Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୧୬ ତାରିଖ – Daily Horoscope

ମେଷ
ଚନ୍ଦ୍ରଙ୍କ ଶୁଭସଂସ୍ଥାନ ହେତୁ ଆଜି ସକାଳୁ ସକାଳୁ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ ଚିନ୍ତା କରି ପାରନ୍ତି। କର୍ମସ୍ଥ ସ୍ବଗୃହୀ ଶନିଙ୍କ ଯୋଗୁଁ ଅଫିସରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। ପାଖ ପଡୋଶୀଙ୍କ ସହ ବିଭିନ୍ନ ଆଲୋଚନାରେ ସମୟ କଟାଇବେ।
ବୃଷ
ବୃଷ
ଚତୁର୍ଥାଧିପତି ଦ୍ୱିତୀୟସ୍ଥ ଯୋଗୁ ବନ୍ଧୁଙ୍କଠାରୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଅର୍ଥ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଗଠନମୂଳକ କାର୍ଯରେ ଗତି ମନ୍ଥର ହେବା ସଙ୍ଗକୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ।
ମିଥୁନ
ମିଥୁନ
ବ୍ୟୟାଧିପ ଧନଭାବସ୍ଥ ଯୋଗୁ ବ୍ୟୟ ବୃଦ୍ଧି କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ। ନୂତନ କର୍ମାରମ୍ଭରେ ଉସତ୍ାହିତ ହେବେ ଓ ସଫଳତା ହାସଲ କରିବେ। ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଆନୁଷ୍ଠାନିକ କାମରେ ପାରସ୍ପରିକ ବିବାଦ କାରଣରୁ କାର୍ଯ୍ୟ ସାଧନରେ ବିଳମ୍ବ ହୋଇପାରେ।
କର୍କଟ
କର୍କଟ
କର୍ମାଧିପତିଙ୍କ ଦୁର୍ବଳତା କାରଣରୁ ଅସ୍ଥିରତା ଲାଗି ରହିବ। ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ନିଜ ପରିସରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉସତ୍ାହିତ ହେବେ। ନିଜ ସ୍ବାର୍ଥରେ ବାଧା ଉପୁଜିବା କାରଣରୁ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବ। ପାରିବାରିକ ସମସ୍ୟାକୁ ସମାଧାନ କରିବା ସକାଶେ ଚେଷ୍ଟିତ ହେବେ।
ସି˚ହ
ସି˚ହ
ଏକାଦଶ ଭାବରେ ତୃତୀୟାଧିପ ଥିବାରୁ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟ କରିବାରେ ବିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ପଡିବ। ଆଜିର କର୍ମାରମ୍ଭରେ ପ୍ରଥମେ ପ୍ରଥମେ ସଂକଟର ସମ୍ମୁଖୀନ ହେବେ। ଅଫିସରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ।
କନ୍ୟା
ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ମନରେ ଭାବପ୍ରବଣତା ଜନିତ ସୁସମ୍ପର୍କ ବ୍ୟାହତ ହୋଇପାରେ। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ବାରମ୍ବାର ଚେଷ୍ଟା କରି ମଧ୍ୟ ଅପୂରଣୀୟ ଆଶା ମନରେ ଆଶଙ୍କା ଉଦ୍ରେକ କରିବ। ବିଭିନ୍ନ ପ୍ରକାରର ପାରିବାରିକ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରି ପାରନ୍ତି।
ତୁଳା
ତୁଳା
ସ୍ବଗୃହୀ ଶନି ହେତୁ ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରିବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ମାନସିକ ଅବସାଦ ଯୋଗଁୁ କୌଣସି କାମ ଉସତ୍ାହପ୍ରଦ ନ ହୋଇପାରେ।
ବିଛା
ବିଛା
ରାଶିର ସପ୍ତମସ୍ଥ ରାହୁ ହେତୁ ଆଜିର ସକାଳୁଆ ଯାତ୍ରାରେ ଶୁଭଫଳ ମିଳି ନ ପାରେ। ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି କର୍ମକ୍ଷେତ୍ର ଓ ପ୍ରଶାସନିକ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ। ସତର୍କରେ ଚଳନ୍ତୁ, ଅନ୍ୟଥା ନିଜର ପାଖ ଲୋକମାନେ ଅପପ୍ରଚାର କରିପାରନ୍ତି ।
ଧନୁ
ଧନୁ
ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେଇପାରେ। ଏହାସଙ୍ଗକୁ କାମଗୁଡିକ ମଧ୍ୟ ସୁବିଧାରେ ସମ୍ପନ୍ନ ହେବ ନାହିଁ ଏବଂ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ ନାହିଁ। ଅବଶ୍ୟ ବାକି ପଡିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ହେବ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣାରେ ପାଖ ମାଡି ନ ପାରନ୍ତି।
ମକର
ମକର
ଶୁକ୍ର ଦୃଷ୍ଟ ଶନିଙ୍କ ହେତୁ ଅଭାବ ଅସୁବିଧା ସଙ୍ଗକୁ ନିନ୍ଦା, ଅପମାନରୁ ମଧ୍ୟ ରକ୍ଷା ପାଇବେ ନାହିଁ। ଏପରି କି ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ। ବୃହସ୍ପତିଙ୍କ ଦୁର୍ବଳତା କାରଣରୁ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ତଥାପି ଉତ୍ତରାଷାଢା ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
କୁମ୍ଭ
କୁମ୍ଭ
ଧନାଧିପ ନିଜ ରାଶିରେ ରହିଥିବାରୁ ଅର୍ଥଲାଭ ପାଇଁ ଚେଷ୍ଟା ନିରର୍ଥକ ହେବନାହିଁ। ସକାଳୁ ସକାଳୁ ଦେବ ଦର୍ଶନ ସକାଶେ ମନ ବଳାଇବେ। ଖାଦ୍ୟପେୟରେ ସତର୍କ ନ ରହିବା କାରଣରୁ ଅଜୀର୍ଣ୍ଣ ଓ ଆମାଶୟ ଦେଖା ଦେଇପାରେ। କେତେକ କ୍ଷେତ୍ରରେ ସବୁ ଜାଣି ଶୁଣି ନୀରବଦ୍ରଷ୍ଟା ଭଳି କାମ କରିବାକୁ ପଡିପାରେ।
ମୀନମୀନ
ମୁଖଭାବ ପ୍ରତି ଅଶୁଭ ଗ୍ରହ ଦୃଷ୍ଟି ନ ଥିବାରୁ ସୁନ୍ଦର ଓ ମଧୁର ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ଆପଣାର କରି ପାରିବେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?