ପୁଣି ଘାରିଲା ଦାଦାବଟି ଡର

କଟକ ଅଫିସ,୨୫।୮: କଟକ ସହରର ବ୍ୟବସାୟୀଙ୍କୁ ଏବେ ପୁଣି ଘାରିଛି ଦାଦାବଟି ଡର। ଗତ କିଛି ଦିନ ଭିତରେ ଦାଦାବଟି ଆଦାୟ ନେଇ ଅଭିଯୋଗର ତାଲିକା ବଢ଼ିବାରେ ଲାଗିଛି। ସୋମବାର ସମାନ ଅଭିଯୋଗରେ ବାଦାମବାଡ଼ି ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ପୁରୁଣା ଅଭିଯୋଗରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ହିଁ ଏବେ ପୁଣି ଥରେ ସହରରେ ଦୌରାତ୍ମ୍ୟ ଆରମ୍ଭ କରିଛନ୍ତି।
ଘର ତିଆରି କଲେ ବଟି, ଦୋକାନ ଖୋଲିଲେ ବଟି। ବ୍ୟବସାୟିକ ପ୍ରତିଷ୍ଠାନ ହେଉ କି ବ୍ୟକ୍ତିଗତ କାର୍ଯ୍ୟ। ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବଟି ଆଦାୟ କରିବାକୁ ପହଞ୍ଚତ୍ ଯାଉଛନ୍ତି ଅପରାଧୀ। ତାହାର ସଦ୍ୟତମ ଉଦାହରଣ ବାଦାମବାଡ଼ି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ମହମ୍ମଦ ଇମାମୁଲ କେଶରପୁର ଅଞ୍ଚଳରେ ଜାଗା କିଣି ଗୃହ ନିର୍ମାଣ ଆରମ୍ଭ କରିବା ପୂର୍ବରୁ ତାଙ୍କୁ ୩ଜଣ ଅଭିଯୁକ୍ତ ଦାଦାବଟି ମାଗିଥିଲେ। ଇମାମୁଲ ଏବେ ମହତାବ ରୋଡରେ ଘରଭଡ଼ା ନେଇ ରହୁଛନ୍ତି। କେଶରପୁରର ୱାସିମ ଖାନ (୨୨), ସେକ୍‌ ଜାବିଦ (୩୦), ମହମ୍ମଦ ସାହାଜାନ (୪୬) ତାଙ୍କୁ ୨ ଲକ୍ଷ ଟଙ୍କାର ଦାଦାବଟି ମାଗିଥିଲେ। ପ୍ରଥମେ ଇମାମୁଲ ୭୦ ହଜାର ଟଙ୍କା ଦେଇଥିଲେ। ଅବଶିଷ୍ଟ ଟଙ୍କା ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଇମାମୁଲ ଟଙ୍କା ନ ଦେଇ ପାରି ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ୱାସିମ ଓ ଜାବିଦଙ୍କୁ ମହତାବ ରୋଡ଼ ଅଞ୍ଚଳରୁ ଉଠାଇ ଆଣି ପଚରାଉଚରା କରିଥିଲା। ପରେ ସାହାଜାନଙ୍କୁ କେଶରପୁରରୁ ଗିରଫ କରିଥିଲା ବୋଲି ବାଦାମବାଡ଼ି ଥାନାଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ କହିଛନ୍ତି। ଏହି ଘଟଣାରେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲ ଅହମ୍ମଦ ଓରଫ ମହମ୍ମଦ ସକିଲଙ୍କ ସମ୍ପୃକ୍ତି ଥିବା ପୋଲିସ କହିଛି। ସକିଲ ଏବେ କେନ୍ଦୁଝର ଜେଲରେ। କିଛି ଦିନ ତଳେ ପୋଲିସ କମିଶନରଙ୍କ ନିର୍ଦ୍ଦେଶରେ ସକିଲଙ୍କ ଉପରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ) ଲଗାଯାଇଥିଲା। କିନ୍ତୁ ଜେଲ ଭିତରେ ରହି ଫୋନ ଯୋଗେ ସକିଲ ଦାଦାବଟି ମାଗିବା ଜାରି ରଖିଛନ୍ତି। ଗତ ୧୯ ତାରିଖରେ କ୍ୟାଣ୍ଟେନମେଣ୍ଟ ଥାନା ଦାଦାବଟି ଆଦାୟ ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଥିଲା। ସୋମବାର ଘଟଣାରେ ଗିରଫ ଅଭିଯୁକ୍ତ ସେକ୍‌ ଜାବିଦ ହେଉଛନ୍ତି ସକିଲଙ୍କ ସାନଭାଇ। ଗିରଫ ୩ ଅଭିଯୁକ୍ତଙ୍କୁ କେସ୍‌ ନଂ-୧୪୩ ଏବଂ ଆଇପିସି ଧାରା ୩୮୫/୩୮୬/୩୮୭/୧୨୦(ବି), ଆର୍ମସ ଆକ୍ଟ ୨୫/୨୭ ଅନୁଯାୟୀ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ଗତ ରବିବାର ମଧ୍ୟ ଚାଉଳିଆଗଞ୍ଜ ଥାନା ଦାଦାବଟି ଆଦାୟ ଅଭିଯୋଗରେ ଜଗତପୁରର କୁନା ଚନ୍ଦ୍ର ସ୍ବାଇଁଙ୍କୁ ଗିରଫ କରିଥିଲା। ତାଙ୍କ ନାମରେ ୧୩ଟି ମାମଲା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri