ସୁନା ବ୍ୟବସାୟ ଆଳରେ ସାଇବର କ୍ରାଇମ୍‌

ବରଗଡ଼ ଅଫିସ୍‌,୨୩।୧୨: ସୁନା ବ୍ୟବସାୟ ଆଳ ଦେଖାଇ ବରଗଡ଼ରେ ଏକ ସାଇବର କ୍ରାଇମ ଘଟଣା ସାମ୍ନାକୁ ଆସିଛି। ନକଲି ସୁନା ଦେଇ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୧୮ ବାନ୍ଦୁଟିକ୍ରା ନିବାସୀ ପ୍ରତିମାରାଣୀ ପ୍ରଧାନଙ୍କଠାରୁ ୧୩ଲକ୍ଷ ୭୨ହଜାର ଟଙ୍କା ଠକେଇ ହୋଇଛି। ଏହି ଘଟଣାରେ ବରଗଡ଼ ଟାଉନ ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବାଲେଶ୍ୱର ଜିଲାର ମନୋଜ କୁମାର ବେରା ଏବଂ ପରମାନନ୍ଦ ବିନ୍ଧାଣୀ। ବରଗଡ଼ ଟାଉନ ଥାନା ପୋଲିସ ସେମାନଙ୍କ ପାଖରୁ ଏକ କାର୍‌ (ନଂ.ଓଡ଼ି୨୨ବି/୨୧୯୫), ୩ ମୋବାଇଲ, ୨ ଏଟିଏମ୍‌ କାର୍ଡ ଏବଂ ଅପମିଶ୍ରିତ ୮କି.ଗ୍ରା. ଧାତୁ ଗୁଣ୍ଡ ଆଦି ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନାରେ ଦଫା ୪୨୦, ୪୧୯ ଆଇପିସିରେ ଏକ ମାମଲା (ନଂ.୭୯୭/୨୨) ରୁଜୁ ହୋଇଛି ।
ବରଗଡ଼ ଟାଉନ ଥାନାରେ ଗୁରୁବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଥାନାଧିକାରୀ ସତ୍ୟଜିତ କଣ୍ଡନକେଲ ସୂଚନା ଦେଇ କହିଥିଲେ, ଅଭିଯୋଗକାରିଣୀ ପ୍ରତିମା ଗତ ଅକ୍ଟୋବର ୨୧ତାରିଖରେ ବଡ଼ା ବିଜିନେସ୍‌ ନାମକ ଏକ ନକଲି ଓ୍ବେବ୍‌ସାଇଟ୍‌ରୁ ଗୋଟିଏ ମୋବାଇଲ ନମ୍ବର ପାଇଥିଲେ। ସେହି ମୋବାଇଲ ନମ୍ବରରେ ସେ ଅଭିଯୁକ୍ତ ମନୋଜଙ୍କ ସହିତ ଯୋଗାଯୋଗ କରିଥିଲେ। ସେତେବେଳେ ମନୋଜ ପ୍ରତିମାଙ୍କୁ ନଗଦ ଟଙ୍କା ବିନିମୟରେ ଶସ୍ତାରେ ସୁନା ଯୋଗାଇ ଦେବାକୁ କହିଥିଲେ। ଏହି କ୍ରମରେ ଅଭିଯୁକ୍ତ ମନୋଜ ଏବଂ ପରମାନନ୍ଦ ସୁନା ବ୍ୟବସାୟ ଲାଇସେନ୍ସ ପାଇଁ ୨୨ହଜାର ଏବଂ ସୁନା ଯୋଗାଇ ଦେବାକୁ କହି ୧୩ଲକ୍ଷ ୫୦ହଜାର ଟଙ୍କା ପ୍ରତିମାଙ୍କଠାରୁ ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିମାଙ୍କୁ ସୁନା ବ୍ୟବସାୟ ପାଇଁ ଲାଇସେନ୍ସ ମିଳି ନ ଥିଲା। ଅନ୍ୟପଟେ ଅଭିଯୁକ୍ତମାନେ ସୁନା ଆଳରେ ଅନ୍ୟ ଧାତୁଗୁଣ୍ଡ ଯୋଗାଇଥିଲେ। ଏହା ଜାଣିବା ପରେ ପ୍ରତିମା ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବାଥିଲା। ତେବେ ଗିରଫ ଅଭିଯୁକ୍ତମାନେ ରାଜ୍ୟର ଅନ୍ୟ ଅଞ୍ଚଳରେ ଏଭଳି ଠକେଇ କରିଥିବା ସନ୍ଦେହ କରାଯାଉଛି। ସେ ନେଇ ଅଧିକ ତଦନ୍ତ ଚାଲିଛି ବୋଲି ବରଗଡ଼ ଟାଉନ ଥାନା ଆଇଆଇସି କଣ୍ଡନକେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

ଆସୁଛନ୍ତି ମୋଦି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼,୧୦।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦି...

ଅନୁକୂଳ ହେଲା ରଥକାଠ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ

ପୁରୀ,୧୦।୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଏଥିସହ...

ଭାଜପାର ମୋଟର ସାଇକେଲ ରାଲି

କେସିଙ୍ଗା,୧୦।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବୋରିଙ୍ଗପଦର ଠାରୁ ସହରର ବଗାଡ଼ ଯାଏ ଭାଜପାର ମୋଟର ସାଇକେଲ ରାଲି ଟାଉନ ସଭାପତି ମଗନ ସିନ୍ଦୁରଙ୍କ...

ଜଙ୍ଗଲରେ ନିଆଁ ଲଗାଇ ପୋଡୁ ଚାଷ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ଦାରିଙ୍ଗବାଡ଼ି,୧୦।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନିଆଁ ଲିଭିବାର ନାଁ ଧରୁନି। କେତେବେକେ ଶିକାର ଉଦ୍ଦେଶ୍ୟରେ ତ କେତେବେଳେ ପୋଡୁ ଚାଷ ପାଇଁ...

କ୍ରିକେଟ ଖେଳୁଥିବା ବେଳେ ଟଳିପଡିଲେ ଯୁବକ, ଅଂଶୁଘାତ ଆଶଙ୍କା

ବ୍ରହ୍ମପୁର,୧୦ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ଖଲ୍ଲିକୋଟ କଲେଜ ଖେଳପଡ଼ିଆରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଖେଳୁଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri