ସୁନା ବ୍ୟବସାୟ ଆଳରେ ସାଇବର କ୍ରାଇମ୍‌

ବରଗଡ଼ ଅଫିସ୍‌,୨୩।୧୨: ସୁନା ବ୍ୟବସାୟ ଆଳ ଦେଖାଇ ବରଗଡ଼ରେ ଏକ ସାଇବର କ୍ରାଇମ ଘଟଣା ସାମ୍ନାକୁ ଆସିଛି। ନକଲି ସୁନା ଦେଇ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୧୮ ବାନ୍ଦୁଟିକ୍ରା ନିବାସୀ ପ୍ରତିମାରାଣୀ ପ୍ରଧାନଙ୍କଠାରୁ ୧୩ଲକ୍ଷ ୭୨ହଜାର ଟଙ୍କା ଠକେଇ ହୋଇଛି। ଏହି ଘଟଣାରେ ବରଗଡ଼ ଟାଉନ ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବାଲେଶ୍ୱର ଜିଲାର ମନୋଜ କୁମାର ବେରା ଏବଂ ପରମାନନ୍ଦ ବିନ୍ଧାଣୀ। ବରଗଡ଼ ଟାଉନ ଥାନା ପୋଲିସ ସେମାନଙ୍କ ପାଖରୁ ଏକ କାର୍‌ (ନଂ.ଓଡ଼ି୨୨ବି/୨୧୯୫), ୩ ମୋବାଇଲ, ୨ ଏଟିଏମ୍‌ କାର୍ଡ ଏବଂ ଅପମିଶ୍ରିତ ୮କି.ଗ୍ରା. ଧାତୁ ଗୁଣ୍ଡ ଆଦି ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନାରେ ଦଫା ୪୨୦, ୪୧୯ ଆଇପିସିରେ ଏକ ମାମଲା (ନଂ.୭୯୭/୨୨) ରୁଜୁ ହୋଇଛି ।
ବରଗଡ଼ ଟାଉନ ଥାନାରେ ଗୁରୁବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଥାନାଧିକାରୀ ସତ୍ୟଜିତ କଣ୍ଡନକେଲ ସୂଚନା ଦେଇ କହିଥିଲେ, ଅଭିଯୋଗକାରିଣୀ ପ୍ରତିମା ଗତ ଅକ୍ଟୋବର ୨୧ତାରିଖରେ ବଡ଼ା ବିଜିନେସ୍‌ ନାମକ ଏକ ନକଲି ଓ୍ବେବ୍‌ସାଇଟ୍‌ରୁ ଗୋଟିଏ ମୋବାଇଲ ନମ୍ବର ପାଇଥିଲେ। ସେହି ମୋବାଇଲ ନମ୍ବରରେ ସେ ଅଭିଯୁକ୍ତ ମନୋଜଙ୍କ ସହିତ ଯୋଗାଯୋଗ କରିଥିଲେ। ସେତେବେଳେ ମନୋଜ ପ୍ରତିମାଙ୍କୁ ନଗଦ ଟଙ୍କା ବିନିମୟରେ ଶସ୍ତାରେ ସୁନା ଯୋଗାଇ ଦେବାକୁ କହିଥିଲେ। ଏହି କ୍ରମରେ ଅଭିଯୁକ୍ତ ମନୋଜ ଏବଂ ପରମାନନ୍ଦ ସୁନା ବ୍ୟବସାୟ ଲାଇସେନ୍ସ ପାଇଁ ୨୨ହଜାର ଏବଂ ସୁନା ଯୋଗାଇ ଦେବାକୁ କହି ୧୩ଲକ୍ଷ ୫୦ହଜାର ଟଙ୍କା ପ୍ରତିମାଙ୍କଠାରୁ ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିମାଙ୍କୁ ସୁନା ବ୍ୟବସାୟ ପାଇଁ ଲାଇସେନ୍ସ ମିଳି ନ ଥିଲା। ଅନ୍ୟପଟେ ଅଭିଯୁକ୍ତମାନେ ସୁନା ଆଳରେ ଅନ୍ୟ ଧାତୁଗୁଣ୍ଡ ଯୋଗାଇଥିଲେ। ଏହା ଜାଣିବା ପରେ ପ୍ରତିମା ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବାଥିଲା। ତେବେ ଗିରଫ ଅଭିଯୁକ୍ତମାନେ ରାଜ୍ୟର ଅନ୍ୟ ଅଞ୍ଚଳରେ ଏଭଳି ଠକେଇ କରିଥିବା ସନ୍ଦେହ କରାଯାଉଛି। ସେ ନେଇ ଅଧିକ ତଦନ୍ତ ଚାଲିଛି ବୋଲି ବରଗଡ଼ ଟାଉନ ଥାନା ଆଇଆଇସି କଣ୍ଡନକେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri