Posted inରାଜ୍ୟ

ବାତ୍ୟା ମିଗ୍‍ଜୋମ୍‍ର ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା; ପଟାଙ୍ଗୀଠାରେ ୫୦୦ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର,୬।୧୨: କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ସାମୁଦ୍ରିକ ବାତ୍ୟା ‘ମିଗ୍‍ଜୋମ୍‍’ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଥିବାବେଳେ ପୁରୀ, ଖୋର୍ଦ୍ଧା, ଜଗତ୍‍ସିଂହପୁର, ଯାଜପୁର ଏବଂ କଟକରେ ବର୍ଷା ଲାଗି ରହିଛି।

ପାଣିପାଗ କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ମଙ୍ଗଳବାର ରାତିଠାରୁ କ୍ରମାଗତ ବର୍ଷା ଲାଗିରହିଛି । ଜିଲ୍ଲାର ପଟାଙ୍ଗୀରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହାସହିତ ଜିଲ୍ଲାରେ ପ୍ରାୟ ୫୦୦ ମିଲିମିଟର ବର୍ଷା ହୋଇଥିବାର ସୂଚନା ମିଳିଛି । ଏହାର ପ୍ରଭାବରେ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି ।

ବୁଧବାର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ସ୍କୁଲ କଲେଜ୍‍ରେ ଉପସ୍ଥାନ କମ୍‍ ରହିଛି । ଏଥିସହ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଜୟପୁର ଅଞ୍ଚଳରେ ବ୍ୟାପକ ଧାନଚାଷ ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି । ଗତକାଲି ରାତିରେ ବର୍ଷାର ପରିମାଣ ଅଧିକ ଥିବା ବେଳେ ସକାଳୁ କିଛି ମାତ୍ରାରେ ବର୍ଷା କମିଥିବା ବେଳେ ଝିପିଝିପି ବର୍ଷା ଜାରି ରହିଛି । ବର୍ଷା ଯୋଗୁ ଜମିରେ ପାଚିଲା ଧାନ ଓ କଟା ଯାଇଥିବା ଧାନ ନଷ୍ଟ ହେବାର ଆଶଙ୍କା
ଦେଖାଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

ବିଜେଡି ଛାଡିବା ପରେ ବଡ଼ ଗୁମର ଖୋଲିଲେ ଦେବାଶିଷ, କହିଲେ-ନବୀନ ବାବୁ ଭାଜପା ହାତ ଧରି…

ଭୁବନେଶ୍ୱର,୨୫।୫: ବିଜେଡି ଛାଡ଼ିବା ପରେ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁ ଭାଜପା ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀ,…

OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ

ଭୁବନେଶ୍ୱର,୨୩।୫: OERC ଅଧ୍ୟକ୍ଷ ପଦରୁ ପ୍ରଦୀପ ଜେନା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦବୀରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏପରକି…

ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏସବୁ ବିଷୟରେ ଆଲୋଚନା କଲେ ମୋହନ, ଓଡ଼ିଶାବାସୀ ଶୁଣିଲେ ହୋଇଯିବେ ଖୁସି!

ଭୁବନେଶ୍ୱର, ୨୫।୫: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିବା ଜଣାପଡିଛି। ଏନେଇ ଏକ୍ସରେ ସୂଚନା…

ଇଦ-ଉଲ-ଜୁହା ଛୁଟି ପରିବର୍ତ୍ତନ: ଏହି ଦିନକୁ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୨୫।୫: ଶେଷରେ ଇଦ-ଉଲ-ଜୁହା ଛୁଟିକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ଆସନ୍ତା ୨୭ରେ ନୁହେଁ, ୨୮ରେ ଇଦ-ଉଲ-ଜୁହା ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏନେଇ ସରକାରଙ୍କ…

SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୫।୫: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO) ସୋମବାର SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟରେ ବଢୁଥିବା ହିଟ ୱେଭ୍‌କୁ ଦୃଷ୍ଟିରେ ରଖି CEO ମଧ୍ୟାହ୍ନ…

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri