ଥାଲାଇଭାଙ୍କୁ ଦାଦା ସାହେବ ଫାଲ୍‌କେ

ନୂଆଦିଲ୍ଲୀ,୧।୪: ଦକ୍ଷିଣ ସୁପରଷ୍ଟାର୍‌ ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲ୍‌କେ ସମ୍ମାନରେ ସମ୍ମାନୀତ କରାଯିବ। ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତ ୫ ଦଶନ୍ଧି ଧରି ରଜନୀକାନ୍ତ ଫିଲ୍ମ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ଜାରି ରଖିଥିବାରୁ ତାଙ୍କୁ ୨୦୧୯ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଦାଦା ସାହେବ ଫାଲ୍‌କେ ସମ୍ମାନ ପ୍ରଦାନ ପାଇଁ ଗଠନ ହୋଇଥିବା ବିଚାରକ ମଣ୍ଡଳୀ ରଜନୀକାନ୍ତଙ୍କୁ ଏଥିଲାଗି ଚୟନ କରିଥିବା ପ୍ରକାଶ ଜାଭେଡ୍‌କର କହିଛନ୍ତି। ବିଚାରକ ମଣ୍ଡଳୀରେ ଚଳିତ ବର୍ଷ ଆଶା ଭୋସଲେ, ମୋହନଲାଲ୍‌, ବିଶ୍ୱଜିତ୍‌ ଚାଟାର୍ଜୀ, ଶଙ୍କର ମହାଦେବନ ଏବଂ ସୁଭାଷ ଘାଇଙ୍କୁ ସାମିଲ କରାଯାଇଥିଲା। ୫ ଜଣ ସଦସ୍ୟ ପରସ୍ପର ମଧ୍ୟରେ ବିଚାର ବିମର୍ଷ କରି ରାଜନୀକାନ୍ତଙ୍କୁ ୫୧ ତମ ଦାଦା ସାହେବ ସମ୍ମାନରେ ସମ୍ମାନୀତ କରିବାଲାଗି ଚୟନ କରିଛନ୍ତି। ସୂଚନାଯୋଗ୍ୟ ରଜନୀକାନ୍ତଙ୍କୁ ପ୍ରଶଂସକ ଶ୍ରଦ୍ଧାରେ ଥାଲାଇଭା ବୋଲି କହିଥାନ୍ତି। ୧୯୫୦ ଡିସେମ୍ବର ୧୨ରେ ରଜନୀକାନ୍ତ କର୍ନାଟକର ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଶିବାଜୀ ରାଓ ଗାଇକ୍ୱାଡେ। ଦକ୍ଷିଣ ଫିଲ୍ମରେ ଅଭିନୟ କରିବା ସହିତ ରଜନୀକାନ୍ତ ବଲିଉଡ୍‌ରେ ଡେବ୍ୟୁ କରି ମଧ୍ୟ ବେଶ୍‌ ସଫଳ ହୋଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ:୨୬ରେ ଏନ୍‌ଡିଏ, ୧୨ରେ କଂଗ୍ରେସ ବିଜୟୀ

ନୂଆଦିଲ୍ଲୀ,୨୫-୧୦:ଉତ୍ତରପ୍ରଦେଶର ୧୧ ବିଧାନସଭା ଆସନ ସମେତ ୧୭ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୧ ବିଧାନସଭା ଓ ୨ ଲୋକ ସଭା ଆସନ ଲାଗି...

ତ୍ରାଲ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୨।୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ତ୍ରାଲ୍‌ରେ ରବିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କିଛି ଆତଙ୍କବାଦୀ...

ମୁଁ ଆଇନକୁ ମାନୁଥିବା ନାଗରିକ- ଚୋକ୍‌ସି

ନୂଆଦିଲ୍ଲୀ,୬।୬ : ମୁଁ ଜଣେ ଆଇନ ମାନୁଥିବା ନାଗରିକ। କେବଳ ଚିକିତ୍ସା ପାଇଁ ଭାରତ ଛାଡ଼ି ଆଣ୍ଟିଗୁଆ ଆସିଥିଲି ବୋଲି ଦାବି କରିଛନ୍ତି ପଳାତକ ହୀରା...

ଆସନ୍ତା ବର୍ଷ ବିବାହ କରିବେ ନେହା

ବମ୍ବେ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ତଥା ବିଗ୍‌ ବସ୍‌-୧୨ର ପ୍ରତିଯୋଗୀ ନେହା ପେଡନସେ। ପ୍ରେମିକ ଶାର୍ଦ୍ଦୁଳ ସିହଙ୍କୁ ସେ ବିବାହ...

ସ୍ବାମୀଙ୍କ ଏହି ଫିଲ୍ମ ଦେଖିଲେ ଐଶ୍ୱର୍ଯ୍ୟା, ଅଭିଷେକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଦ ବିଗ୍‌ ବୁଲ’ ଦର୍ଶକଙ୍କୁ ଫିକା କରିଦେଇଛି ସତ ମାତ୍ର ବଚ୍ଚନ ପରିବାର ଏହି ଫିଲ୍ମକୁ ନେଇ...

ଶପଥ ନେଲେ କେରଳ ରାଜ୍ୟପାଳ

ଥିରୁଭାନନ୍ଥପୁରମ୍‌, ୭ା୯(ପି.ଟି.) : କେରଳର ରାଜ୍ୟପାଳ ଭାବେ ଶୁକ୍ରବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରିଫ୍‌ ମହମ୍ମଦ ଖାନ୍‌ ଶପଥ ଗ୍ରହଣ କରିଛନ୍ତି। ରାଜଭବନଠାରେ ନୂତନ ରାଜ୍ୟପାଳଙ୍କୁ କେରଳ...

ଅକ୍ସିଜେନ ଅଭାବରୁ ୭କରୋନା ଆକ୍ରାନ୍ତ ମୃତ

ମୁମ୍ବାଇ,୧୩।୪: ମହାରାଷ୍ଟ୍ରରେ କରୋନା କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲରୁ ଏକ ଅବହେଳାରେ...

‘ଗୁପ୍ତ ସମ୍ପର୍କ’ର ଶ୍ରୀୟା

ଦୁଇବର୍ଷ ତଳେ ଓଡ଼ିଆ ଯାତ୍ରାଜଗତକୁ ଆସିଥିଲା ଗୋଟିଏ ନାଟକ ‘ଗୁପ୍ତ ସମ୍ପର୍କ’। ଏହି ନାଟକକୁ ନବଘନ ରାଉଳ ରଚନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ...

Seven Jackpot
Advertisement


Archives

Model This Week

Why Dharitri