ବାତ୍ୟା ୟାସ୍‌ ପ୍ରସ୍ତୁତି: ୭୫ହଜାର ଲୋକଙ୍କୁ ସ୍ଥାନାନ୍ତର, ୫୦୪ଗର୍ଭବତୀଙ୍କୁ ମେଡିକାଲକୁ ପଠାଇବା ଲକ୍ଷ୍ୟ

ଛତ୍ରପୁର,୨୫।୫(ଡି.ଏନ୍‌.ଏ.): ରାଜ୍ୟ ସରକାର ଓ ଏସ୍‌ଆରସିଙ୍କ ପକ୍ଷରୁ ଆସୁଥିବା ସୂଚନା ଅନୁସାରେ ଗଞ୍ଜାମରେ ବାତ୍ୟା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାତ୍ୟା ମୁକାବିଲା ପାଇଁ ଜିଲାରେ ୪ ଥର ବୈଠକ ମଧ୍ୟ ହୋଇସାରିଛି। ୩ ଦିନ ହେଲା ଗର୍ଭବତୀଙ୍କୁ ଡେଲିଭେରୀ ସୁବିଧା ଥିବା ସ୍ବାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି। ଗତ ୨ଦିନ ମଧ୍ୟରେ ୧୩୧ଜଣ ଗର୍ଭବତୀଙ୍କୁ ଡେଲିଭେରୀ ପଏଣ୍ଟକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିବା ସୂଚନା ଦିଆଯାଇଛି। ଜିଲାରେ ୫୦୪ଗର୍ଭବତୀଙ୍କୁ ସ୍ଥାନାନ୍ତର ପାଇଁ ଚି଼ହ୍ନଟ କରାଯାଇଥିବା ବେଳେ ସମୁଦ୍ରକୂଳିଆ ୭୫ହଜାର ଲୋକଙ୍କୁ ସ୍ଥାନାନ୍ତରିତ ପାଇଁ କାର୍ଯ୍ୟ ଜାରି ରହିଛି। ବର୍ତମାନ ବନ୍ୟା ବାତ୍ୟାର ସମ୍ଭାବନା ଗଞ୍ଜାମ ଜିଲା ପାଇଁ ସେତେଟା ନ ଥିବା ବେଳେ ତଥାପି ସତର୍କ ରହିଛୁ ବୋଲି ଜିଲାପାଳ କହିଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଏସଓପିକୁ ନେଇ କାମ କରୁଛୁ। ତେବେ ପାଣିପାଗ ବିଭାଗର କୌଣସି ସୂଚନା ନ ଆସିଲା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ପବନ ହୋଇପାରେ ସେଥିପାଇଁ କଚ୍ଚା ଘରେ ନ ରହି ପକ୍କା ଘରେ ରହିବାକୁ କୁହାଯାଇଛି। ଏପରିକି ତହସିଲଦାର ଓ ବିଡ଼ିଓମାନେ ମାଇକ ଦ୍ୱାରା ଲୋକଙ୍କୁ ସତର୍କ କରାଉଛନ୍ତି ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ହାତ ଧରିବ ଟିଏମସି, ମମତା ହେବେ ଉପାଧ୍ୟକ୍ଷ, ଡିଲ୍‌ ଫାଇନାଲ!

କୋଲକାତା,୧୦।୬: କଂଗ୍ରେସରେ ଟିଏମସି (TMC) ର ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ଅନୁସାରେ, ସୋନିଆ ଗାନ୍ଧୀଙ୍କ ପକ୍ଷରୁ ମିଳିଥିବା ପ୍ରସ୍ତାବ ଉପରେ ମମତା…

ସରକାରୀ ସହାୟତା ଯୋଗାଇବା ନାଁରେ ଦଲାଲ ଠକି ନେଇଥିଲେ ଟଙ୍କା , ଥାନାରେ ଫେରାଇ…

ରିଷିଡ଼ା,୧୦ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଜନୈକ ମହିଳାଙ୍କଠାରୁ ଓ ବିଭିନ୍ନ ଅଞ୍ଚଳର ଲୋକମାନଙ୍କଠୁ ସରକାରୀ ସହାୟତା ଯୋଗାଇ ଦେବା ନାମରେ ପୌରକେଲା ଗ୍ରାମର ହଜାରୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ଦେଖି ଏମିତି କହିଦେଲେ ମେଲୋନି: ସରା ବିଶ୍ୱରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦୀର୍ଘ ଦିନ ଧରି ନିରନ୍ତର କାର୍ଯ୍ୟକାଳ ପାଇଁ ଏକ ରେକର୍ଡ ସ୍ଥାପନ କରିଛନ୍ତି। ବୁଧବାର କେନ୍ଦ୍ର ସରକାରଙ୍କ ମୁଖ୍ୟ ଭାବରେ…

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

ମୋଦିଙ୍କୁ ନେଇ ଏମିତି ଲେଖିଲେ ରାଘବ ଚଢା, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିଛନ୍ତି। ଏହା ସହିତ, ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ବଢ଼ୁଛି ସାପ ଆତଙ୍କ: ସାପ-ନେଉଳ ଏମିତି ଲଢେଇ, VIDEO ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ)-କିଛି ଦିନ ବ୍ୟବଧାନକୁ ଥରେ ଭଞ୍ଜନଗର ଅଞ୍ଚଳରେ ବର୍ଷା ହେଉଛି। ଏହାର ପ୍ରଭାବରେ ନଦୀ, ନାଳ, ଗର୍ତ୍ତ ଗୁଡ଼ିକରେ ପାଣି ଭର୍ତ୍ତି ହେଉଛି। ଫଳରେ ସାପ…

ଟିଏମସିରେ ବଢିଲା ବିଦ୍ରୋହ, ମମତାଙ୍କ ହାତ ଛାଡିବେ ସାୟନି ଘୋଷ!

କୋଲକାତା, ୧୦।୬: ବଙ୍ଗଳାରେ କ୍ଷମତା ପରିବର୍ତ୍ତନ ପରେ, ଟିଏମସି ତାସର ଘର ପରି ଭାଙ୍ଗି ପଡୁଥିବା ପରି ମନେ ହେଉଛି। ସୂତ୍ର ଅନୁଯାୟୀ, ଏପରି ରିପୋର୍ଟ ଅଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri