ଦାଦନ ଶ୍ରମିକଙ୍କୁ ନିସ୍ତୁକ ମାଡ଼

ବଲାଙ୍ଗୀର ଅଫିସ, ୮ା୪: ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଦାଦନ ଶ୍ରମିକଙ୍କ ନିର୍ଯାତନା ଥମୁନାହିଁ। ରାଜ୍ୟ ବାହାରେ ଇଟାଭାଟିରେ କାମ କରିବାକୁ ଯାଇଥିବା ଦୁଇଜଣ ଦାଦନ ଶ୍ରମିକଙ୍କୁ ଦାଦନ ସର୍ଦ୍ଦାର ଏକ ପାଇପ ଯୋଗେ ନିସ୍ତୁକ ମାଡ଼ ମାରୁଥିବା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ଦାଦନ ନିର୍ଯାତନା ପ୍ରସଙ୍ଗକୁ ଉଜ୍ଜୀବିତ କରିଛି।
ଭିଡିଓରେ କଣ୍ଟାବାଞ୍ଜି ଅଞ୍ଚଳର ଜଣେ ଦାଦନ ସର୍ଦ୍ଦାର ଏକ ପାଇପ ଯୋଗେ ଦୁଇଜଣ ଦାଦନ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ମାରୁଥିବା ଦେଖାଯାଇଛି। ଉଭୟ ଶ୍ରମିକଙ୍କୁ ପିଟିବା ଦୃଶ୍ୟକୁ ଏକ ମୋବାଇଲରେ ରେକର୍ଡିଂ କରାଯାଇଛି। ସମ୍ପୃକ୍ତ ଦାଦନ ସର୍ଦ୍ଦାର ଜଣକ ସେହି ଦୁଇ ଦାଦନ ଶ୍ରମିକଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ରେକର୍ଡିଂ କରିବାକୁ କହିଥିବା ଓ ମାଡ଼ ମାରିସାରିଲା ପରେ ଉକ୍ତ ମୋବାଇଲ ରେକର୍ଡିଂକୁ ବନ୍ଦ କରୁଥିବା ଭାଇରାଲ ଭିଡିଓରୁ ସ୍ପଷ୍ଟ ହୋଇଛି। ମାଡ଼ ମାରୁଥିବା ସର୍ଦ୍ଦାର କଣ୍ଟାବାଞ୍ଜିର ବୋଲି କୁହାଯାଉଥିଲେ ମଧ୍ୟ ମାଡ଼ର ଶିକାର ଶ୍ରମିକ ଦୁଇଜଣ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ। ମାଡ଼ ଖାଉଥିବା ଦାଦନ ଶ୍ରମିକଙ୍କ ମଧ୍ୟରୁ ଜଣେ ସାବାଳକ ଓ ଜଣେ ନାବାଳକ ଭଳି ଦେଖାଯାଉଛନ୍ତି। ଏହି ପୀଡ଼ିତ ଦୁଇ ଦାଦନ ବଲାଙ୍ଗୀର ଜିଲାର ଏବଂ ସେମାନେ ଆନ୍ଧ୍ରପ୍ରଦେଶ ବା ତେଲଙ୍ଗାନାକୁ କାମ କରିବାକୁ ଯାଇଛନ୍ତି ବୋଲି କୁହାଯାଉଛି। ଉକ୍ତ ଦାଦନ ଶ୍ରମିକଙ୍କୁ ବନ୍ଧକ ରଖି ମାଡ଼ ମାରୁଥିବା ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏ ନେଇ ଜିଲା ପ୍ରଶାସନ ବା ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏନେଇ ଜିଲା ଶ୍ରମ ଅଧିକାରୀ ସୁରେଶ କୁମାର ବେହେରାଙ୍କୁ ତାଙ୍କ ମୋବାଇଲ ନଂ.୯୪୩୭୧୮୮୧୬୩ରେ ଯୋଗାଯୋଗ କରାଯାଇଥିଲା, କିନ୍ତୁ ସେ ଫୋନ ରିସିଭ କରି ନ ଥିଲେ। ସୂଚନାଯୋଗ୍ୟ ଯେ କିଛିଦିନ ତଳେ ବଲାଙ୍ଗୀର ଜିଲାର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ରାଜ୍ୟ ବାହାରର ଏକ ଇଟାଭାଟିରେ ଯୌନ ନିର୍ଯାତନା ଦିଆଯାଇଥିବା ଭିଡିଓ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ କର୍କଟ ପୀଡ଼ିତଙ୍କୁ ସହଯୋଗ

ବରଗଡ଼ ଅଫିସ୍‌,୩।୪-ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଏବଂ ଗାଇସିଲେଟ ଅଞ୍ଚଳର ୨ଜଣ କର୍କଟ ପୀଡ଼ିତଙ୍କୁ ସ୍ଥାନୀୟ ଜର୍ଜ ହାଇସ୍କୁଲର ୧୯୯୧ ବ୍ୟାଚ୍‌ ଛାତ୍ରୀଛାତ୍ର...

ସ୍ବାମୀଙ୍କ ସହ ପରକୀୟା ପ୍ରୀତି ସନ୍ଦେହ: ମହିଳାଙ୍କ ତଣ୍ଟି ଚିପି ହତ୍ୟା କଲେ ସ୍ତ୍ରୀ

କେନ୍ଦୁଝର,୨୨।୨(ସ୍ବ.ପ୍ର.): କେନ୍ଦୁଝର ବାରିଆ ଥାନା ଅନ୍ତର୍ଗତ ଭୂଇଁପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିରୁ ଜଣେ ମହିଳାଙ୍କୁ ତଣ୍ଟିଚିପି...

ଷ୍ଟ୍ରଙ୍ଗ ରୁମ୍‌ରେ ନିଆଁ, ଭୋଟ ଗଣତି ସାମୟିକ ସ୍ଥଗିତ

ସୁନ୍ଦରଗଡ଼,୨୩।୫: ସୁନ୍ଦରଗଡ଼ ମାଦ୍ରିକାଲ ଭବନଠାରେ ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ଚାଲିଥିବା ଭୋଟ ଗଣତି କେନ୍ଦ୍ର ନିକଟ ଷ୍ଟ୍ରଙ୍ଗ ରୁମ୍‌ରେ ଗୁରୁବାର ଅପରାହ୍ନ ୧ଟାରେ ଶର୍ଟ...

୨ ଫୁଟ ଉଠିଲା ୨ ମହଲା କୋଠା

କେନ୍ଦୁଝର,୨୧ା୧: ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏକ ଦୁଇ ମହଲା କୋଠାଘରକୁ ୨ଫୁଟ ଉପରକୁ ଉଠାଯିବା ଘଟଣା କେନ୍ଦୁଝରରେ ଚର୍ଚ୍ଚାର ବିଷୟ ହୋଇଛି। ବିହାର ଅଞ୍ଚଳର ପପୁ...

ବଢୁଛି ପୋଲିସର ଅତ୍ୟାଚାର:ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ପରିବାର

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଗଞ୍ଜାମ ଜିଲା ସଲପତଇଲା ଗ୍ରାମରେ ରହୁଥିବା କେତେକ ଆଦିବାସୀ ପରିବାର ଉପରେ ପୋଲିସର ନିର୍ଯାତନା ବଢିବାରେ ଲାଗିଛି। ତାରସିଂ ଥାନା ପୋଲିସ ମିଥ୍ୟା ମାମଲାରେ ଲୋକଙ୍କୁ...

ଅଯୋଧ୍ୟାରେ ରାମମନ୍ଦିର ପାଇଁ ଭୂମି ପୂଜା : କୋଣାର୍କରୁ ଗଲା ଜଳ, ମାଟି

କୋଣାର୍କ,୨୬।୭(ଡି.ଏନ.ଏ.) : ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ। ଏହାର ଭୂମି ପୂଜା ପାଇଁ କୋଣାର୍କରୁ ପବିତ୍ର ତୀର୍ଥ ଜଳ ଓ ମାଟି...

ରେଳ ଷ୍ଟେଶନର ତରବରିଆ ସୌନ୍ଦର୍ଯ୍ୟକରଣ

ବସ୍ତା,୭।୧(ଡି.ଏନ.ଏ.)- ଦକ୍ଷିଣପୂର୍ବ ରେଳବାଇର ବିଭାଗୀୟ ଜିଏମ ଆସନ୍ତା ୧୦ ତାରିଖରେ ରୂପସାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ପରିଦର୍ଶନ କରିବା ପରେ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ବସ୍ତା...

ଦିଲ୍ଲୀ ଫେରନ୍ତା ପୁଅକୁ ସରପଞ୍ଚ ମା’ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିବା ଘଟଣା: ‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌

ଭବାନୀପାଟଣା,୧୧ା୬(ସ୍ବ.ପ୍ର.) : କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସରପଞ୍ଚ ନନ୍ଦିତା ସାହୁ ଦିଲ୍ଲୀ ଫେରନ୍ତା ପୁଅକୁ ଘରକୁ ନ ନେଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିବା...

Advertisement

BGU

Archives

Model This Week

Why Dharitri