ଅକ୍ଷୟ କୁମାରଙ୍କ ନ୍ୟୁଡ୍‌ ଫଟୋ ମାଗିଲେ ସାଇବର ଅପରାଧୀ: ଆଉ ତା’ପରେ ଘଟିଲା…

ମୁମ୍ବାଇ,୪ା୧୦:ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଝିଅ ଏକଦା ଅନ୍‌ଲାଇନ ଭିଡିଓ ଗେମ୍‌ ଖେଳୁଥିବାବେଳେ ତାଙ୍କୁ ନ୍ୟୁଡ୍‌ ଫଟୋ ମଗାଯାଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିବା ସାଇବର ସୁରକ୍ଷା ସଚେତନତା ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଅକ୍ଷୟ ଏହା ପ୍ରଘଟ କରିଛନ୍ତି। ଶୁକ୍ରବାର ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅକ୍ଷୟ କହିଛନ୍ତି, ରାସ୍ତାଘାଟରେ ଘଟୁଥିବା ଅପରାଧଠାରୁ ସାଇବର କ୍ରାଇମ୍‌ ବହୁଗୁଣରେ ବଢ଼ିଚାଲିଛି। କିଛି ମାସ ତଳେ ତାଙ୍କ ସ୍ବଳ୍ପବୟସ୍କା ଝିଅ ଏକ ଅନ୍‌ଲାଇନ ଗେମ୍‌ ଖେଳୁଥିଲେ। ସେହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ପ୍ରଥମେ ଭଦ୍ର ବ୍ୟବହାର ଦେଖାଇଥିଲେ ଓ ମେସେଜିଂ ପାଇଁ ଉତ୍ସାହିତ କରିଥିଲେ। କିଛି ଦିନ ପରେ ସେହି ବ୍ୟକ୍ତି ଅକ୍ଷୟଙ୍କ ଝିଅଙ୍କୁ ପ୍ରଶଂସା କରିବା ସହ ତୁମେ ପୁରୁଷ ନା ମହିଳା ବୋଲି ପ୍ରଶ୍ନ କରିଥିଲେ। ବାସସ୍ଥାନ ପଚାରିବାରୁ ଝିଅ ମୁମ୍ବାଇ ବୋଲି ଉତ୍ତର ଦେଇଥିଲେ। ଆଉ ଦିନେ ଖେଳ ଶେଷରେ ତାଙ୍କୁ ଉଲଗ୍ନ ଫଟୋ ପଠାଇବାକୁ କହିଥିଲେ। ଏହା ଶୁଣିବା ପରେ ଅକ୍ଷୟଙ୍କ ଝିଅ ଚକିତ ହୋଇପଡ଼ିଥିଲେ। ସେ ତତ୍‌କ୍ଷଣାତ ନିଜ ମୋବାଇଲ୍‌କୁ ସୁଇଚ୍‌ ଅଫ୍‌ କରି ମା’ଙ୍କୁ ସବୁକଥା ଜଣାଇଥିଲେ। ବର୍ତ୍ତମାନର ଡିଜିଟାଲ ଦୁନିଆରେ ବନ୍ଧୁତା ଆଳରେ କିପରି ସାଇବର ଅପରାଧ ଘଟିଚାଲିଛି ଏବଂ ସେଥିରୁ ପିଲାଙ୍କୁ ମୁକ୍ତ କରାଯାଇପାରବ, ସେନେଇ ଲୋକଙ୍କୁ ସତର୍କ ଓ ସଚେତନ କରାଇବା ସକାଶେ ଅଭିନେତା ତାଙ୍କ ଝିଅ ସହ ବିତିଥିବା ଏହି ଘଟଣାର ଅବତାରଣା କରିଛନ୍ତି। ଏଥିସହ ସାଇବର ଅପରାଧ ସମ୍ପର୍କରେ ଶିକ୍ଷାଦାନକୁ ଜୋର୍‌ ଦେଇ ସପ୍ତମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସପ୍ତାହକୁ ଗୋଟିଏ ସାଇବର ନିରାପତ୍ତା ପରିୟଡ୍‌ ରଖିବା ପାଇଁ ଅକ୍ଷୟ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?