Posted inRasifala

ରାଶିଫଳ: ବୁଧବାର , ଜାନୁୟାରୀ ୧୮ ତାରିଖ – Daily Horoscope

ମେଷ
ଆପଣଙ୍କ ଉପରେ ବୋଝଭଳି ରହିଥିବା ସମସ୍ୟା ଆଜି ହଠାତ୍‌ ସମାଧାନ ହୋଇଯିବା ହେତୁ ନିଜକୁ ହାଲୁକା ମନେକରିବେ। କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଆର୍ଥିକ, ସାମାଜିକ ଓ ବୈଷୟିକ କ୍ଷେତ୍ରରେ ଉପକୃତ ହେବେ। ଦ୍ୱିଜା ସାଧାରଣ କଥାରେ ବେଶି ବିବ୍ରତ ଅନୁଭବ କରିବେ।
ବୃଷ
ବୃଷ
ଆଜିର ଯାତ୍ରା ସମୟରେ ଅଜଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ । ବ୍ୟବସାୟ, ବାଣିଜ୍ୟରେ କିଛି ଅସୁବିଧା ନ ଥିଲେ ମଧ୍ୟ ବେପାର ସନ୍ତୋଷଜନକ ହେବନାହିଁ। କୃତ୍ତିକାର ଅନ୍ୟମନସ୍କ କିମ୍ବା ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ର ସମସ୍ୟାର ସମାଧାନ କରିବାକୁ ଯାଇ ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ପୂର୍ବରୁଥିବା ମାଲିମକଦ୍ଦମା, ଆଗାମୀ ପ୍ରମୋସନ ଓ ଅଯଥା ଟେନ୍ସନ ସୃଷ୍ଟି ହୋଇ ମନକୁ ଭାରାକ୍ରାନ୍ତ କରିପାରେ। କିନ୍ତୁ ଅର୍ଥ ଓ ସହଯୋଗ, ସୁଖ ସମ୍ମାନ ଊଣା ହେବ ନାହିଁ।
କର୍କଟ
କର୍କଟ
ଅପୂରଣୀୟ ଆଶା ଆଜି ହିଁ ପୂରଣ ହୋଇଯିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଶ୍ଳେଷା ନକ୍ଷତ୍ର ଆମତ୍ୀୟମାନେ ହଠାତ୍‌ ଶତ୍ରୁତା କରିବେ, କିନ୍ତୁ କିଛି ଅସୁବିଧା ହେବନି। ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିପାରିବେ। ଦୂର ଯାତ୍ରା, ବନ୍ଧୁ ମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତି ସୃଷ୍ଟି ହୋଇପାରେ। ଅଭାବ ଓ କେତେକ ପାରିବାରିକ ଅସୁବିଧା ଓ ଅସାମ୍ୟତା କର୍ମକ୍ଷେତ୍ରକୁ ବିଳମ୍ବିତ କରିବ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋସତ୍ାହନ ପାଇଁ ମନୋବଳ ବୃଦ୍ଧି ପାଇବ। ପୂର୍ବାଫାଲଗୁନୀ ନକ୍ଷତ୍ର ମନୋରଞ୍ଜନରେ ଅଂଶ ଗ୍ରହଣ କରି ପ୍ରଶଂସିତ ହେବେ।
କନ୍ୟା
ପ୍ରତ୍ୟେକ କାମ ମନ ମୁତାବକ ନ ହେବା ଯୋଗୁ କ୍ଷୁବ୍ଧ ହୋଇପାରନ୍ତି। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ କଳ୍ପନାପ୍ରବଣ ହୋଇପାରନ୍ତି। ଚିତ୍ରା ନକ୍ଷତ୍ରର ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
ତୁଳା
ତୁଳା
ପ୍ରତିବନ୍ଧକ ଲାଗି ରହିବା କାରଣରୁ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ। କଳା, ସାହିତ୍ୟ, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। ବିଶାଖା ନକ୍ଷତ୍ର ଅଭାବ ନ ଥିଲେ ମଧ୍ୟ ଅସନ୍ତୁଷ୍ଟ ରହିପାରନ୍ତି। ନିର୍ମାଣ, ପ୍ରଶାସନ, ଜମିଜମା, ମାଲିମକଦ୍ଦମା କ୍ଷେତ୍ରରେ ଟେନ୍ସନ ଲାଗି ରହିବ।
ବିଛା
ବିଛା
ସହକର୍ମୀଙ୍କ ଅସହଯୋଗ କାରଣରୁ କର୍ମକ୍ଷେତ୍ରରେ ଅଭିଯୋଗ ଆସିପାରେ। କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରର ସମସ୍ୟା ସମାଧାନ ପାଇଁ ଅନ୍ୟର ସାହାଯ୍ୟ ନେବେ। ଗୁରୁଜନଙ୍କ ପରାମର୍ଶ ନେଇ କାଯର୍‌ୟ କଲେ ବିଶେଷ ଭାବରେ ଉପକୃତ ହେବେ। ଜ୍ୟେଷ୍ଠା ନକ୍ଷତ୍ର ପ୍ରତିଦ୍ୱନ୍ଦ୍ୱିତା କାରଣରୁ ଶିଳ୍ପ ଓ ବାଣିଜ୍ୟରେ ଉନ୍ନତିର ପଥରୋଧ ଘଟିପାରେ।
ଧନୁ
ଧନୁ
ଶତ୍ରୁ ଆପଣଙ୍କ ପଛରେ ଛାଇଭଳି ରହି ସମସ୍ୟା ସୃଷ୍ଟି କରିପାରନ୍ତି। ଶିଳ୍ପ, ବାଣିଜ୍ୟରେ ଲାଭାଂଶ ବଢ଼ିପାରେ ମାତ୍ର ସନ୍ତୁଷ୍ଟ ହୋଇପାରିବେ ନାହିଁ। କର୍ମକ୍ଷେତ୍ରରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍‌ କରିପାରନ୍ତି।
ମକର
ମକର
ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ ସମସ୍ୟା ଲାଗି ରହିବ। ଧନିଷ୍ଠା ନକ୍ଷତ୍ର ପରିବହନରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ। ପୂଜା ସାମଗ୍ରୀ, ଷ୍ଟେସନେରି, ଜିନିଷର ବ୍ୟବସାୟ, ହୋଟେଲ ବ୍ୟବସାୟରେ ସଫଳତା ହାସଲ କରିବେ। ପରିସ୍ଥିତିକୁ ଅନୁଭବ କରି ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
କୁମ୍ଭ
କୁମ୍ଭ
ଯେଉଁଥିରେ ହାତ ଦେଇଛନ୍ତି ତାହା ନିଶ୍ଚିତ ହେବ କିନ୍ତୁ ବହୁତ ଝମେଲା ମଧ୍ୟରେ ହିଁ ହେବ। ପୂର୍ବଭାଦ୍ରପଦ ନକ୍ଷତ୍ର କଠିନ ପରିଶ୍ରମଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି। ଅସମର୍ଥିତ ସୂତ୍ରରୁ ହଠାତ୍‌ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ ଓ ଅର୍ଥଲାଭ ହେବ।
ମୀନମୀନ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ମିଳିବ। ରେବତୀ ନକ୍ଷତ୍ର ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସାବଧାନ ରୁହନ୍ତୁ। ଅଫିସ୍‌ରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri