Posted inRasifala

ରାଶିଫଳ: ଗୁରୁବାର, ଜାନୁୟାରୀ ୫ ତାରିଖ – Daily Horoscope

ମେଷ
ଆଜି ମନ ବୁଝିଲାଭଳି କଥା କହି ଅନ୍ୟକୁ ଆପଣାର କରିପାରିବେ। ଶିଳ୍ପ, ବାଣିଜ୍ୟ, ପରିବହନ, ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ବନ୍ଧୁମିଳନ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ସମସ୍ୟାର ସମାଧାନ ଦିଗରେ ନିୟୋଜିତ ହୋଇପାରନ୍ତି। କୌଣସି ବ୍ୟକ୍ତି ଭୁଲ୍‌ ବୁଝାମଣାବଶତଃ କଳହ କରିପାରନ୍ତି ।
ବୃଷ
ବୃଷ
ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ପ୍ରିୟଜନଙ୍କ ସହିତ ଅର୍ଥପ୍ରାପ୍ତି ଓ ପାର୍ଟି, ପିକ୍‌ନିକ୍‌ ପାଇଁ ଯୋଜନା କରିପାରନ୍ତି। ରାଜନୈତିକ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଭୁଲ୍‌ ବୁଝାମଣାର ବଶବର୍ତ୍ତିଜନିତ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ଭାବିବେ ଗୋଟେ କରିବେ ଆଉଗୋଟେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ, ନତୁବା ସମସ୍ୟା ଆସିପାରେ। ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ପାରିବାରିକ ସ୍ଥିତି ପୂର୍ବପରି ରହିବ କିନ୍ତୁ ଶତ୍ରୁତା କରୁଥିବା ଲୋକଠାରୁ ଦୂରେଇ ରହନ୍ତୁ।
କର୍କଟ
କର୍କଟ
ସହକର୍ମୀଙ୍କ ସହ କର୍ମକ୍ଷେତ୍ରରେ ଆଲୋଚନାର ପରିସମାପ୍ତି ଘଟିବ। ଆର୍ଥିକ ପ୍ରଗତିର ଯୋଜନାକୁ ବାସ୍ତବ ରୂପ ଦେବାରେ ସମର୍ଥ ହେବେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ଅସୁବିଧାରେ ପଡିବେ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ଆନୁଷ୍ଠାନିକ କାମରୁ ମନ ଖୁସି ରହିବ।
ସି˚ହ
ସି˚ହ
ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ପରିସ୍ଥିତି ଶାନ୍ତ ରହିବ। ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ କିଛିମାତ୍ରାରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗ ବ୍ୟକ୍ତିଙ୍କ ସହଯୋଗ ପାଇବେ। ମାଲିମକଦ୍ଦମାରେ, ସିଦ୍ଧାନ୍ତ ନେବା କ୍ଷେତ୍ରରେ, ଅଫିସିଆଲି କାମରେ ବିଳମ୍ବଜନିତ ଧୈର୍ଯ୍ୟଚ୍ୟୁତି ଘଟିପାରେ।
କନ୍ୟା
ପାରିବାରିକ ଜୀବନରେ ମନାନ୍ତରଜନିତ କିଛିଟା ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିପାରନ୍ତି। ପୂର୍ବ ସମସ୍ୟାର ପୁନରାବୃତ୍ତି କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ସମ୍ଭାବନା ରହିଛି। ବ୍ୟବସାୟିକ ବିଫଳତାରେ କୌଣସି ନୂତନ କାର୍ଯ୍ୟାରମ୍ଭ ପାଇଁ ଚିନ୍ତା କରିପାରନ୍ତି। ପରିବହନ, ବାଣିଜ୍ୟରେ ବାଧା, ସାଂସ୍କୃତିକ କାମରୁ ସଫଳତା ପାଇବେ।
ତୁଳା
ତୁଳା
ପରିବାରରେ ଶାନ୍ତି ଫେରି ଆସିବା ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। କର୍ମକ୍ଷେତ୍ରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଶିଳ୍ପ,ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ। ଜମିଜମା, ନିର୍ମାଣ, ରାଜନୈତିକ, ପ୍ରଶାସନିକ ଆଲୋଚନା ଅସମାପ୍ତ ରହିଯିବ।
ବିଛା
ବିଛା
ପରିବାର ଲୋକଙ୍କ କଥାବାର୍ତ୍ତା, ଚାଲିଚଳନ, ବ୍ୟବହାରରେ ଅସନ୍ତୁଷ୍ଟ ରହିଲେ ମଧ୍ୟ କିଛି କରିପାରିବେ ନାହିଁ। କର୍ମକ୍ଷେତ୍ରରେ ବିଭିନ୍ନ ବିଷୟ ଚିନ୍ତାକରି ମନ ଭାରାକ୍ରାନ୍ତ ରହିପାରେ। ସାହିତ୍ୟ, ସାମ୍ବାଦିକତା, କ୍ରୀଡା, ଚଳଚ୍ଚିତ୍ର ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିପାରିବେ।
ଧନୁ
ଧନୁ
ଆଜି ନିଜର ଭୁଲ୍‌ ବିଚାରକୁ ସୁଧାରି ନେବାର ପ୍ରଚେଷ୍ଟା କରିବେ। ପଡ଼ୋଶୀଙ୍କ କଥା ଶୁଣି ମନରେ ବିଭିନ୍ନ ଉଦ୍ଭଟ ଚିନ୍ତା ଜାଗ୍ରତ ହେବ। ଆଜି ଦିନଟିରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପରିବାରରେ ଆପୋସ ସମାଧାନ ଘଟିବା କାରଣରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ମକର
ମକର
ଧୈର୍ଯ୍ୟହରା ଓ ନୈରାଶ୍ୟଜନିତ ନିଜେ ସମସ୍ୟା ଭିତରକୁ ଟାଣି ହୋଇଯିବେ। ଆଜି କୌଣସି ପଦସ୍ଥ ବ୍ୟକ୍ତିଙ୍କ ସୌଜନ୍ୟମୂଳକ ସାକ୍ଷାତ୍‌ରୁ ଉପକୃତ ହୋଇପାରନ୍ତି। ବ୍ୟବସାୟ ଓ ପରିବହନରେ ପ୍ରତିରୋଧର ସାମନା କରିବାକୁ ପଡିପାରେ। ପରିବାରରେ ଛୋଟ ଛୋଟ କଥାକୁ ଧରିବସିଲେ ଅଶାନ୍ତି ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ସାମାଜିକ ସ୍ତରରେ କୌଣସି ବିବାଦର ସମାଧାନ ହେତୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି। ଘରୋଇ ଋଣ ପରିଶୋଧ ପରିପ୍ରେକ୍ଷୀରେ ସରକାରୀ ସ୍ତରରୁ କିମ୍ବା ବ୍ୟାଙ୍କକୁ ଦରଖାସ୍ତ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରର ସଂକଟ ଦୂରୀଭୂତ ହୋଇ ସହଜ ଓ ସୁବିଧାରେ ଆଜିର କାମଗୁଡିକ ସମ୍ପନ୍ନ ହୋଇଯିବାରୁ ମନ ଖୁସି ହୋଇଯିବ।
ମୀନମୀନ
ଆଜି ଯାହା କରିବାକୁ ଚିନ୍ତା କରିଥିବେ କାମରେ ତାହା ଓଲଟା ହୋଇଯିବ। କର୍ମକ୍ଷେତ୍ରରେ ପୂର୍ବାବସ୍ଥା କେତେକାଂଶରେ ବଦଳିଯାଇଥିବା କାରଣରୁ ମନ ଏକ ପ୍ରକାର ଭଲ ରହିବ। ନିଜର ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ନିର୍ମାଣ, ଶେୟାର ବଜାର, ପରିବହନରେ ଲାଭବାନ୍‌ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?