ରାଶିଫଳ: ମଙ୍ଗଳବାର , ମେ ୯ ତାରିଖ – Daily Horoscope

ମେଷ
ଆଜି ଭାଇ, ବନ୍ଧୁ, ସମ୍ପର୍କୀୟ କିମ୍ବା ଆମତ୍ୀୟଙ୍କ ସାହାଯ୍ୟରୁ ଅର୍ଥ ପାଇବେ। ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା କାରଣରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, କଳା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ଗତକାଲିଠାରୁ ସ୍ଥିର କରିଥିବା ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା ଘଟିପାରେ। ଅଯଥା ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି। ସତ୍‌ସଙ୍ଗ ଓ ବନ୍ଧୁମିଳନ କିମ୍ବା ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ମିଥୁନ
ମିଥୁନ
ବନ୍ଧୁ ଗହଣରେ ବେଶି ସମୟ କଟିଲେ ମଧ୍ୟ ଘରର ଅଶାନ୍ତି ମନକୁ ଭାରାକ୍ରାନ୍ତ ରଖିବ। ବହୁ ଦିନରୁ ଚେଷ୍ଟା କରି ମଧ୍ୟ ପାଇ ନ ଥିବା ପ୍ରାପ୍ୟଧନ ଆଜି ସନ୍ଧ୍ୟାରେ ପାଇବେ। ସମ୍ପର୍କୀୟ ବ୍ୟକ୍ତିମାନଙ୍କ ସକାଶେ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ହେବ। କିନ୍ତୁ ଏହା ସାଙ୍ଗକୁ ପାଖରେ ଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।
କର୍କଟ
କର୍କଟ
ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ ଅତିବାହିତ ହେବ। ଆପଣଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସାକରି ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। କଚେରି ମାମଲା,ଜମିଜମା ସମ୍ପର୍କିତ ବିବାଦୀୟ ଘଟଣାରେ ବିଜୟୀ ହେବେ।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ବିଷୟରେ ଚିନ୍ତାକରି ମନ ଭଲ ରହିବ ନାହିଁ। ପରିବହନ, ବାଣିଜ୍ୟ ଓ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ। ସାମାଜିକ ସ୍ତରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ନିଜ ପାଇଁ କ୍ଷତିର କାରଣ ହେବ।
କନ୍ୟା
ପ୍ରତ୍ୟେକ କାମ ସମସ୍ୟା ବିଜଡ଼ିତ ସାଙ୍ଗକୁ ବହୁ ବିଳମ୍ବରେ ହେଉଥିବାରୁ ବ୍ୟସ୍ତତା ବଢ଼ିଯିବ। ବନ୍ଧୁଙ୍କ ଦୁଃଖିତ ମନକୁ ସାନ୍ତ୍ବନା ଦେବାକୁ ଯାଇ ପରିବାରରେ ଦ୍ୱନ୍ଦ୍ୱ ଲାଗିଯାଇପାରେ। ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ଯାତ୍ରା, ବ୍ୟବସାୟ, ନିର୍ମାଣ, ପ୍ରଶାସନ ଓ ଆଇନ ଅଦାଲତରେ କାମର ଚାପ ବୃଦ୍ଧି ପାଇପାରେ।
ତୁଳା
ତୁଳା
ଆଜି ଦିନଟିରେ ବନ୍ଧୁମାନଙ୍କ ସହଯୋଗ ଆଶା ନିରର୍ଥକ ହେବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ସାଙ୍ଗସାଥୀଙ୍କ ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଚିତ୍ରା ନକ୍ଷତ୍ରର ଆର୍ଥିକ ଅନଟନ ଓ ସ୍ଥାନ ବଦଳିବା କାରଣରୁ ଦୁଶ୍ଚିନ୍ତା ବଢ଼ିଯିବ।
ବିଛା
ବିଛା
କର୍ମକ୍ଷେତ୍ରର ଚାପ ବୃଦ୍ଧି କାରଣରୁ ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହେବ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ବିବାଦୀୟ ଘଟଣାରୁ ଦୂରେଇରହିବା ଭଲ ହେବ, ନତୁବା ନିଜେ ସମସ୍ୟା ଭିତରକୁ ଟାଣିହୋଇପାରନ୍ତି। ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତାରୁ ପଡ଼ିରହିଥିବା କାମଟିରେ ଅଗ୍ରଗତିର ସୂଚନା ପାଇବେ।
ଧନୁ
ଧନୁ
ପାରିବାରିକ କଳହ କିମ୍ବା ପୂର୍ବ ଶତ୍ରୁତାକୁ ନେଇ ମନ ଭଲ ରହିବ ନାହିଁ। ଭ୍ରମଣ, ରାଜନୀତି, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ ପାଇଁ ଆଜି ଦିନଟି ବହୁତ ଭଲ। ପାଖ ପଡ଼ୋଶୀଙ୍କ ମୁହଁରୁ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ରାଜନୀତି, କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ତଥା ସଭାସମିତି କାମରେ ବ୍ୟସ୍ତତା ବୃଦ୍ଧି ପାଇବ।
ମକର
ମକର
ବନ୍ଧୁମାନଙ୍କୁ ସୁପରାମର୍ଶ, ଶିକ୍ଷା, ପରୀକ୍ଷା ତଥା ଆନୁଷ୍ଠାନିକ କ୍ଷେତ୍ରରେ କୃତିତ୍ୱରୁ ପ୍ରଶଂସିତ ହେବେ। କିନ୍ତୁ ପାରିବାରିିକ ସମସ୍ୟାର ସମାଧାନ କରିବା କଷ୍ଟକର ହୋଇପଡ଼ିବ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ସାଙ୍ଗକୁ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ। ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କୁମ୍ଭ
କୁମ୍ଭ
ଆଜିର ଏକାଦଶସ୍ଥ ଚନ୍ଦ୍ର ଭଲ ବଦଳରେ କିଛି ପ୍ରାପ୍ୟଧନକୁ ନେଇ କଳହ ସୃଷ୍ଟି କରାଇବେ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଆଶଙ୍କାକୁ ଏଡ଼ି ହେବ ନାହିଁ। ଜମିଜମା, ସରକାରୀ ସୂତ୍ରରୁ ଅର୍ଥ, ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। ବାଦବିବାଦର ଆପୋସ ସମାଧାନ ଘଟିବ ଓ ଶତଭିଷା ବିଜୟୀ ହେବେ।
ମୀନମୀନ
ସାମାଜିକ ସ୍ତରରେ ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ମାନସିକ ସ୍ଥିତି କ୍ରମଶଃ ସୁସ୍ଥ ହୋଇଯିବ। କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ ନତୁବା ଅନୁତାପ କରିବାକୁ ପଡ଼ିବ। ଆଲୋଚନା, ସଭାସମିତି, କ୍ରୀଡ଼ା,କଳା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବ।

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri