Posted inଜାତୀୟ

ତାଉକ୍‌ତାଏ ତାଣ୍ଡବ: ସମୁଦ୍ରରେ ଫସିଥିବା ୧୭୭ଲୋକଙ୍କୁ ରେସକ୍ୟୁ କଲା ନୌସେନା

ମୁମ୍ବାଇ,୧୮।୫: ସାମୁଦ୍ରିକ ଝଡ଼ ତଉକ୍‌ତାଏ ସୋମବାର ରାତିରେ ଗୁଜରାଟର ସୌରାଷ୍ଟ୍ର ଉପକୂଳ ଡିଉଠାରେ ଲ୍ୟାଣ୍ଡଫଲ୍‌ କରିଛି। ଏହାର ପ୍ରଭାବରେ ମହାରାଷ୍ଟ୍ରରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ ଏହାର ତାଣ୍ଡବ ଦେଖିବାକୁ ମିଳିଛି। ବାତ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଜୋରରେ ପବନ ବୋହିବାରୁ ବଡ଼ ବଡ଼ ଗଛମାନ ଭାଙ୍ଗିଯାଇଛି। ଇତିମଧ୍ୟରେ ମୁମ୍ବାଇ ନିକଟବର୍ତ୍ତି ସମୁଦ୍ରରେ ଏକ ବେରେଜ ୩୦୫ ନୌକା ବାତ୍ୟା ଯୋଗୁ ଫସିଯାଇଥିଲା। ଯେଉଁଥିରେ ପ୍ରାୟ ୨୭୩ଜଣ ବ୍ୟକ୍ତି ଥିବା କୁହାଯାଉଛି। ଏହାପରେ ଭାରତୀୟ ନୌସେନା ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେଶନ୍‌ ଆରମ୍ଭ କରିଥିଲା। ତେବେ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ୧୭୭ ଲୋକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଏହି ରେସକ୍ୟୁ ଅପରେଶନ୍‌ କାର୍ଯ୍ୟରେ ଇଣ୍ଡିଆନ ନାଭାଲ P8I ସର୍ଭିଲାନ୍ସ ଏୟାରକ୍ରାଫ୍ଟ, ଆଇଏନ୍‌ଏସ୍‌ କୋଚି, ଆଇଏନ୍‌ଏସ୍‌ କୋଲକାତା ଓ ହେଲିକପ୍ଟର ମୁତୟନ ହୋଇଛି ବୋଲି ଭାରତୀୟ ନୌସେନା ଅଧିକାରୀ କହିଛନ୍ତି। ତେବେ ମଙ୍ଗଳବାର ଏହି ଅପରେଶନ୍‌କୁ ଅଧିକ ତ୍ୱରାନ୍ବିତ କରାଯିବା ସହ ସର୍ଚ୍ଚ ଅପରେଶନ୍‌ ଜାରି ରହିବ ବୋଲି ଉକ୍ତ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଟପ୍‌ ୧୦୦ ଅସ୍ତ୍ରଶସ୍ତ୍ର ନିର୍ମାତା କମ୍ପାନୀ ତାଲିକାରେ ୩ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ,୫।୧୨: ମେକ ଇନ ଇଣ୍ଡିଆ ଓ ଆତ୍ମ ନିର୍ଭର ହୋଇ ଭାରତ ବିଶ୍ୱରେ ନିଜର ଗୋଟିକ ପରେ ଗୋଟିଏ ଛାପ ଛାଡିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ...

ଶିବରାଜଙ୍କ ବଡ଼ ବୟାନ: ମୁଖ୍ୟମନ୍ତ୍ରୀ ପଦ ଲାଗି ମୁଁ ଦାବିଦାର ନା ଥିଲି, ନା ଅଛି…

ଭୋପାଳ,୫।୧୨: ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟ ପତାକା ଉଡ଼ାଇଛି ଭାଜପା। ଏବେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ...

ଏହି ବ୍ୟକ୍ତିଙ୍କୁ ଇଣ୍ଟରଭ୍ୟୁ ଦେବାରୁ ହାରିଗଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ, ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟ ହୋଇଥିଲା ସମଦଶା, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୫।୧୨: ଫାଇନାଲ ମ୍ୟାଚ ପୁର୍ବରୁ ସେମିଫାଇନାଲ ମ୍ୟାଚରେ ଫେଲ ମାରିଛି କଂଗ୍ରେସ। କଂଗ୍ରେସ ରାଜ୍ୟ କୁହାଯାଉଥିବା ଛତିଶଗଡରେ ଏଥରର ବିଧାନସଭା ନିର୍ବାଚନରେ ଦଳ ଧରାଶାୟୀ ହୋଇଛି।...

Video: ଜୟପୁରରେ କର୍ନି ସେନା ସଭାପତି ସୁଖଦେବ ସିଂଙ୍କୁ ହତ୍ୟା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦେଇଥିଲା ଧମକ

ନୂଆଦିଲ୍ଲୀ,୫।୧୨: ରାଜସ୍ଥାନର ରାଜଧାନୀ ଜୟପୁରରେ ରାଷ୍ଟ୍ରୀୟ କର୍ନି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଦିଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଅଜଣା ଦୁର୍ବୁତ୍ତ। ଦିନ ଦିପ୍ରହରରେ...

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମିଗଜୋମ’: ୯୦ରୁ ୧୧୦ କି.ମି. ମଧ୍ୟରେ ବୋହୁଛି ପବନ

ହାଇଦ୍ରାବାଦ୍‌,୫।୧୨: ବାତ୍ୟା ‘ମିଗଜୋମ’ ଭୀଷଣ ରୂପ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମରେ ସ୍ଥଳଭାଗ ଛୁଇଁଛି। ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ବେଗ...

ଇଣ୍ଡିଆ ମେଣ୍ଟ ବୈଠକ ସ୍ଥଗିତ, ମମତା-ନୀତୀଶ-ଅଖିଳେଶ ଯୋଗ ଦେବାକୁ ମନା କରିବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧୨: ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ବିରୋଧୀ ଗୋଷ୍ଠୀଙ୍କ ଇଣ୍ଡିଆ ମେଣ୍ଟ’ର ବୈଠକ ସ୍ଥଗିତ ରଖାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହି ବୈଠକ ଡିସେମ୍ବର...

”ସେମାନେ ଅହଂକାର, ମିଛ, ନିରାଶା ଏବଂ ଅଜ୍ଞତାକୁ ନେଇ ଖୁସି ହେବା ଉଚିତ୍”, ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୨: ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମାପ୍ତ ହୋଇଛି। ହିନ୍ଦୀ ହାର୍ଟଲ୍ୟାଣ୍ଡକୁ ଭାଜପା ସମ୍ପୂର୍ଣ୍ଣ ଭାବେ କବଜା କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ...

ରେବନ୍ଥ ରେଡ୍ଡୀ ହେବେ ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ, ବୁଧବାର ନେଇପାରନ୍ତି ଶପଥ

ହାଇଦ୍ରାବାଦ, ୫।୧୨: ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ କଂଗ୍ରେସ ସଭାପତି ରେବନ୍ଥ ରେଡ୍ଡୀ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri