Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୧୪ ତାରିଖ – Daily Horoscope

ମେଷ
ଆଜିର କାଳସର୍ପ ଯୋଗ ବିଭିନ୍ନ କ୍ଷେତ୍ରରେ ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ଦ୍ୱିଜା ନକ୍ଷତ୍ର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗି ପାରନ୍ତି। ସମ୍ପର୍କୀୟଙ୍କ ଉପରେ ଭରସା କରି କୌଣସି କାମ କରିପାରିବେ ନାହିଁ।
ବୃଷ
ବୃଷ
ଦୁଃସ୍ଥାନସ୍ଥ ରବି ଓ ଶୁକ୍ର ପ୍ରଭାବରୁ ପ୍ରଶଂସା ବଦଳରେ ଅପଚର୍ଚ୍ଚିତ ହେବେ। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିପାରିବେ। କୌଣସି ଆନୁଷ୍ଠାନିକ କାର୍ଯ୍ୟରେ କିମ୍ବା ସଭାସମିତିରେ ଯୋଗଦେଇପାରନ୍ତି। ସଙ୍ଗୀତ କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ।
ମିଥୁନ
ମିଥୁନ
ବନ୍ଧୁ ଅଯଥା ଦୋଷାରୋପ କରି ସମସ୍ୟାକୁ ବଢାଇ ଦେଇ ପାରନ୍ତି, କିନ୍ତୁ କୌଣସି ଅସୁବିଧା ହେବନି। ପୂର୍ବ ଯୋଜନା ଅନୁଯାୟୀ କର୍ମ କରି ଚାଲିଲେ ସଫଳତା ପାଇବେ। ଅଷ୍ଟମସ୍ଥ ବୁଧଙ୍କ ଯୋଗୁଁ ପୁରାତନ ରୋଗର ପୀଡା କାମ କରିବାକୁ ନିରୁତ୍ସାହିତ କରିବ। ବ୍ୟବସାୟ ଓ ପରିବହନ ସକାଶେ ଦିନଟି ବହୁତ ଭଲ।
କର୍କଟ
କର୍କଟ
କେତୁନକ୍ଷତ୍ରସ୍ଥ ମଙ୍ଗଳ ହେତୁ କର୍ମକ୍ଷେତ୍ରରେ କଷ୍ଟ ସ୍ବୀକାର କରିବାକୁ ପଡିବ। ନିଜେ ଅସୁବିଧାରେ ଚଳୁଥିଲେ ମଧ୍ୟୁ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିବେ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଅପରାହ୍ନରେ ବନ୍ଧୁଟି ଅଭିମାନ ଭରା କଥା କହି ଦୁଃଖ କରିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ। ପାପଗ୍ରହଙ୍କ କୁପ୍ରଭାବରୁ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜର କାମଟି ଅଟକି ରହିଯିବ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ପ୍ରଶାସନରେ କିଛି ଅସୁବିଧା ହେବନି। ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
କନ୍ୟା
ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ମାନସିକ ଅସ୍ଥିର ରହିବ। ଆଜି କୋଣଭାବସ୍ଥ ଚତୁଃଗ୍ରହ ପ୍ରଭାବରୁ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। କୌଣସି କର୍ମଚାରୀ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ବୁଝିପାରନ୍ତି। ବ୍ୟବସାୟ, ପରିବହନ, ମାଲିମକଦ୍ଦମାରେ ସଫଳତା ହାସଲ କରିବେ।
ତୁଳା
ତୁଳା
ଗୁରୁଙ୍କ ଦୁର୍ବଳତା କାରଣରୁ କୌଣସି ଦୀର୍ଘ ମିଆଦି ଯୋଜନା ଫସର ଫାଟିଯିବ। ଯେତେ ଭଲ କାମ କଲେ ସୁଧା ସହକର୍ମୀମାନେ ଅନ୍ୟର କଥା ଶୁଣି ଦୂରେଇ ରହିବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହେବ। ଆଜି ଇଛା ନ ଥିଲେ ମଧ୍ୟ ହଠାତ୍ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।
ବିଛା
ବିଛା
ଏକାଧିକ ଗ୍ରହ ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ପ୍ରଶଂସିତ ହେବେ। ବିଭିନ୍ନ କୌଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରିପାରନ୍ତି। ସାହିତ୍ୟ, ସଂଗୀତ, କଳା, କ୍ରୀଡା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ପରେ ଚିନ୍ତା କରିବାକୁ ପଡିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। ବ୍ୟବସାୟ, ବାଣିଜ୍ୟରେ କ୍ଷତିର ଭରଣା କରିବା ସକାଶେ ପ୍ରଯତ୍ନ କରିପାରନ୍ତି। ବିବାଦୀୟ ଘଟଣାରେ ନୀରବ ରହିଯିବା ଏକ ପ୍ରକାର ଭଲ ହେବ।
ମକର
ମକର
ଆଜି ଆପଣଙ୍କ ରାଶିରେ ଚତୁଃଗ୍ରହକୂଟ ଯୋଗୁ ସ୍ବାସ୍ଥ୍ୟହାନୀ ସଙ୍ଗକୁ ଚିନ୍ତାଧାରାରେ ବ୍ୟତିକ୍ରମ ସୃଷ୍ଟିହେବ। ବନ୍ଧୁଙ୍କ ସହାୟତାରେ ସାହିତ୍ୟ, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହେବ। ବନ୍ଧୁ ଅଯଥା ଦୋଷାରୋପ କରିପାରନ୍ତି। ଭୁଲ୍ ବୁଝାମଣା ଯୋଗୁଁ ପରିବାର ଭିତରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କୁମ୍ଭ
କୁମ୍ଭ
ପାରିବାରିକ ଶୃଙ୍ଖଳା ରକ୍ଷା କରିବବାକୁ ଯାଇ ବହୁିତ କଷ୍ଟ ସ୍ବୀକାର କରିବାକୁ ପଡିପାରେ। ଶନିଯୁକ୍ତ ଚନ୍ଦ୍ର ହେତୁ କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବା ଦୁଶ୍ଚିନ୍ତାର କାରଣ ପାଲଟି ଯିବ। ଶିଳ୍ପ, ବାଣିଜ୍ୟ, ପରିବହନ, ମକଦମା, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ର ମନ୍ଦ ହେବନି।
ମୀନମୀନ
ଆଜି ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। କୌଣସି ବନ୍ଧୁ ପ୍ରତିଶୃତି ଦେଇ ମଧ୍ୟ ଆସି ନପାରନ୍ତି ଯାହାକି ବିରକ୍ତିର କାରଣ ହୋଇପାରେ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବା କାରଣରୁ ଚିନ୍ତା ବୃଦ୍ଧି ପାଇବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri