Posted inRasifala

ରାଶିଫଳ: ମଙ୍ଗଳବାର , ଜୁନ୍ ୬ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ର ଓ ଆର୍ଥିକ ଦିଗଟି ଅନୁକୂଳ ରହିଲେ ମଧ୍ୟ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ସବୁ କିଛି ଭଲ ମଧ୍ୟରେ ଅଶ୍ୱିନୀର ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତରର ସୂଚନା ବିଦ୍ୟମାନ। ଭୁଲ୍‌ ବୁଝାମଣା କାରଣରୁ ମାନସିକ ସ୍ଥିତି ହଠାତ୍‌ ବଦଳିଯିବ। ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତାନ୍ତର ଘଟିବାର ସୂଚନା ରହିଛି। ପରିବାର ସକାଶେ ଆକସ୍ମିକ ଆବଶ୍ୟତା କାରଣରୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢ଼ାଇଦେବ। କେତେକ କାରଣକୁ ନେଇ ଇଚ୍ଛା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ମିଥୁନ
ମିଥୁନ
ଦୀର୍ଘଦିନର ଋଣ ପରିଶୋଧ କରିବା ସକାଶେ ବିଭିନ୍ନ ଧନ୍ଦା କରିବା ଲାଗି ମନ ବଳାଇବେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜି ପାରନ୍ତି ଓ ତାହାଙ୍କ ସାହାଯ୍ୟ ମଧ୍ୟ ପାଇବେ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପରୋକ୍ଷ ଶତ୍ରୁତା ସାମାନ୍ୟ ବ୍ୟତିକ୍ରମ ସୃଷ୍ଟ କରିପାରେ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ। ପରିବାରର ଆର୍ଥିକ ସମସ୍ୟା ନେଇ ମନରେ ଥିବା ଦୁର୍ଭାବନା ଦୂରେଇବାରେ ସମର୍ଥ ହେବେ। ଅଧସ୍ତନ କର୍ମଚାରୀ କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ଼ କରି କଳହର ମାତ୍ରାକୁ ବଢ଼ାଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ତଥା ଚଳଚ୍ଚିତ୍ର, ସାମ୍ବାଦିକତା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
ସି˚ହ
ସି˚ହ
ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁତୁଲ୍ୟଙ୍କ ସହ ପରାମର୍ଶ କରନ୍ତୁ। ପିଲାଙ୍କୁ ନେଇ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅନ୍ୟମାନେ ଶତ୍ରୁତା କଲେ କିଛି ସିନା କରିପାରିବେ ନାହିଁ। କାରଣ ସମସ୍ୟା ସମସ୍ୟା ନୁହେଁ, ସମସ୍ୟାର ସମାଧାନ ହିଁ ପ୍ରକୃତ ସମସ୍ୟା ହେବ।
କନ୍ୟା
ସାମଗ୍ରିକ ଦିଗରୁ ଦିନଟି ଭଲ ମନେହେଲେ ମଧ୍ୟ ଆପଣଙ୍କ ଉପଭୋଗ୍ୟ ହୋଇପାରିବ ନାହିଁ। ବହୁତ ଦିନର ଅପୂରଣୀୟ ଆଶା ମନରେ ଅନାଗତ ଭୟ ଓ ଆଶଙ୍କା ସୃଷ୍ଟି କରିପାରେ। ପରିବହନ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହୋଇପାରେ। ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି।
ତୁଳା
ତୁଳା
ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ଦୃଷ୍ଟିକୋଣ ବଦଳି ଯାଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିବା ପରି ଆଶଙ୍କା ଦେଖାଦେବ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। କର୍ମକ୍ଷେତ୍ରରୁ ଫେରିବା ସମୟରେ ମୂଲ୍ୟବାନ୍‌ ଦ୍ରବ୍ୟ ଆଣିପାରନ୍ତି।
ବିଛା
ବିଛା
କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ମନଟା ଗୋଳେଇଘାଣ୍ଟି ଲାଗିବ। ଅନ୍ୟମାନଙ୍କ କଥାରେ ଭାସି ନଯାଇ ଲୋକକୁ ପରଖି ଯାହା କରିବା କଥା କରନ୍ତୁ। ଆକସ୍ମିକ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଧାର କରଜ କରିବାକୁ ବାଧ୍ୟ ହେବେ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିବନ୍ଧକ ଓ ସମସ୍ୟା ଦେଖାଦେବ।
ଧନୁ
ଧନୁ
ଅସନ୍ତୋଷକୁ ଚାପି ରଖି, ମୁହଁରେ ହସ ଫୁଟାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବେ। ପୂର୍ବାଷାଢ଼ା ଯେତେବେଳେ ଯାହା ଚାହିଁବେ ପାଇବେ। ଆମଦାନୀ କାରବାର, ପନିପରିବା ଦୋକାନୀ, ହୋଟେଲ ମାଲିକ ବେଶ୍‌ ଖୁସି ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ।
ମକର
ମକର
କେତେକ କ୍ଷେତ୍ରରେ ବନ୍ଧୁଙ୍କ କଥାକୁ ଗ୍ରହଣ କଲେ ସମସ୍ୟାରୁ ମୁକୁଳି ଯାଇପାରନ୍ତି। ସହକର୍ମୀ କିମ୍ବା ଆମତ୍ୀୟଙ୍କଠାରୁ ସାୟାହ୍ନରେ କୌଣସି ଖବର ପାଇ ବିସ୍ମିତ ହେବେ। ଶିକ୍ଷା, ଗଠନମୂଳକ ଆଲୋଚନା, ଆନୁଷ୍ଠାନିକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ। ଆର୍ଥିକ ଅଭିବୃଦ୍ଧି ପାଇଁ ପଲିସ୍‌ କରିପାରନ୍ତି।
କୁମ୍ଭ
କୁମ୍ଭ
ପ୍ରତିବନ୍ଧକ ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି। ବିନା ଖର୍ଚ୍ଚରେ କିମ୍ବା ସରଳ ଓ ସହଜରେ କୌଣସି କାମ ହାସଲ କରିବା ଆଜି ଦୁରୂହ ହୋଇପଡିବ। ପରିବାରରେ କାହାର ସ୍ବାସ୍ଥ୍ୟହାନି କାରଣରୁ ମନ ସ୍ଥିର ରହି ପାରିବ ନାହିଁ। ଅବଶ୍ୟ ବନ୍ଧୁଙ୍କ ସହାୟତା ନେଇ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ମୀନମୀନ
ଆଜି କର୍ମକ୍ଷେତ୍ର ସକାଶେ ସାମୟିକ ଚିନ୍ତିତ ରହିବେ, କିନ୍ତୁ ପରକ୍ଷଣରେ ସବୁ କିଛି ଠିକ୍‌ ହୋଇଯିବ। ଶିକ୍ଷା, ସନ୍ତାନ, ଅଧ୍ୟୟନ, ଅଧ୍ୟାପନା, ଆଲୋଚନା ପାଇଁ ପ୍ରକୃଷ୍ଟ ଦିନଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାତ୍ରା, ବାଣିଜ୍ୟ, ସଙ୍ଗଠନ, ଲେଖାପଢ଼ାରେ ସମସ୍ୟା ସମାଧାନ ହୋଇଯିବ। ସ୍ବାସ୍ଥ୍ୟ ଭଲ ରହିବ ଓ କୌଣସି ନୂତନ କାମଟିଏ ଆରମ୍ଭ କରିବା ସକାଶେ ମନ ବଳାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri