ଅବକାରୀ ବିଭାଗର ଦାଦାଗିରି: ଜଙ୍ଗଲ ଭିତରେ ଲୁଚି ରହି ହଠାତ୍‌ ଓଗାଳୁଛନ୍ତି ଜନସାଧାରଣଙ୍କ ରାସ୍ତା

ଦାରିଙ୍ଗବାଡି,୧୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଭାବେ ବେଶ ଜଣାଶୁଣା । ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ଯାତାୟାତ କରୁଛନ୍ତି । ତେବେ ଦାରିଙ୍ଗବାଡିଠାରୁ ସୋରଡ଼ା ମଧ୍ୟରେ ପ୍ରାୟ ୨୦ କିମି ଜଙ୍ଗଲ ଓ ଘାଟି ରାସ୍ତା ରହିଛି । ଏହି ଘାଟି ରାସ୍ତାରେ ଯାତାୟାତ ବେଳେ  ପର୍ଯ୍ୟଟକ ମାନେ ଅନେକ ସମୟରେ ଭୟଭୀତ ହୋଇ ଯାତାୟତ କରିଥାନ୍ତି। କାରଣ ଯାତାୟତ କରୁଥିବା ବେଳେ ବାଲିଗୁଡା ଓ ଦାରିଙ୍ଗବାଡି ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଧରିବା ଆଳରେ ଜଙ୍ଗଲରେ ଲୁଚି ରହିଥିବା ଅବକାରୀ ବିଭାଗର ସରକାରୀ ଗାଡି ହଠାତ ରାସ୍ତା ଉପରକୁ ମାଡିଆସି  ପର୍ଯ୍ୟଟକ ଓ ଯାତ୍ରୀମାନଙ୍କୁ ଅଡ଼ୁଆରେ ପକାଉଛନ୍ତି।
 ତେବେ ରାଜପଥରେ ପରିବାର ନେଇ ଯାଉଥିବା ପର୍ଯ୍ୟଟକମାନେ ଅବକାରୀ ବିଭାଗର ଏଭଳି ଆଚରଣକୁ ନା ପସନ୍ଦ କରିବା ସହ ଭୟଭୀତ ହେଉଛନ୍ତି । ଏଭଳି ଦୃଶ୍ୟ ମଙ୍ଗଳବାର ଭୋର ସମୟରେ ରାଜପଥର ବାଇମାଲା ନିକଟରେ ଦେଖିବାକୁ ମିଳିଛ। ଅବକାରୀ ବିଭାଗ ଏଭଳି ଯାଞ୍ଚ କରୁଥିବା ସ୍ଥାନଠାରୁ ମାତ୍ର ୧ ଶହ ମିଟର ଦୂରତାରେ ଯାଞ୍ଚ ପାଇଁ ବନ ବିଭାଗର  ଚେକ ଗେଟ୍‌ ରହିଛି। ସେଠାରେ ବନ ବିଭାଗର ସହାୟତାରେ ଉକ୍ତ ଚେକ ଗେଟ୍‌ରେ ଗାଡିମୋଟର ଯାଞ୍ଚ କରିପାରନ୍ତା। ମାତ୍ର ତାହା ନ କରି ଯାତ୍ରୀ ଯାତାୟତ ସମୟରେ ନିଜ ସରକାରୀ ଗାଡିକୁ ଅପବ୍ୟବହାର କରି ହଠାତ ଯାତ୍ରୀଙ୍କ ଗାଡି ସାମ୍ନାକୁ ଆସି ଅଟକାଇବା କେତେ ଯଥାର୍ଥ ଅଛି ତାହାକୁ ନେଇ ପ୍ରଶ୍ନ ଉଠୁଛି। ଜିଲା ପୋଲିସ ପ୍ରଶାସନ ତଦନ୍ତ କରି ରାଜପଥରେ ଯାତାୟାତ କରୁଥିବା ମହିଳା ପର୍ଯ୍ୟଟକ ଓ ଯାତ୍ରୀଙ୍କୁ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା କରିବା ଆବଶ୍ୟକ ରହିଛି ବୋଲି ସାଧାରଣରେ ଦାବି ହେଉଛି । ଉକ୍ତ ରାଜପଥରେ ପ୍ରସୂତି, ରୋଗୀ ବ୍ରହ୍ମପୁରକୁ ଯାତାୟତ ସମୟରେ ମଧ୍ୟ ଅବକାରୀ ବିଭାଗର ଏଭଳି ଆଚରଣ ଲୋକଙ୍କୁ ଚକିତ କରୁଛି।
ଏ ନେଇ ଅବକାରୀ ବିଭାଗର ଦାରିଙ୍ଗବାଡି ଓଆଇସି ପ୍ରକାଶ ଚନ୍ଦ୍ର ମଲିକ କହିଛନ୍ତି ଯେ, ଯଦି ସରକାରୀ ଗାଡି ଏଭକି ରାସ୍ତାରେ ଅଟକାଇବ ନାହିଁ ତେବେ ଚୋରା ଚାଲାଣ କରୁଥିବା ଗଞ୍ଜେଇ ବେପାରୀ ଆମକୁ ଗାଡି ତଳେ  ଚାପିଦେଇ ପଳାଇବେ ବୋଲି ସେ ଯୁକ୍ତି ବଢିଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସରକାର ଗୁଇନ୍ଦା ବିଭାଗକୁ ନିୟୋଜିତ କରିଥିବା ବେଳେ ଗୁଇନ୍ଦା ରିପୋର୍ଟ ଅନୁସାରେ ସନ୍ଦେହ ଘେରରେ ଥିବା ଗାଡି ଗୁଡିକୁ ଅଟକାଇବା ବଦଳରେ କିଭଳି ସମସ୍ତ ଗାଡିକୁ ରାଜପଥରେ ହଇରାଣ କରାଯାଉଛି । ବିଶେଷ କରି ମହିଳାମାନେ ଅବକାରୀ ବିଭାଗର ଏଭଳି ଆଚାରଣକୁ ନେଇ ଭୟଭୀତ ହେଉଥିବା ଅଭିଯୋଗ ହେଉଛି।
ଏନେଇ ବିଭାଗର ବାଲିଗୁଡା ଆଇଆଇସି ରାମଜୀ ପଟେଲ କହିଛନ୍ତି ଯେ, ଏଭଳି ଅଟକାଇବା କୌଣସି ଗାଇଡଲାଇନ୍‌ ନଥିବା ବେକେ କେବଳ ଗଞ୍ଜେଇ ବେପାରୀଙ୍କୁ ଧରିବାକୁ ଆମେ ଏଭଳି କରୁଛୁ। ଭଦ୍ରଲୋକ ଦେଖିଲେ ଛାଡି ଦେଉଛୁ।

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?