Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୧୫ ତାରିଖ – Daily Horoscope

ମେଷ
କର୍ମଭାବସ୍ଥ ଶନି ହେତୁ ଆପଣ କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିପାରିବେ। ବିବାଦୀୟ ପରିସ୍ଥିତିରେ ଅନ୍ୟ ଲୋକମାନଙ୍କ ଆଗରେ ମୁଣ୍ଡ ନୁଆଁଇ ନ ପାରନ୍ତି। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ, ଯାହା କି ଆପଣଙ୍କୁ ସାମୟିକ ଆନନ୍ଦ ପ୍ରଦାନ କରିବ। ପ୍ରଶାସନ, ଆଇନ, ସଭା ସମିତି, ଆନୁଷ୍ଠାନିକ କାମ ଓ ବନ୍ଧୁ ମିଳନହେତୁକ ଖୁସୀ ରହିବେ।
ବୃଷ
ବୃଷ

ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। ସାମାଜିକ ସ୍ତରରେ ଲୋକାଭିମୁଖୀ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ବ୍ୟବସାୟିକ ସଫଳତା ମିଳିବ ଓ କଳା ସାହିତ୍ୟରେ ପ୍ରଶଂସିତ ହେବେ। ଅଭାବ ନ ଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିବ।

ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ଅନୁରୋଧକ୍ରମେ ସ୍ଥଗିତ କାମକୁ ସମ୍ପନ କରିବେ। ପ୍ରତିଦ୍ୱନ୍ଦ୍ୱିତା କାରଣରୁ ବାଣିଜ୍ୟ, ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ। ଆମତ୍ୀୟମାନେ ଅସହଯୋଗ କରି ପାରନ୍ତି, ଯାହା କି ସାମୟିକ ସମସ୍ୟା ସୃଷ୍ଟି କରିବ। ଅସୁବିଧାରେ ପଡି ଅର୍ଥ ନେଇଥିବା ଲୋକଟି ଟଙ୍କା ଦେବାର ନାଁ ଧରିବ ନାହିଁ।
କର୍କଟ
କର୍କଟ
ଆଜି ବନ୍ଧୁଙ୍କ କଥା ଓ କାର୍ଯ୍ୟକୁ ସମ୍ମତି ପ୍ରଦାନ ପରିପ୍ରେକ୍ଷୀରେ କାର୍ଯ୍ୟହାସଲ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ ଓ ସହାନୁଭୂତି ପ୍ରକାଶ କରିପାରନ୍ତି। ପରିବାର ଭିତରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିବାର ଆଶଙ୍କା ରହିଛି।
ସି˚ହ
ସି˚ହ
ବିଭିନ୍ନ ଯୋଜନା ସମ୍ପର୍କୀୟ ଆଲୋଚନା, ଜମିଜମା କାରବାର ଏବଂ ଗାଡି ମୋଟର ମରାମତି ପ୍ରଭୃତି ସକାଶେ ବ୍ୟସ୍ତତା ବଢିଯିବ। ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ, ଯାହା କି ଆପଣଙ୍କ କାମକୁ ବହୁତ ପରିମାଣରେ ସାହାଯ୍ୟ କରିବ। ରାଜନୈତିକ ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା
ଆଜି ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇ ଖୁସୀ ହେବେ। କଥା ଦେଇଥିବା ଲୋକଟି ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି। ଆମତ୍ୀୟସ୍ବଜନଙ୍କ ଆରୋଗ୍ୟ ପାଇଁ ଚିନ୍ତା ବଢିପାରେ। ବହୁତ ଦିନରୁ ରହି ଆସିଥିବା ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ଯେ କୌଣସି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ବନ୍ଧୁ ମିଳନ ଅବକାଶରେ ସନ୍ତାନମାନଙ୍କ ବୈବାହିକ ପ୍ରସ୍ତାବର ଆଲୋଚନା କରିପାରନ୍ତି। ସଭାସମିତିରେ ଯୋଗ ଦେଇ ଲାଭବାନ ହେବେ ଓ ସମ୍ମାନ, ପ୍ରତିଷ୍ଠା ପାଇବେ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ବିଛା
ବିଛା
ବହୁତ ଦିନର ଆଶା ପୂରଣ ହେବା କାରଣରୁ ମନ ଉତ୍ଫୁଲ୍ଲିତ ରହିବ। ଅନ୍ୟମାନଙ୍କର ଉଦ୍ଦେଶ୍ୟକୁ ବୁଝି ନ ପାରି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡିପାରେ। କର୍ମକ୍ଷେତ୍ରର ପ୍ରତ୍ୟେକ ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରିପାରନ୍ତି।
ଧନୁ
ଧନୁ
ପରିବାର ମଧ୍ୟରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ। ସାଂଗଠନିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇପାରନ୍ତି।
ମକର
ମକର

ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତିମାନଙ୍କର ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ। ବାଣିଜ୍ୟ, ବ୍ୟବସାୟରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପରିବାରରେ ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ।

କୁମ୍ଭ
କୁମ୍ଭ
ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଲାଭ କରି ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି। ବାଣିଜ୍ୟ ଓ ବ୍ୟବସାୟରେ କିଛି ନା କିଛି ସମସ୍ୟା ଅବଶ୍ୟ ପରିଲକ୍ଷିତ ହେବ। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଆମତ୍ୀୟମାନଙ୍କ ବେଖାତିର ମନୋଭାବ ଦୁଶ୍ଚିନ୍ତାକୁ ବଢାଇପାରେ।
ମୀନମୀନ

କର୍ମକ୍ଷେତ୍ରରେ ସହଯୋଗ ଭିତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ହେବନି। ପରିବାର ସକାଶେ ସେମାନେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?