ଦାଦର ଜଙ୍ଗଲରେ ନିଆଁ: ଲିଭାଇବାକୁ ଆସି ଫେରିଗଲେ ବନ କର୍ମଚାରୀ

ଅମରପାଲି, ୪।୩: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ମୁର୍ଷୁଣ୍ଢୀର ଦାଦର ଜଙ୍ଗଲରେ ଲାଗିଛି ନିଆଁ। ନିଆଁ ଲାଗି ଜଙ୍ଗଲର ଗଛ ଲତା ଜଳି ଯାଉଥିବା ବେଳେ ଜୀବଜନ୍ତୁ ଅସୁରକ୍ଷିତ ହୋଇପଡିଛନ୍ତି। ରାସ୍ତା କଡକୁ ଲାଗି ରହିଥିବା ଉକ୍ତ ଜଙ୍ଗଲରେ ନିଆଁ ଲାଗିଥିବାରୁ ଯାତାୟତ କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଗୁରୁବାର ସକାଳୁ ଉକ୍ତ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ମଧ୍ୟାହ୍ନ ବେଳକୁ ଅଧିକ ବ୍ୟାପିଥିଲା। ଜଙ୍ଗଲରେ ନିଆଁ ଲାଗିଥିବା ନେଇ ବହଳପଦର ସମିତି ସଭ୍ୟ ପୀତାମ୍ବର ସାହୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ବୀରମହାରାଜପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ ନିଆଁ ନ ଲିଭାଇ ଫେରି ଯାଇଥିଲେ। ଏବେ ଉକ୍ତ ଜଙ୍ଗଲର ଚାରିପଟେ ନିଅଁା ଲାଗି ବ୍ୟାପକ ଗଛଲତା ଜଳି ଯାଉଥିବା ଦେଖିବାକୁ ମିଳିଛି । ପ୍ରାୟ ୩୦ରୁ ୪୦ଏକର ପରିମିତ ବିଶିଷ୍ଟ ଜଙ୍ଗଲ ଜଳି ଯିବାକୁ ବସିଲାଣି । ଲୋକେ ଚାଷ ଜମିରେ ନିଆଁ ଲଗାଇଥିବାରୁ ଏହା ବ୍ୟାପୀ ଜଙ୍ଗଲରେ ଲାଗିଥିବା ଅନୁମାନ କରାଯାଉଛି। ଏବେ କେନ୍ଦୁପତ୍ର ପାଇଁ ଗୋଛା କଟା ହେଉଛି। କେନ୍ଦୁପତ୍ର ପାଇଁ ଗୋଛାକଟା ବଦଳରେ ମଧ୍ୟ ନିଆଁ ଲଗେଇ ଦିଆଯାଉଥିବା ଅଭିଯୋଗ ହେଉଛି। ତେଣୁ ବନ ବିଭାଗ ଯଥାଶୀଘ୍ର ଜଙ୍ଗଲରେ ବ୍ୟାପୁଥିବା ନିଆଁକୁ ଆୟତ୍ତ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଘୋଷଣା ହୋଇପାରେ ବିଜେପି ଓ ବିଜେଡି ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୫।୩(ବ୍ୟୁରୋ): ପୌର ପାଇଁ ରାଜନୀତି ସରଗରମ ରହିଛି। ମାର୍ଚ୍ଚ ୨ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଇଥିବା ବେଳେ ୭ରେ ନାମାଙ୍କନ ପତ୍ର ଦାଖଲ ସରିବ। ସବୁ...

ବାଇକ୍‌ରେ ବ୍ରହ୍ମପୁର ଯାଉଥିବା ବେଳେ ବଜ୍ରପାତ, ଆଖି ବୁଜିଲେ ଆରୋହୀ

ଖୋର୍ଦ୍ଧା ଅଫିସ, ୯।୬: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ବଜ୍ରପାତ ଘଟି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାମକୃଷ୍ଣ ଦାସ।...

ଆଜିଠୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୩ା୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ବିଜ୍ଞାନ ବିଭାଗର ମାତୃଭାଷା...

ଅଭିଯୁକ୍ତଙ୍କ ପିତା ହୃଦ୍‌ଘାତରେ ମୃତ,ତହସିଲ ସମ୍ମୁଖରେ ମୃତଦେହ ରଖି ଧାରଣା

ଧାମନଗର,୨୧।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବିଡିଓଙ୍କୁ ଗତ ୧୭ ତାରିଖରେ ଦୁର୍ବ୍ୟବହାରକରି ଫେରାର ଥିବା ଅଭିଯୁକ୍ତଙ୍କ ପିତାଙ୍କର ହୃଦ୍‌ଘାତରେ ସୋମବାର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ...

ଶଟ୍‌ଡାଉନ୍‌ ପ୍ରଭାବ: ଗରଦପୁର ଅଞ୍ଚଳ ଜନଶୂନ୍ୟ

ପାଟକୁରା,୭।୬(ଡି.ଏନ୍‌.ଏ.): ରାଜ୍ୟ ସରକାର ୧୧ଟି ଜିଲାରେ ଜୁନ୍‌ ମାସ ପ୍ରତ୍ୟେକ ଶନିବାର ଓ ରବିବାରକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ସେଥି ମଧ୍ୟରେ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଭୁକ୍ତ।...

ଜଣେ ବରକୁ ୨ ଥର ବିବାହ କଲେ ନାବାଳିକା

ନୟାଗଡ଼ ଅଫିସ,୧୯।୧: ମଙ୍ଗଳବାର ସନ୍ଧ୍ୟାରେ ନୟାଗଡ଼ ଚାଇଲ୍ଡ ଲାଇନ ବିବାହ ବେଦୀରୁ ଉଠାଇ ଆଣିଥିବା ଜଣେ ୧୫ ବର୍ଷର ନାବାଳିକା ବିଳମ୍ବିତ ରାତିରେ ପୁନଃ ବିବାହ...

ଆଗକୁ ରାଖୀ, ଏବେଠୁ ଦୋକାନରେ ଜମୁଛି ଭିଡ଼

ଉମରକୋଟ, ୮।୬(ସ୍ବ.ପ୍ର.): ହିନ୍ଦୁ ପରମ୍ପରା ଅନୁଯାୟୀ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ଭାଇଭଉଣୀଙ୍କ ସ୍ନେହ ପ୍ରୀତିର ବନ୍ଧନ ହେଉଛି ରାଖୀ। ଏହାକୁ ଖୁବ୍‌...

ଆତ୍ମହତ୍ୟା କଲେ ରଶ୍ମିରେଖାଙ୍କ ପୁରୁଷବନ୍ଧୁ ସନ୍ତୋଷ

ଭୁବନେଶ୍ୱର,୬।୭(ବ୍ୟୁରୋ): ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲା ଉପରେ ପରଦା ଉଠି ନଥିବା ବେଳେ ତାଙ୍କ ପୁରୁଷବନ୍ଧୁ ସନ୍ତୋଷ ପାତ୍ର ଆତ୍ମହତ୍ୟା...

Advertisement
Archives

Model This Week