ଡାବୁଗାଁ ବନ ବିଭାଗର ଚଢାଉ: କଲରାପତରିଆ ବାଘ ଛାଲ ଜବତ, ୫ ଗିରଫ

ନବରଙ୍ଗପୁର,୧୩।୪( ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗକୁ ସୋମବାର ଏକ ବଡ଼ ସଫଳତା ମିଳିଛି । ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରାସାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବନ ବିଭାଗ ଡାବୁଗାଁ ବ୍ଲକ ସଦର ମହକୁମା ନିକଟ ସିକିଲି ସରଂକ୍ଷିତ ଜଙ୍ଗଲ ମଧ୍ୟରେ ବାଘ ଛାଲ ଚୋରା ଚାଲାଣ ସମୟରେ ବନ ବିଭାଗ ଚଢାଉ କରି ୧ଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି । ମଇଦଲପୁର ଅଞ୍ଚଳର ବାଘ ଛାଲ ମାଫିଆମାନେ କଳାହାଣ୍ଡି ଜିଲା କାର୍ଲପାଟ ଅଭୟାରଣ୍ୟ ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ ଧରି ବିକ୍ରି ପାଇଁ କୋରାପୁଟକୁ ନେଉଥିବା ବେଳେ ଡାବୁଗାଁ ବନ ବିଭାଗ ଖବର ପାଇ ମଇଦଲପୁର ନିକଟରେ ଜଗିଥିଲେ। ବନ କର୍ମଚାରୀ ଜଗିଥିବା ଖବରପାଇ ମାଫିଆମାନେ ରାସ୍ତା ବଦଳେଇ ବିଭିନ୍ନ ଜଙ୍ଗଲ ଦେଇ ଆସି ଡାବୁଗାଁ ନିକଟ ସିକିଲି ଜଙ୍ଗଲରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ଲୁଚି ରହିଥିବା ବନ ବିଭାଗ କର୍ମଚାରୀମାନେ ଉକ୍ତ ମାଫିଆ ମାନଙ୍କୁ ଚାରିପଟୁ ଘେରିଯାଇ ୨ ଜଣଙ୍କୁ କାବୁ କରି ଡାବୁଗାଁ ବନ କାର୍ଯ୍ୟାଳୟକୁ ନେଇଥିଲେ। ସେମାନଙ୍କୁ ପଚରାଉଚରା ପରେ ସହଯୋଗୀ ୩ ଜଣଙ୍କୁ ମଇଦଲପୁର ଠାରୁ ଡାବୁଗାଁ ଅଣାଯାଇଥିଲା। ସମସ୍ତଙ୍କୁ ପଚରାଉଚରା କରିବା ପରେ ଉକ୍ତ ୫ ଜଣଙ୍କୁ ଗିରଫ କରାଯାଇଛ। ସେମାନଙ୍କ ନିକଟରୁ ୧ ଟି କଲରାପତରିଆ ବାଘ ଛାଲ, ୨ଟି ମୋଟରସାଇକେଲ ନଂ ଓଡି ୨୪ ପି ୨୪୨୫ ଓ ଓଡି ୨୪ ଏଫ ୬୫୬୨କୁ ଜବତ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ନବରଙ୍ଗପୁର ଥାନା ଅଧୀନ ବଣିଆ ଗ୍ରାମର ଅର୍ଜୁନ ହରିଜନ (୩୦) ଓ ପୋଖନାଗୁଡ଼ା ଗ୍ରାମର ମିହିର ହରିଜନ (୨୫), ମଇଦଲପୁର ଥାନା ଅଧିନ ମଇଦଲପୁର ଗ୍ରାମର ଶିବ କଲାର (୩୮) ଓ କେଦାରନାଥ ବିଶୋୟୀ (୪୨) ଏବଂ ଗୋପିଗୁଡ଼ା ଗ୍ରାମର ବଇଚନ୍ଦ୍ର ମଙ୍ଗଲି (୪୯) ଏନେଇ ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟ କେସ ନଂ ୧/୨୦୨୬-୨୭ ରେ ଏକ ମାମଲା ରୁଜୁ କରାଯାଇଛି। ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ଦି୍ୟାମାଧୁରୀ ସେଠୀଙ୍କ ନେତତୃତ୍ୱରେ ଡାବୁଗାଁ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତ୍ରା, ମଇଦଲପୁର ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ଅଙ୍କୁସ ଦାସ, କାର୍ତ୍ତିକ ମାଝୀ, ଲାଲୁ ବିଷୋଇ, ତାପସ ପଟ୍ଟନାୟକ, ରୀତାରାଣୀ ବିଶାସରାୟ ଓ ସମସ୍ତ ପାରା ଫରେଷ୍ଟ କର୍ମଚାରୀମାନେ ସାମିଲଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?