Posted inRasifala

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ
ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ ଆକ୍ଷେପୋକ୍ତି ବ୍ୟସ୍ତତା ବଢ଼ାଇବ। ସାହିତ୍ୟକୃତି, ସହକର୍ମୀଙ୍କ ସୌହାର୍ଦ୍ଦ୍ୟ ଏବଂ ସଭାସମିତିକୁ ନିମନ୍ତ୍ରଣଜନିତ ଖୁସି ରହିପାରନ୍ତି।
ବୃଷ
ବୃଷ
ଶନି ତୃତୀୟାଧିପ ଚନ୍ଦ୍ରଙ୍କଠାରୁ କୋଣଭାବରେ ଥିବାରୁ ସମ୍ପର୍କୀୟଙ୍କ ସାହାଯ୍ୟରେ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ କରିବେ। ଆନୁଷ୍ଠାନିକ କାମରେ ସହକର୍ମୀଙ୍କ ଅସହଯୋଗ ଏବଂ ମନମୁଖି କାର୍ଯ୍ୟ ଯୋଗୁ ବ୍ୟସ୍ତତା ବଢ଼ିଯିବ। କଳା, କାରିଗରି, ବାଣିଜ୍ୟ, ବ୍ୟବସାୟ, ପରିବହନାଦି ପ୍ରାୟତଃ ଭଲରେ ଚାଲିବ।
ମିଥୁନ
ମିଥୁନ
ଚନ୍ଦ୍ର ସହ ବୃହସ୍ପତିଙ୍କ ଷଡ଼ାଷ୍ଟକ ସ୍ଥିତି ସ୍ବାମୀ/ସ୍ତ୍ରୀଙ୍କ ମଧ୍ୟରେ ମତପାର୍ଥକ୍ୟ, ଯାତ୍ରାରେ ଅସୁବିଧା ଏବଂ ବିବାଦୀୟ କ୍ଷେତ୍ରରେ ସମସ୍ୟା ବୃଦ୍ଧି କରିବ। ଆଜି ଦେହ ଭଲ ଲାଗି ନ ପାରେ। କଚେରି ମାମଲାର ଶୁଣାଣି ବିଳମ୍ବ ହେବାରୁ ବ୍ୟସ୍ତତା ଅନୁଭବ କରିବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିବେ।
କର୍କଟ
କର୍କଟ
ଧନ ସ୍ଥାନରେ କେତୁ ହେତୁ ଧନହାନି ଏବଂ ସାଧାରଣ କଥାରେ ଯୁକ୍ତିତର୍କଜନିତ ବିବାଦୀୟ ସ୍ଥିତି ସୃଷ୍ଟି ହେବ। ବିଶ୍ୱସ୍ତ ଲୋକଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହେବେ। ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ପରିବାରର ବରାଦାନୁଯାୟୀ ସ୍ବର୍ଣ୍ଣାଳଙ୍କାର, ଗୃହୋପକରଣ କିମ୍ବା ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିପାରନ୍ତି।
ସି˚ହ
ସି˚ହ
ତୃତୀୟସ୍ଥାନ ଚନ୍ଦ୍ରଙ୍କ ଦୃଷ୍ଟିରେ ଥିବାରୁ କୌଣସି ଭଦ୍ର ମହିଳାଙ୍କ ସାହାଯ୍ୟରେ କାର୍ଯ୍ୟ ହାସଲ ହୋଇଯିବ। କର୍ମକ୍ଷେତ୍ରର କୌଣସି ସମସ୍ୟାକୁ ନେଇ ମନ ଦୁଃଖ ହୋଇପାରେ। ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ନ ଥିବାରୁ ବ୍ୟସ୍ତତା ଅନୁଭବ କରିବେ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ, ଗୃହ ଜମି, ପରିବହନ ପ୍ରଭୃତିରୁ ଖୁସି ରହିବେ।
କନ୍ୟା
ଚତୁର୍ଥ ସପ୍ତମାଧିପ ଚନ୍ଦ୍ରଙ୍କଠାରୁ ଷଡ଼ାଷ୍ଟକ ସ୍ଥିତିରେ ରହି ଆପଣଙ୍କୁ ନୈରାଶ୍ୟଜନକ ସ୍ଥିତିରେ ରଖିପାରନ୍ତି। ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି କେତେକ କାମକୁ ଚେଷ୍ଟା କଲେ ମଧ୍ୟ ଆରମ୍ଭ କରିପାରିବେ ନାହିଁ। କିନ୍ତୁ ସାହିତ୍ୟ, ସଙ୍ଗୀତ, ପ୍ରକାଶନ, ପ୍ରଶାସନ, ମାଲି ମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ଧନ ସ୍ଥାନରେ କର୍ମାଧିପ ଅବସ୍ଥାନ କରିଥିବାରୁ ବକେୟା ଅର୍ଥ, ସଭାରେ ସମ୍ମାନ, ଗୃହୋପଯୋଗୀ ଜମିଜମା ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କର୍ମ ସମ୍ପାଦନ କରିବେ। ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରଶାସନିକ କ୍ଷେତ୍ରରେ ଉପରିସ୍ଥଙ୍କ ଚାପରେ ସାମୟିକ ବିବ୍ରତ ହେବାର ଆଶଙ୍କା ରହିଛି।
ବିଛା
ବିଛା
ରାଶିରେ ଭାଗ୍ୟାଧିପ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଆଜିର କାମ ସହଜରେ ସମ୍ପନ୍ନ ହେବ। ଅନ୍ୟମାନଙ୍କ ଉପରେ ପୂର୍ଣ୍ଣ ଭରସା କଲେ ସମସ୍ୟାରେ ଛନ୍ଦି ହୋଇଯିବେ। ଶିଳ୍ପ, ବାଣିଜ୍ୟ, ସାମ୍ବାଦିକତା, ଚୁକ୍ତିପତ୍ର, ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସନ୍ତାନଙ୍କ ସମସ୍ୟା ସମାଧାନ ହେବାରୁ ବିଶେଷ ଖୁସି ଅନୁଭବ କରିବେ।
ଧନୁ
ଧନୁ
ଦ୍ୱିତୀୟ ଭାବରେ ରବି ଓ ମଙ୍ଗଳ ରହିଥିବାରୁ ଆପଣଙ୍କ କଡ଼ାକଥା ବନ୍ଧୁଙ୍କ ମନରେ ଦୁଃଖ ଦେବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୋଗ ବିଳାସର ପରିବେଶ ଉପଭୋଗ୍ୟ ହେବନାହିଁ। କର୍ମକ୍ଷେତ୍ରରେ ସୁଯୋଗର ସଦୁପଯୋଗ କାଠିକର ପାଠ ହୋଇପାରେ। ନିଜ ଲୋକେ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି।
ମକର
ମକର
ସପ୍ତମାଧିପତି ଏକାଦଶସ୍ଥ ଯୋଗୁ ଆପଣଙ୍କ ବିଳାସବ୍ୟସନ, ମନୋରଞ୍ଜନ, ଭ୍ରମଣ ଓ ବନ୍ଧୁମିଳନ ପାଇଁ ଅନୁପ୍ରେରିତ ହେବେ। ଆଜି ଅଭିଳାଷ ପୂରଣ ହେବ। କୌଣସି କାମର ପ୍ରଥମାର୍ଦ୍ଧରେ ବାହାନା ଦେଖାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ପରିବାରରେ ଆର୍ଥିକ ଅନଟନ କାରଣରୁ ଧାର କରଜ କରିବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ରାହୁ ସାଙ୍ଗରେ ବୁଧ ଏବଂ ଶୁକ୍ର ରହିଥିବାରୁ କର୍ମାରମ୍ଭ ସକାଶେ ମନ ବଳାଇପାରନ୍ତି। କିନ୍ତୁ ଯେତେ ଭଲ କାମ କଲେ ମଧ୍ୟ ପରୋକ୍ଷ ଶତ୍ରୁତା କରୁଥିବା ଲୋକମାନେ ଦୋଷ ଖୋଜି ବୁଲିବେ। ଆଜିର ଯାତ୍ରା, ପ୍ରଶାସନ, ଆଇନ, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଆର୍ଥିକ ସମସ୍ୟାର ସରଳ ସମାଧାନ କରିବାରେ ଅସମର୍ଥ ହୋଇପାରନ୍ତି।
ମୀନମୀନ
ରାଶ୍ୟାଧିପ ଚତୁର୍ଥ ସ୍ଥାନକୁ ଦେଖୁଥିବାରୁ ଗୃହାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତିକୁ ନିମନ୍ତ୍ରଣାଦି କ୍ଷେତ୍ରରେ ଶୁଭଫଳ ପାଇବେ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ, ପରିବହନ ଓ ଜମିଜମା କ୍ଷେତ୍ରରୁ ସଫଳତା ହାସଲ କରିବେ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri