Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୦ ତାରିଖ – Daily Horoscope

ମେଷ
ଆଜି ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା କାମଟିରେ ସଫଳତା ପାଇପାରିବେ। ପରିବାର,ଯାନବାହନ, ପରିବହନ ଏବଂ ବାଣିଜ୍ୟ,ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେବ। ବିଗତ ଦିନର ସମସ୍ୟାଗୁଡିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ।
ବୃଷ
ବୃଷ

ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବେ। ଭାବପ୍ରବଣତାବଶତଃ ଅନ୍ୟମନସ୍କହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।

ମିଥୁନ
ମିଥୁନ
ଗତକାଲିର କଳିତକରାଳ ବିଷୟର ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିପାରନ୍ତି। ପୁନର୍ବସୁ ନକ୍ଷତ୍ରର ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ। ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇନପାରନ୍ତି।
କର୍କଟ
କର୍କଟ
କାର୍ଯ୍ୟ ସାଧନରେ ନିଜ ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି। ଯାନବାହନ,ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ ହେବେ। ନିର୍ମାଣାଧୀନ ଗୃହ,ରାସ୍ତାକାମ ହଠାତ୍‌ କିଛିଦିନ ସକାଶେ ଅଟକି ରହିଯାଇପାରେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଅପରାଜିତ ରହିବେ ଓ ଆଇନ ଅଦାଲତର ରାୟ ସପକ୍ଷରେ ଯିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଆଜିହିଁ ଶେଷ କରିବାକୁ ମନସ୍ଥ କରିବେ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। କୌଣସି ଗୃହ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବାର ଆଶା ରହିଛି।
କନ୍ୟା
ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ କିନ୍ତୁ କୌଣସି ଉପାୟ ପାଇବେ ନାହିଁ। ପାଖପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।
ତୁଳା
ତୁଳା
କାମଗୁଡ଼ିକ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ ସମ୍ପନ୍ନ ହେବ ଆପଣଙ୍କ ପାଇଁ ହୋଇ ନ ପାରେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରି ଅସୁବିଧାର ସମ୍ମୁଖୀନ ହେବେ।
ବିଛା
ବିଛା
ଆଜି ଦିନସାରା ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। ଜ୍ୟେଷ୍ଠା ନକ୍ଷତ୍ର ଭୁଲ୍‌ ରାସ୍ତାରେ ପାଦଦେଇ ଅସୁବିଧାରେ ପଡ଼ିପାରନ୍ତି। କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆତ୍ମତୃପ୍ତି ଲାଭ କରିବେ। ସତ୍‌ସଙ୍ଗ କିମ୍ବା ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ।
ଧନୁ
ଧନୁ
ପାରିବାରିକ କଳହ, ଟଙ୍କା ପଇସାର ଦେଣନେଣ, କଚେରି ମାମଲା ଟେନ୍‌ସନର କାରଣ ହୋଇପାରେ। ସଭାସମିତିରେ ଆପଣଙ୍କ ପ୍ରସ୍ତାବ ବନ୍ଧୁମାନଙ୍କ ମନକୁ ବେଶ୍‌ ପାଇବାରୁ ପ୍ରଶଂସିତ ହେବେ। ପ୍ରକାଶନ,ଏଜେନ୍ସିପ୍‌, ଗଣମାଧ୍ୟମ,ବେତାର,ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି।
ମକର
ମକର

ଯେତେ ପ୍ରକାର ଭଲ କାମ କଲେ ମଧ୍ୟ ଶତ୍ରୁତା,ଈର୍ଷାପରାୟଣ,ଅସୁସ୍ଥତା,ଓ ଅଭାବବୋଧ ଯୋଗୁ ମନ ଭାରାକ୍ରାନ୍ତ ରହିବ। ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାକୁ ମନସ୍ଥ କରିପାରନ୍ତି। ପାରିବାରିକ ସମସ୍ୟା ଭିତରେ ପିଲାଙ୍କ ସମସ୍ୟା ବିଷୟ ଚିନ୍ତାକରି ଅନ୍ୟମନସ୍କ ରହିବେ।

କୁମ୍ଭ
କୁମ୍ଭ
ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି। ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବାର ସୂଚନା ରହିଛି। ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡିହେବ ନାହିଁ।
ମୀନମୀନ

ଆଜି ପରିବାର କଥା ନେଇ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ। ବନ୍ଧୁ ମିଳନରୁ ଆନନ୍ଦିତ ହେବେ ଓ ମାଙ୍ଗଳିକ କାମରେ ବ୍ୟସ୍ତ ରହିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri