Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୦ ତାରିଖ – Daily Horoscope

ମେଷ
ଆଜି ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା କାମଟିରେ ସଫଳତା ପାଇପାରିବେ। ପରିବାର,ଯାନବାହନ, ପରିବହନ ଏବଂ ବାଣିଜ୍ୟ,ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେବ। ବିଗତ ଦିନର ସମସ୍ୟାଗୁଡିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ।
ବୃଷ
ବୃଷ

ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବେ। ଭାବପ୍ରବଣତାବଶତଃ ଅନ୍ୟମନସ୍କହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।

ମିଥୁନ
ମିଥୁନ
ଗତକାଲିର କଳିତକରାଳ ବିଷୟର ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିପାରନ୍ତି। ପୁନର୍ବସୁ ନକ୍ଷତ୍ରର ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ। ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇନପାରନ୍ତି।
କର୍କଟ
କର୍କଟ
କାର୍ଯ୍ୟ ସାଧନରେ ନିଜ ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି। ଯାନବାହନ,ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ ହେବେ। ନିର୍ମାଣାଧୀନ ଗୃହ,ରାସ୍ତାକାମ ହଠାତ୍‌ କିଛିଦିନ ସକାଶେ ଅଟକି ରହିଯାଇପାରେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଅପରାଜିତ ରହିବେ ଓ ଆଇନ ଅଦାଲତର ରାୟ ସପକ୍ଷରେ ଯିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଆଜିହିଁ ଶେଷ କରିବାକୁ ମନସ୍ଥ କରିବେ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। କୌଣସି ଗୃହ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବାର ଆଶା ରହିଛି।
କନ୍ୟା
ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ କିନ୍ତୁ କୌଣସି ଉପାୟ ପାଇବେ ନାହିଁ। ପାଖପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।
ତୁଳା
ତୁଳା
କାମଗୁଡ଼ିକ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ ସମ୍ପନ୍ନ ହେବ ଆପଣଙ୍କ ପାଇଁ ହୋଇ ନ ପାରେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରି ଅସୁବିଧାର ସମ୍ମୁଖୀନ ହେବେ।
ବିଛା
ବିଛା
ଆଜି ଦିନସାରା ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। ଜ୍ୟେଷ୍ଠା ନକ୍ଷତ୍ର ଭୁଲ୍‌ ରାସ୍ତାରେ ପାଦଦେଇ ଅସୁବିଧାରେ ପଡ଼ିପାରନ୍ତି। କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆତ୍ମତୃପ୍ତି ଲାଭ କରିବେ। ସତ୍‌ସଙ୍ଗ କିମ୍ବା ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ।
ଧନୁ
ଧନୁ
ପାରିବାରିକ କଳହ, ଟଙ୍କା ପଇସାର ଦେଣନେଣ, କଚେରି ମାମଲା ଟେନ୍‌ସନର କାରଣ ହୋଇପାରେ। ସଭାସମିତିରେ ଆପଣଙ୍କ ପ୍ରସ୍ତାବ ବନ୍ଧୁମାନଙ୍କ ମନକୁ ବେଶ୍‌ ପାଇବାରୁ ପ୍ରଶଂସିତ ହେବେ। ପ୍ରକାଶନ,ଏଜେନ୍ସିପ୍‌, ଗଣମାଧ୍ୟମ,ବେତାର,ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି।
ମକର
ମକର

ଯେତେ ପ୍ରକାର ଭଲ କାମ କଲେ ମଧ୍ୟ ଶତ୍ରୁତା,ଈର୍ଷାପରାୟଣ,ଅସୁସ୍ଥତା,ଓ ଅଭାବବୋଧ ଯୋଗୁ ମନ ଭାରାକ୍ରାନ୍ତ ରହିବ। ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାକୁ ମନସ୍ଥ କରିପାରନ୍ତି। ପାରିବାରିକ ସମସ୍ୟା ଭିତରେ ପିଲାଙ୍କ ସମସ୍ୟା ବିଷୟ ଚିନ୍ତାକରି ଅନ୍ୟମନସ୍କ ରହିବେ।

କୁମ୍ଭ
କୁମ୍ଭ
ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି। ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବାର ସୂଚନା ରହିଛି। ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡିହେବ ନାହିଁ।
ମୀନମୀନ

ଆଜି ପରିବାର କଥା ନେଇ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ। ବନ୍ଧୁ ମିଳନରୁ ଆନନ୍ଦିତ ହେବେ ଓ ମାଙ୍ଗଳିକ କାମରେ ବ୍ୟସ୍ତ ରହିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri