୨୪ ଘଣ୍ଟାରେ ବାତ୍ୟା: ଓଡ଼ିଶାର ଏହି ଜିଲାକୁ ରେଡ ଆଲର୍ଟ, ୧୦୦କି.ମିରୁ ଅଧିକ ବେଗରେ…

ଭୁବନେଶ୍ୱର,୨୬ା୧୦: ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ର ଗତିପଥ। ଆଉ ୨୪ଘଣ୍ଟା ଭିତରେ ଭୟଙ୍କର ରୂପ ଧାରଣ କରିବ। ୨୮ ତାରିଖ ମଙ୍ଗଳବାର ସଂଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୯୦/୧୦୦ କି.ମି. ରହିବ। ଏହାର ପ୍ରଭାବରେ ୨୭ ତାରିଖ ସୋମବାରଠାରୁ ୪ ଦିନ ଯାଏ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାର ପୂର୍ବାହ୍ନରେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସମସ୍ତ ଜିଲାକୁ ବାତ୍ୟା ଓ ବର୍ଷା ଆଲର୍ଟ ଜାରି କରାଯାଇଛି। ବାତ୍ୟାର ପ୍ରକୋପ ୧୫ ଜିଲା ଉପରେ ଅଧିକ ରହୁଥିବାରୁ ସେଠାରେ ସଜାଗ ରହିବାକୁ ସମ୍ପୃକ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିି।

Six maps of Odisha districts color-coded in green yellow orange and red for heavy rainfall warnings on October 27 28 and 29 with IMD logos and text labels indicating alert levels. Six maps of Andhra Pradesh districts similarly color-coded for heavy rainfall warnings on October 27 28 and 29 with IMD logos and district names visible. Six maps of Odisha districts color-coded in green yellow orange and red for heavy rainfall warnings on October 27 28 and 29 with IMD logos and text labels indicating alert levels. Six maps of Andhra Pradesh districts similarly color-coded for heavy rainfall warnings on October 27 28 and 29 with IMD logos and district names visible.

ବାତ୍ୟା ପ୍ରଭାବରେ ୨୮, ୨୯ରେ ସାରା ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୨୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ କରାଯାଇଛି। ରେଡ ୱାର୍ଣ୍ଣିଂ ଥିବା ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷିବ ବୋଲି ସୂଚନା ମିଳିଛି। ସେହିପରି ୨୮ରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଠିଂ କରାଯାଇଛି। ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ମଧ୍ୟ ୨୮ରେ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି। ଆଉ ୧୭ ଜିଲ୍ଲାକୁ ୨୮ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ କରାଯାଇଛି। କାଲିଠୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

Dharitri – Odisha’s No.1 Trusted Odia Daily

 

 

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?