Posted inRasifala

ରାଶିଫଳ: ଶୁକ୍ରବାର , ଜାନୁୟାରୀ ୧୩ ତାରିଖ – Daily Horoscope

ମେଷ
ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରା ସଫଳ ହେବ ଏବଂ ମୂଲ୍ୟବାନ୍‌ ଜିନିଷ କ୍ରୟ କରିବାକୁ ଚାହିଁବେ। ପାରିବାରିକ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ କାମକୁ ତ୍ୱରାନ୍ବିତ କରିବ। କଠିନଶ୍ରମ ଓ ଭ୍ରମଣଜନିତ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖା ଦେଇପାରେ। ସଙ୍ଗୀତ, ଚଳଚ୍ଚିତ୍ର, ପ୍ରଶାସନ, ସଭାସମିତିର ଆଲୋଚନା କ୍ଷେତ୍ରରେ ଉପକୃତ ହେବେ।
ବୃଷ
ବୃଷ
ମଙ୍ଗଳଗ୍ରହ ମାଙ୍ଗଳିକ କାର୍ଯ୍ୟର ପ୍ରସ୍ତୁତି ପାଇଁ ଅନୁପ୍ରେରିତ କରିପାରନ୍ତି। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ବଢ଼ିପାରେ। ଅପରାହ୍ନରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍‌ସନ୍‌ ଦୂର ହେବ। କଳା ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ।
ମିଥୁନ
ମିଥୁନ
ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶିକ୍ଷା, ପରୀକ୍ଷା, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶା ଅନୁଯାୟୀ ଫଳ ପାଇବେ। ବନ୍ଧୁଙ୍କ ନିକଟରେ ମନକଥା କହିବା ପରେ ମନସ୍ତାପ କରିବେ। ଶନିଙ୍କ ଭାଗ୍ୟସ୍ଥିତି ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପ୍ରେରଣା ଯୋଗାଇବ।
କର୍କଟ
କର୍କଟ
ଚତୁର୍ଥକେନ୍ଦ୍ରସ୍ଥ କେତୁ ପ୍ରଭାବରୁ ଆପଣଙ୍କ ମନୋଭାବକୁ ଅନ୍ୟମାନେ ସହଜରେ ବୁଝିପାରିବେ ନାହିଁ। ଦୀର୍ଘଦିନ ହେଲା ଯାହା ପାଇବା ପାଇଁ ଚିନ୍ତା କରୁଥିଲେ ଆଜି ତାହା ନିଶ୍ଚିତ ଭାବେ ପାଇବେ। ଅଟକି ରହିଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବାରୁ ଖୁସି ହେବେ। ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
ରାହୁଙ୍କ କୁଦୃଷ୍ଟିରୁ ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରନ୍ତି। ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ସହକର୍ମୀ କିମ୍ବା ପଡ଼ୋଶୀ ସାହାଯ୍ୟ କରିବାକୁ ପଛେଇବେ, ଫଳରେ କେତେକ ସୁଯୋଗ ହାତଛଡା ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ପସ୍ତାଇବେ।
କନ୍ୟା
ସହକର୍ମୀ କିମ୍ବା ମିତ୍ର ପରାମର୍ଶ ନ ଦେଇ କିଛି ସମସ୍ୟାମୂଳକ କାମ ପ୍ରତି ପ୍ରଲୋଭିତ କରାଇବେ। ସମ୍ପର୍କୀୟମାନେ ସାଧାରଣ କଥାକୁ ଜଟିଳ ଭାବେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପକାଇ ପାରନ୍ତି। ଭ୍ରାତୃକାରକ ଗ୍ରହ ମଙ୍ଗଳ ତୃତୀୟକୁ ଦେଖୁଥିବାରୁ ସ୍ବାସ୍ଥ୍ୟସମସ୍ୟା କ୍ରମଶଃ କମି କମି ଯିବ। ବ୍ୟବସାୟିକ ସ୍ଥିତି ସନ୍ତୋଷଜନକ ହେବ।
ତୁଳା
ତୁଳା
ସ୍ବସ୍ଥାନପାଳ ଶନିଶ୍ଚରଜନିତ ପାରିବାରିକ ଅବସ୍ଥାରେ ଉନ୍ନତି ହେବ। ରାହୁଙ୍କ ସ୍ଥିତିରୁ ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ। ଆଜି ବିଭିନ୍ନ ସ୍ବ୍ୟାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କିତ ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ। ପାରିବାରିକ କ୍ଷେତ୍ର ସରସ ସୁନ୍ଦର ରହିବା ହେତୁ ଖୁସି ହେବେ।
ବିଛା
ବିଛା
ମୁଖଭାବରେ ରବି ଓ ବୁଧଜନିତ କାରଣରୁ ଆଜି ପ୍ରଶଂସିତ ହେବେ। ବନ୍ଧୁମାନଙ୍କ ଆନୁଷଙ୍ଗିକ ସାହାଯ୍ୟ ଲାଭକରି ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରେଇବେ। ସାହିତ୍ୟ, ସାମ୍ବାଦିକତା, ସଭାସମିତି କ୍ଷେତ୍ରରେ ସଫଳତା ହାସଲ କରିବେ। ତଥାପି କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।
ଧନୁ
ଧନୁ
ଚନ୍ଦ୍ରଙ୍କ ସ୍ଥିତିର କୁପ୍ରଭାବଜନିତ କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇବେ। ପରୋକ୍ଷ ଶତ୍ରୁତା ପ୍ରତ୍ୟୁଷ ଯାତ୍ରାକୁ ବିଳମ୍ବିତ କରିବ। ସାଂସ୍କୃତିକ କାମରେ ଯୋଗଦେବା ସକାଶେ ନିମନ୍ତ୍ରିତ ହୋଇପାରନ୍ତି।
ମକର
ମକର
କୌଣସି ଅସୁବିଧା ନ ଥିଲେ ମଧ୍ୟ ରାହୁ ପ୍ରଭାବରୁ ପାରିବାରିକ କ୍ଷେତ୍ର ଶାନ୍ତି ପ୍ରଦାୟକ ନ ହୋଇପାରେ। ପଡ଼ୋଶୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ଅବଶ୍ୟ ବନ୍ଧୁମାନଙ୍କ ସାହାଯ୍ୟ ନେବାକୁ ପଡିବ।
କୁମ୍ଭ
କୁମ୍ଭ
ଆଜିର ଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କ ସମ୍ପର୍କ ବୃଦ୍ଧିରୁ ମନୋବଳ ବଢ଼ିବ। ଏକାଦଶ ରବି ଓ ବୁଧ ହେତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣରେ ଉନ୍ନତି ପରିଲକ୍ଷିତ ହେବ। ବନ୍ଧୁଙ୍କ ଅସହଯୋଗ ସମସ୍ୟା ସୃଷ୍ଟି କରିବ। ସଭାସମିତି ଓ ମାଙ୍ଗଳିକ କାମ ସକଶେ ଅନ୍ୟର ସାହାଯ୍ୟ ଲୋଡିବାକୁ ବାଧ୍ୟ ହେବେ।
ମୀନମୀନ
ଗ୍ରହ ପ୍ରଭାବରୁ କର୍ମକ୍ଷେତ୍ରର କେତେକ ଫାଇଲ୍‌ କାମ ସକାଶେ ସମସ୍ୟାରେ ପଡ଼ିପାରନ୍ତି। ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ ା ବ୍ୟବସାୟ, ପରିବହନ ଓ ଯାତ୍ରା, ଆଲୋଚନା, ବନ୍ଧୁମିଳନରୁ ସୁଫଳ ପାଇବେ ା କୌଣସି ବନ୍ଧୁଙ୍କୁ ଅପେକ୍ଷା କରି ମଧ୍ୟ ଦେଖା ପାଇବେ ନାହିଁ ା

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?