ରିଲିଜ ହେଲା ‘ସତ୍ୟପ୍ରେମ କି କଥା’ର ଟ୍ରେଲର

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ସତ୍ୟପ୍ରେମ କି କଥା’ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ରୋମାଣ୍ଟିକ କମେଡି ମୁଭିରେ କାର୍ତ୍ତିକ ଏବଂ କିଆରାଙ୍କ ଯୋଡି ଦିଲ ଲୁଟନେ ବାଲା ହୈ। ଫିଲ୍ମର ଟ୍ରେଲରରେ କାର୍ତ୍ତିକ ଏମିତି ଏକ ଭୂମିକାରେ ନଜର ଆସିଛନ୍ତି ଯାହାକୁ ବିବାହ ପାଇଁ ଝିଅ ମିଳୁନାହାନ୍ତି। ଏହାରି ଭିତରେ ତାଙ୍କୁ କିଆରା ମିଳୁଛନ୍ତି। ତେବେ ଟ୍ରେଲରରେ କିଆରା ଅନ୍ୟ କାହାକୁ ବିବାହ କରୁଥିବା ଦେଖିବାକୁ ମିଳିଛି। ଟ୍ରେଲରକୁ ଦେଖିଲେ ଲାଗୁଛି ଯେ ଫିଲ୍ମଟି ଫୁଲ ଏଣ୍ଟରଟେନମେଣ୍ଟ ହେବାକୁ ଯାଉଛି।

‘ସତ୍ୟପ୍ରମ କି କଥା’କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି। ଏହି ମୁଭିରେ ଉଭୟଙ୍କ ଯୋଡିକୁ ଦ୍ୱିତୀୟ ଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିବ। ଏହାପୂର୍ବରୁ ‘ଭୁଲ-ଭୁଲୈୟା ୨’ରେ ଉଭୟଙ୍କ ଯୋଡିକୁ ଦର୍ଶକେ ବେଶ ପସନ୍ଦ କରିଥିଲେ। ଟ୍ରେଲର ଆରମ୍ଭରେ, ସିଙ୍ଗଲ କାର୍ତ୍ତିକ ଆର୍ଯ୍ୟନ କିଆରା ଆଡଭାନୀଙ୍କ ସହ ଫ୍ଲର୍ଟିଂ କରୁଥିବାବେଳେ ପରବର୍ତ୍ତୀ ସିନରେ ସେ ଏମିତି ଏକ ପୁଅ ଭାବରେ ଦେଖାଯାଉଛନ୍ତି ଯିଏ ଘରର ସମସ୍ତ କାମ କରୁଛନ୍ତି, ହେଲେ ବିବାହ ପାଇଁ ତାଙ୍କୁ ଝିଅ ମିଳୁନାହିଁ। ତୃତୀୟ ସିନରେ ଫିଲ୍ମଟି କମେଡିରେ ପରିପୂର୍ଣ୍ଣ ଭଳି ଲାଗୁଛି, ତା’ପରେ ଟ୍ରେଲରର ଫୋର୍ଥ ହାଫରେ ଆକ୍ସନ ନଜର ଆସୁଛି। ଏହି ଚଳଚ୍ଚିତ୍ରର ଟ୍ରେଲର ବହୁତ ରୋମାଞ୍ଚକର ହୋଇଛି। ଫିଲ୍ମ ଦେଖିବା ପରେ ଲାଗୁଛି ଯେ ଏହା ବହୁତ ଇଣ୍ଟରେଷ୍ଟିଂ ହେବାକୁ ଯାଉଛି।

ଫିଲ୍ମଟି ୨୯ ଜୁନ ୨୦୨୩ରେ ରିଲିଜ ହେବାକୁ ଯାଉଛି। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସମିର ବିଦ୍ୱାଂସ। ଫିଲ୍ମରେ କାର୍ତ୍ତିକ ଓ କିଆରାଙ୍କ ବ୍ୟତୀତ ଗଜରାଜ ରାଓ ଓ ସୁପ୍ରିୟା ପାଠକଙ୍କ ଭଳି କଳାକାର ଲିଡ ରୋଲରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?