Posted inRasifala

ରାଶିଫଳ: ବୁଧବାର , ଜାନୁୟାରୀ ୧୮ ତାରିଖ – Daily Horoscope

ମେଷ
ଆପଣଙ୍କ ଉପରେ ବୋଝଭଳି ରହିଥିବା ସମସ୍ୟା ଆଜି ହଠାତ୍‌ ସମାଧାନ ହୋଇଯିବା ହେତୁ ନିଜକୁ ହାଲୁକା ମନେକରିବେ। କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଆର୍ଥିକ, ସାମାଜିକ ଓ ବୈଷୟିକ କ୍ଷେତ୍ରରେ ଉପକୃତ ହେବେ। ଦ୍ୱିଜା ସାଧାରଣ କଥାରେ ବେଶି ବିବ୍ରତ ଅନୁଭବ କରିବେ।
ବୃଷ
ବୃଷ
ଆଜିର ଯାତ୍ରା ସମୟରେ ଅଜଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ । ବ୍ୟବସାୟ, ବାଣିଜ୍ୟରେ କିଛି ଅସୁବିଧା ନ ଥିଲେ ମଧ୍ୟ ବେପାର ସନ୍ତୋଷଜନକ ହେବନାହିଁ। କୃତ୍ତିକାର ଅନ୍ୟମନସ୍କ କିମ୍ବା ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ର ସମସ୍ୟାର ସମାଧାନ କରିବାକୁ ଯାଇ ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ପୂର୍ବରୁଥିବା ମାଲିମକଦ୍ଦମା, ଆଗାମୀ ପ୍ରମୋସନ ଓ ଅଯଥା ଟେନ୍ସନ ସୃଷ୍ଟି ହୋଇ ମନକୁ ଭାରାକ୍ରାନ୍ତ କରିପାରେ। କିନ୍ତୁ ଅର୍ଥ ଓ ସହଯୋଗ, ସୁଖ ସମ୍ମାନ ଊଣା ହେବ ନାହିଁ।
କର୍କଟ
କର୍କଟ
ଅପୂରଣୀୟ ଆଶା ଆଜି ହିଁ ପୂରଣ ହୋଇଯିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଶ୍ଳେଷା ନକ୍ଷତ୍ର ଆମତ୍ୀୟମାନେ ହଠାତ୍‌ ଶତ୍ରୁତା କରିବେ, କିନ୍ତୁ କିଛି ଅସୁବିଧା ହେବନି। ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିପାରିବେ। ଦୂର ଯାତ୍ରା, ବନ୍ଧୁ ମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତି ସୃଷ୍ଟି ହୋଇପାରେ। ଅଭାବ ଓ କେତେକ ପାରିବାରିକ ଅସୁବିଧା ଓ ଅସାମ୍ୟତା କର୍ମକ୍ଷେତ୍ରକୁ ବିଳମ୍ବିତ କରିବ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋସତ୍ାହନ ପାଇଁ ମନୋବଳ ବୃଦ୍ଧି ପାଇବ। ପୂର୍ବାଫାଲଗୁନୀ ନକ୍ଷତ୍ର ମନୋରଞ୍ଜନରେ ଅଂଶ ଗ୍ରହଣ କରି ପ୍ରଶଂସିତ ହେବେ।
କନ୍ୟା
ପ୍ରତ୍ୟେକ କାମ ମନ ମୁତାବକ ନ ହେବା ଯୋଗୁ କ୍ଷୁବ୍ଧ ହୋଇପାରନ୍ତି। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ କଳ୍ପନାପ୍ରବଣ ହୋଇପାରନ୍ତି। ଚିତ୍ରା ନକ୍ଷତ୍ରର ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
ତୁଳା
ତୁଳା
ପ୍ରତିବନ୍ଧକ ଲାଗି ରହିବା କାରଣରୁ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ। କଳା, ସାହିତ୍ୟ, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। ବିଶାଖା ନକ୍ଷତ୍ର ଅଭାବ ନ ଥିଲେ ମଧ୍ୟ ଅସନ୍ତୁଷ୍ଟ ରହିପାରନ୍ତି। ନିର୍ମାଣ, ପ୍ରଶାସନ, ଜମିଜମା, ମାଲିମକଦ୍ଦମା କ୍ଷେତ୍ରରେ ଟେନ୍ସନ ଲାଗି ରହିବ।
ବିଛା
ବିଛା
ସହକର୍ମୀଙ୍କ ଅସହଯୋଗ କାରଣରୁ କର୍ମକ୍ଷେତ୍ରରେ ଅଭିଯୋଗ ଆସିପାରେ। କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରର ସମସ୍ୟା ସମାଧାନ ପାଇଁ ଅନ୍ୟର ସାହାଯ୍ୟ ନେବେ। ଗୁରୁଜନଙ୍କ ପରାମର୍ଶ ନେଇ କାଯର୍‌ୟ କଲେ ବିଶେଷ ଭାବରେ ଉପକୃତ ହେବେ। ଜ୍ୟେଷ୍ଠା ନକ୍ଷତ୍ର ପ୍ରତିଦ୍ୱନ୍ଦ୍ୱିତା କାରଣରୁ ଶିଳ୍ପ ଓ ବାଣିଜ୍ୟରେ ଉନ୍ନତିର ପଥରୋଧ ଘଟିପାରେ।
ଧନୁ
ଧନୁ
ଶତ୍ରୁ ଆପଣଙ୍କ ପଛରେ ଛାଇଭଳି ରହି ସମସ୍ୟା ସୃଷ୍ଟି କରିପାରନ୍ତି। ଶିଳ୍ପ, ବାଣିଜ୍ୟରେ ଲାଭାଂଶ ବଢ଼ିପାରେ ମାତ୍ର ସନ୍ତୁଷ୍ଟ ହୋଇପାରିବେ ନାହିଁ। କର୍ମକ୍ଷେତ୍ରରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍‌ କରିପାରନ୍ତି।
ମକର
ମକର
ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ ସମସ୍ୟା ଲାଗି ରହିବ। ଧନିଷ୍ଠା ନକ୍ଷତ୍ର ପରିବହନରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ। ପୂଜା ସାମଗ୍ରୀ, ଷ୍ଟେସନେରି, ଜିନିଷର ବ୍ୟବସାୟ, ହୋଟେଲ ବ୍ୟବସାୟରେ ସଫଳତା ହାସଲ କରିବେ। ପରିସ୍ଥିତିକୁ ଅନୁଭବ କରି ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
କୁମ୍ଭ
କୁମ୍ଭ
ଯେଉଁଥିରେ ହାତ ଦେଇଛନ୍ତି ତାହା ନିଶ୍ଚିତ ହେବ କିନ୍ତୁ ବହୁତ ଝମେଲା ମଧ୍ୟରେ ହିଁ ହେବ। ପୂର୍ବଭାଦ୍ରପଦ ନକ୍ଷତ୍ର କଠିନ ପରିଶ୍ରମଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି। ଅସମର୍ଥିତ ସୂତ୍ରରୁ ହଠାତ୍‌ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ ଓ ଅର୍ଥଲାଭ ହେବ।
ମୀନମୀନ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ମିଳିବ। ରେବତୀ ନକ୍ଷତ୍ର ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସାବଧାନ ରୁହନ୍ତୁ। ଅଫିସ୍‌ରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri