Posted inଜାତୀୟ

ତାଉକ୍‌ତାଏ ସଙ୍କଟ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ମୁମ୍ବାଇ,୧୭।୫: ବାତ୍ୟା ତାଉକ୍‌ତାଏ କେତେକ ରାଜ୍ୟରେ ତାଣ୍ଡବ ରଚିବାରେ ଲାଗିଛି। ମହାରାଷ୍ଟ୍ରରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ସହରରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ମଧ୍ୟ ହେଉଛି। ଏଥିଯୋଗୁ କେତେକ ସ୍ଥାନରେ ଜଳାର୍ଣ୍ଣବ ହେବା ସହ ଗଛ ମଧ୍ୟ ଭାଙ୍ଗିଯାଇଛି। ବାତ୍ୟା ଯୋଗୁ ରାଜ୍ୟରେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ବାତ୍ୟା ସ୍ଥିତି ନେଇ ଆଲୋଚନା କରିଥିବା ଜଣାପଡ଼ିଛି। ଅନ୍ୟପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ତାଉକ୍‌ତାଏ ଯୋଗୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଏଥିସହ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୁମ୍ବାଇ ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି। ସୂଚନା ମୁତାବକ ବାତ୍ୟା ତାଉକ୍‌ତାଏ ମଙ୍ଗଳବାର ଲ୍ୟାଣ୍ଡଫଲ କରିପାରେ ବୋଲି ପାଣିପାଗ ବିଭାଗ ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ଦଳ ବୈଠକ ପରେ ଘୋଷଣା ହେବ କର୍ନାଟକ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ

ବେଙ୍ଗାଲୁରୁ,୨୭ ।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନିଷ୍ପତି ହୋଇଯିବ । କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ସୋମବାର ବିଏସ୍ ୟେଦୁରପ୍ପା ଇସ୍ତଫା...

କଂଗ୍ରେସକୁ ଝଟ୍‌କା: ଏଏପିରେ ସାମିଲ ହେଲେ ପ୍ରଦୀପ ଛାବ୍ରା

ଚଣ୍ଡିଗଡ଼,୧୩।୮: ସରକାର ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଥିବା କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଚଣ୍ଡିଗଡ଼ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ପ୍ରଦୀପ ଛାବ୍ରା...

ମୁଁ ସମୁଦ୍ର, ପୁଣି ଫେରିବି: ଭାଇରାଲ ହେଉଛି ଫଡନବିଶଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୩୦ ।୬: ୨୦୧୯ରେ ଯେତେବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମିଶି ନିର୍ବାଚନ ଲଢିଥିଲେ ସେତେବେଳେ ଅନୁମାନ ଲଗାଯାଇଥିଲା କି ଏହି ଦୁଇ ଦଳ...

ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି ପାକିସ୍ତାନ

ଜମ୍ମୁ,୧୩ ।୩: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ୨ ବର୍ଷରୁ ଅଧିକ ସମୟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ଘାଟିରେ ଆତଙ୍କବାଦୀ ଆକ୍ରମଣ ମଧ୍ୟ...

ନିର୍ମାଣଧୀନ କୋଠାରେ ଲାଗିଲା ନିଆଁ

ମୁମ୍ବାଇ,୭।୨: ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାରେ ଅଗ୍ନିକାଣ୍ଡ ଘଟିଛି। ବିଲଡିଂରେ ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳରେ ୫ଟି ଅଗ୍ନିଶମ ଗାଡି ପହଞ୍ଚି...

ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ଅନୁରୋଧ

ଭୁବନେଶ୍ୱର(ବ୍ୟୁରୋ)/ଚଣ୍ଡିଗଡ଼, ୧୫।୯(ଆଇଏଏନ୍‌ଏସ୍‌): ଶିଖ୍‌ ଗୁରୁ ନାନକ ଦେବଙ୍କ ସହ ଜଡ଼ିତ ପୁରୀର ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓଡ଼ିଶା ପ୍ରତିପକ୍ଷ...

ପଞ୍ଚାୟତ ନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ନିର୍ବାଚନ ଆୟୋଗ ଶୁକ୍ରବର ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ୭୫ଟି ଜିଲାରେ ଚାରିଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ...

ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା: ସ୍ବାସ୍ଥ୍ୟ ସୁବିଧା ଲାଗି ୫୦ ହଜାର କୋଟିର ଋଣ…

ନୂଆଦିଲ୍ଲୀ,୫।୫: ଦେଶରେ ଜାରି ରହିଥିବା କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାଶ ବୁଧବାର ଏକ...

Advertisement
Archives

Model This Week