Posted inଖେଳ

କିଏ ସେ ରଜତ ପାଟିଦାର? ଆହତ ଶ୍ରେୟସଙ୍କ ସ୍ଥାନରେ ଯାହାଙ୍କୁ ମିଳିଲା ଡେବ୍ୟୁ ସୁଯୋଗ

ହାଇଦ୍ରାବାଦ,୧୭।୧: ଟିମ୍‌ ଇଣ୍ଡିଆ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳିବ। ଏହାପୂର୍ବରୁ ଆହତ  ଯୋଗୁ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟାର।  ତେବେ ତାଙ୍କ ବଦଳରେ ଦଳରେ ରଜତ ପାଟିଦାରଙ୍କୁ ସୁଯୋଗ ମିଳିଛି। ଆସନ୍ତୁ ଜାଣିବା ସେ କିଏ…

୧୯୯୩ ଜୁନ ୧ରେ ମଧ୍ୟପ୍ରଦେଶ ଇନ୍ଦୋରରେ ରଜତଙ୍କ ଜନ୍ମ। ଏବେ ତାଙ୍କୁ ୨୯ ବର୍ଷ ବୟସ ହୋଇଥିବା ବେଳେ ସେ ଜଣେ ଡାହାଣ ହାତୀ ବ୍ୟାଟ୍ସମ୍ୟାନ୍‌। ଏକ ବ୍ୟବସାୟୀ ପରିବାରରୁ ଆସିଥିବା ରଜତ ୮ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ତାଙ୍କ ଦାଦା ଏକ କ୍ରିକେଟ ଏକାଡେମୀରେ ତାଙ୍କୁ ଭର୍ତ୍ତି କରିଥିଲେ। ପ୍ରାରମ୍ଭରୁ ସେ ବୋଲିଂ କରୁଥିଲେ ହେଁ ଅଣ୍ଡର-୧୫ସ୍ତରରେ ପହଞ୍ଚିବା ପରେ ବ୍ୟାଟିଂ ଉପରେ ଧ୍ୟାନ ଦେଇଥିଲେ। ଧିରେ ଧିରେ ସେ ଭଲ ବ୍ୟାଟ୍ସମ୍ୟାନ୍‌ ପାଲଟିଥିଲେ।

୨୦୧୫-୧୬ରେ ରଣଜୀ ଟ୍ରଫି ସିଜନ ସହ ସେ ଫାଷ୍ଟ କ୍ଲାସ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦୧୮-୧୯ ରଣଜୀ ଟ୍ରଫି ସିଜରେ ସେ ୮ ମ୍ୟାଚ୍‌ରେ ୭୧୩ ରନ୍‌ କରିଥିଲେ। ଫଳରେ ସେ ମଧ୍ୟପ୍ରଦେଶ କ୍ରିକେଟ ଟିମ୍‌ ଲାଗି ସର୍ବାଧିକ ରନ୍‌ କରିଥିବା ଖେଳାଳି ପାଲଟିଥିଲେ।

ଆଇପିଏଲ ୨୦୨୧ ନିଲାମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ କିଣିଥିଲା। ଏହାପରେ ୨୦୨୨ରେ ସେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ବିପକ୍ଷରେ ଏଲିମିନେଟର ମୁକାବିଲାରେ ୫୪ ବଲ୍‌ରେ ଅପରାଜିତ ୧୧୨ ରନ୍‌ର ଶତକୀୟ ଇନିଂସ ଖେଳି ସମସ୍ତଙ୍କୁ ଚମକାଇଥିଲେ। ଏବେ ଦୀର୍ଘ ଦିନର ଅପେକ୍ଷା ପରେ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଛି। ଏହାକୁ ନେଇ ସେ ବେଶ ଉତ୍ସାହିତ ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?