ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ
ଆଜି ଆପଣ ଅନ୍ୟକୁ ଭୁଲ୍‌ ପରାମର୍ଶ ଦେଇ ସମାଲୋଚିତ ହୋଇପାରନ୍ତି। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲ କରିବେ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ଏବଂ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ନିଜ ଲୋକମାନଙ୍କ ପ୍ରତିରୋଧ ବ୍ୟବସାୟକୁ ବିଶୃଙ୍ଖଳିତ କରିବା ସୂଚନା ରହିଛି।
ବୃଷ
ବୃଷ
ବନ୍ଧୁଙ୍କ ପ୍ରତ୍ୟେକ କଥାକୁ ସରଳ ଭାବରେ ଗ୍ରହଣ କରି ଜଟିଳତା ଭିତରକୁ ଟଣାହୋଇପାରନ୍ତି। ରୋହିଣୀ ନକ୍ଷତ୍ର କୃଷି, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ମାର୍ଗ ସୁଗମ ହେବ। କର୍ମକ୍ଷେତ୍ରରେ ଶତ୍ରୁଙ୍କ ଅଭିସନ୍ଧିମୂଳକ ମନ୍ତବ୍ୟକୁ ବୁଝିବାରେ ଅସମର୍ଥ ହେବେ।
ମିଥୁନ
ମିଥୁନ
ଭଲ ସମ୍ପର୍କ ନ ଥିବା ସହକର୍ମୀ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରନ୍ତି। କିନ୍ତୁ ଆପଣ ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। ଆରଦ୍ରା ନକ୍ଷତ୍ର ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯାଇପାରନ୍ତି। ପାରିବାରିକ ସ୍ଥିତି ମଧ୍ୟ ଆଜି ବିଶେଷ ଭଲ ରହି ନ ପାରେ।
କର୍କଟ
କର୍କଟ
ଆପଣଙ୍କ ବିଚାରଧାରା ସର୍ପିଳ ଗତିରେ ଅଙ୍କାବଙ୍କା ରାସ୍ତା ଦେଇ ଆଗକୁ ବଢ଼ିବ। ସାମୟିକ ସମସ୍ୟା ମଧ୍ୟରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆମତ୍ୀୟଙ୍କ ସହାୟତାରେ ହାତକୁ ନେଇଥିବା କାଯର୍‌ୟ ସମ୍ପନ୍ନ ହେବ। ଆଲୋଚନା ପରିସରରେ ନିଷ୍ପତ୍ତି ନେବାରେ ପଛେଇଯାଇପାରନ୍ତି।
ସି˚ହ
ସି˚ହ
ଆର୍ଥିକ ଅନଟନ ଓ ପାରିବାରିକ କ୍ଷେତ୍ରରେ ରହିଥିବା ବ୍ୟତିକ୍ରମରୁ ମାନସିକ ଶାନ୍ତି ବ୍ୟାହତ ହେବ। ରାଜନୈତିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ। ସରକାରୀ ସ୍ତରରେ ରହିଥିବା ସମସ୍ୟାର ସମାଧାନ କରିବା ଦିଗରେ ସଫଳତା ହାସଲ କରିବେ।
କନ୍ୟା
ନିଜ ସପକ୍ଷରେ ଲଢ଼ିବା ସକାଶେ ଆମତ୍ୀୟସ୍ବଜନଙ୍କୁ ମନାଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିପାରନ୍ତି। ଆଇନ ଓ ଗଣତନ୍ତ୍ରର ଗ୍ରହ ଶନି ହେତୁ ଅଦାଲତରୁ ସୁଫଳ ପାଇବାରେ ଅସୁବିଧା ହେବନାହିଁ। ହସ୍ତା ନକ୍ଷତ୍ର ସକାଶେ ଜମିଜମା କ୍ଷେତ୍ର ପାଇଁ ପ୍ରତିକୂଳତା ସୃଷ୍ଟି ସମ୍ଭାବନା ରହିବ। ବନ୍ଧୁଙ୍କ ଦ୍ୱାରା ପାରିବାରିକ ସମସ୍ୟା ସମାଧାନ ହେବ।
ତୁଳା
ତୁଳା
ଭାରାକ୍ରାନ୍ତ ମନ ନେଇ କାମ କରିବେ, କିନ୍ତୁ ବିଫଳତା ବଦଳରେ ସଫଳତାରୁ ବିସ୍ମୟାନ୍ବିତ ହେବେ। ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ନୀରବତାକୁ ପ୍ରାଥମିକତା ଦେଇପାରନ୍ତି। ଚିତ୍ରା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ। ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଅପରାହ୍ନରେ ମାନସିକ ଅସ୍ଥିରତା ଦୂରକରିବାରେ ସହାୟକ ହେବ।
ବିଛା
ବିଛା
ଅଭାବ ପୂରଣ କରିବା ସକାଶେ ଧାରସୂତ୍ରରେ ଅର୍ଥ ଆଣିବା ପାଇଁ ଆଲୋଚନା ଜାରି ରଖିବା ଠିକ୍‌ ହେବ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ପାଇଁ ବନ୍ଧୁଙ୍କ ପରାମର୍ଶକୁ ପ୍ରାଧାନ୍ୟ ଦେବେ। ଜ୍ୟେଷ୍ଠା ନକ୍ଷତ୍ର ସକାଶେ ବାଣିଜ୍ୟ ବ୍ୟବସାୟରେ ପରିସ୍ଥିତି ପୂର୍ବ ପରି ରହିବ। ରାଜନେତା, ସାହିତି୍ୟକ ଓ କଳାକାରଙ୍କ ସକାଶେ ଦିନଟି ଭଲ।
ଧନୁ
ଧନୁ
ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ। ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ। ପ୍ଳଟିଂ କାରବାର, ଆଲୋଚନା, ପ୍ରେସ୍‌ ଓ ପବ୍ଲିକେଶନରେ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାକୁ ନେଇ କଳହ ଲାଗିପାରେ।
ମକର
ମକର
ଶାରୀରିକ ଅସୁସ୍ଥତା ହେତୁ ପ୍ରତ୍ୟେକ କାମରେ ପଛୁଆ ରହିବେ। ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ଦୂରଯାତ୍ରା କରିବା ସକାଶେ ମନ ବଳାଇପାରନ୍ତି। ପୂର୍ବରୁ ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାର ସାମର୍ଥ୍ୟ ଅର୍ଜନ କରିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ନ ହେଲେ ମଧ୍ୟ ଏଥିପାଇଁ ମୁଣ୍ଡ ଖେଳାଇ କାମ କରିବାକୁ ପଡ଼ିବ।
କୁମ୍ଭ
କୁମ୍ଭ
ଆର୍ଥିକ ଅନଟନ ଦୂରେଇବାରେ ସମର୍ଥ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ସମସ୍ୟା ସୁଧାରିନେବେ। ପରିବାର ସହ ଭ୍ରମଣହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେବ। ବନ୍ଧୁଙ୍କ ସମସ୍ୟା ସମାଧାନ କରିବାକୁ ଯାଇ ନିଜେ ସମସ୍ୟା ଭୋଗିବେ। ବ୍ୟବସାୟ, ପରିବହନ, କଳା, ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ
ଶନିଙ୍କ କୁପ୍ରଭାବରେ ଆଜି ହଠାତ୍‌ ଭ୍ରାତୃ ସମ୍ପର୍କ ନିମ୍ନାଭିମୁଖୀ ହେବା ଆଶଙ୍କା ରହିଛି।
ମନର ଭାବକୁ ଗୋପନ ରଖି ବନ୍ଧୁଙ୍କ ସହ ଭାବ ବିନିମୟ କରିବାକୁ ମନସ୍ଥ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ କେତେକ ଆକସ୍ମିକ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ରୁକ୍ଷ ବ୍ୟବହାର ଯୋଗୁ ଭୁଲ୍‌ ବୁଝାମଣା ହେତୁ ଝଡ଼ ସୃଷ୍ଟି ଆଶଙ୍କା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri