ ନିର୍ମାଣ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଉତ୍ତରାଷାଢା ନକ୍ଷତ୍ରର ସାମାନ୍ୟ ବଚସାରୁ ପ୍ରିୟ ବନ୍ଧୁଙ୍କ ସହ ସମ୍ପର୍କ ହାନି ଘଟିପାରେ। ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେବା ସଙ୍ଗକୁ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରିପାରିବେନାହିଁ।
ମକର
ମକର
ସକାଳୁ ଅର୍ଥ ସାହାଯ୍ୟ ଆଶାରେ ବନ୍ଧୁଙ୍କୁ ବିଭିନ୍ନ ବିନୟପୂର୍ଣ୍ଣ କଥା କହିବେ। ଆଜି ଅଧ୍ୟୟନ, ଆଲୋଚନା, ତର୍କରେ, ପ୍ରଶଂସିତ ହେବେ। ପାରିବାରିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ଭୁଲ୍ ବୁଝାମଣା କାରଣରୁ ପଡୋଶୀଙ୍କ ସହ ସମ୍ପର୍କ ତିକ୍ତ ହୋଇପାରେ।
କୁମ୍ଭ
କୁମ୍ଭ
ଜନ୍ମ ଚନ୍ଦ୍ର ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କଥା ଚିନ୍ତା କରି ମାନସିକ ସ୍ଥିତି ଭଲ ରହି ନ ପାରେ। ଅଫିସ କାମ ହାସଲ ସକାଶେ ଆଗନ୍ତୁକଟି ପ୍ରଶଂସାରେ ଶତମୁଖ ହୋଇ ଉଠିବ। ଭାବୁଥିବା କଥାଟି ବନ୍ଧୁଙ୍କ ମୁହଁରେ ପ୍ରକାଶ କରିପାରିବେ ନାହିଁ। ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ କିନ୍ତୁ କିଛି କହିପାରିବେ ନାହିଁ।
ମୀନମୀନ
ସକାଳୁ କୌଣସି ଭଦ୍ରବ୍ୟକ୍ତିଙ୍କ ସହ ଆଲୋଚନା ମନଃସ୍ଥିତିକୁ ଦୃଢ କରିପାରେ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆଶ୍ୱସ୍ତି ଲାଭ କରିବେ। ପରିବାରରେ ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କେତେକ ସ୍ଥାନରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?