ସାଇବର ଠକ

ପ୍ରଯୁକ୍ତିର ବିକାଶ ଆଗକୁ ବଢ଼ିବା ସହ ଏହାକୁ ନେଇ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଡିଜିଟାଇଜେଶନ ନାରା ଦେଇ ବିଭିନ୍ନ କ୍ଷେତ୍ରରେ ବିଶେଷକରି ବ୍ୟାଙ୍କ କାରବାରରେ ସରକାରଙ୍କ ଦ୍ୱାରା ଅନ୍‌ଲାଇନ ନେଣଦେଣ ଉପରେ ଚାପ ପକାଯାଉଛି। ଏହି କ୍ରମରେ ବ୍ୟାଙ୍କ ଆକାଉଣ୍ଟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ କାରବାରରେ ଆଧାର ଓ ପାନକାର୍ଡ ସଂଯୋଗ କରିବା ପାଇଁ ବାଧ୍ୟ କରାଯାଉଛି। ତେବେ ଏହାର ଏକ ବିରାଟ ନକାରାତ୍ମକ ଦିଗ ମଧ୍ୟ ରହୁଛି। ନିକଟ ଅତୀତରେ ଯେତେ ଅନ୍‌ଲାଇନ ଆର୍ଥିକ କାରବାର ବଢ଼ିଛି ସେତେ ମାତ୍ରାରେ ଲୋକେ ଠକେଇର ଶିକାର ହୋଇଛନ୍ତି। ଲୋକଙ୍କର ବ୍ୟକ୍ତିଗତ ତଥ୍ୟ ବିକ୍ରି ହୋଇ ତାହାକୁ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ବଡ଼ ପୁରସ୍କାର ଜିତିଥିବା କହି ଏସ୍‌ଏମ୍‌ଏସ୍‌ ଦ୍ୱାରା ଠକେଇ, ଅଘଟଣ ଘଟାଇବାର ଭୟ ଦେଖାଇ ଅର୍ଥ ଆଦାୟ କରିବା ଭଳି ଘଟଣା ଏବେ ନିତିଦିନିଆ ହୋଇଗଲାଣି। ନିକଟରେ ଭୁବନେଶ୍ୱର ଓ କଟକରେ ସିମ୍‌ ବକ୍ସ ର଼୍ୟାକେଟ ଧରାପଡ଼ିବା ପରେ ତାହା ଉପରେ ନଜର ଅଧିକ ପଡ଼ିଛି। ଏହାଦ୍ୱାରା ଭଏସ୍‌ ଓଭର ଇଣ୍ଟରନେଟ ପ୍ରୋଟୋକଲ( ଭିଓଆଇପି) ବ୍ୟବସ୍ଥାରେ ଠକାମି କରାଯାଇପାରୁଛି। ଏଥିରେ ବିଭିନ୍ନ କମ୍ପାନୀର ଜାଲ୍‌ ସିମ୍‌କାର୍ଡ ବ୍ୟବହାର କରାଯାଇ ବିଦେଶୀ କଲ୍‌କୁ ଲୋକାଲ କଲ୍‌ ଏବଂ ଲୋକାଲ କଲ୍‌କୁ ବିଦେଶୀ କଲ୍‌ରେ ପରିବର୍ତ୍ତନ କରାଯାଉଛି। ପୋଲିସ କହିବା ଅନୁଯାୟୀ, ଏହା ମାଧ୍ୟମରେ ଆପରାଧିକ କିମ୍ବା ସନ୍ତ୍ରାସବାଦୀ ନେଟଓ୍ବର୍କରୁ ସାଇବର ଅପରାଧୀମାନେ ପ୍ରଚୁର ଅର୍ଥ ଆୟ କରିପାରୁଛନ୍ତି।

ଓଡ଼ିଶାର ଭୁବନେଶ୍ୱର ଓ କଟକରେ ଧରାପଡ଼ିଥିବା ସିମ୍‌ ବକ୍ସର ଚେର ଝାଡ଼ଖଣ୍ଡର ରାଞ୍ଚିକୁ ଲମ୍ବିଥିବା ଜଣାପଡ଼ିଛି। ଅଗଷ୍ଟ ୧୬ରେ ଭୁବନେଶ୍ୱର ଲକ୍ଷ୍ମୀସାଗର ମହାଦେବନଗରସ୍ଥିତ ଖାନ୍‌ ମଞ୍ଜିଲ ନାମକ କୋଠାର ଏକ ରୁମ୍‌ରୁ ପୋଲିସ ୭ଟି ସିମ୍‌ ବକ୍ସ ଜବତ କରିବା ସହ ପଶ୍ଚିମବଙ୍ଗର ରାଜୁ ମଣ୍ଡଳଙ୍କୁ ଗିରଫ କରିଥିଲା। ପରେ ତାଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ କଟକ କଲ୍ୟାଣନଗର ବୃନ୍ଦାବନ ଭବନର ଏକ ଭଡ଼ାଘରୁ ୫ଟି ସିମ୍‌ ବକ୍ସ ସହ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଏହି ଘଟଣାରେ ବିଦେଶୀ ଲିଙ୍କ୍‌ ରହିଥିବା କୁହାଯାଉଛି। କାରଣ ଜବତ କରାଯାଇଥିବା ସିମ୍‌ ବକ୍ସର ଡିଭାଇସରେ ପାକିସ୍ତାନ, ଆଫଗାନିସ୍ତାନ, ମ୍ୟାନମାର ଆଦି ଦେଶର ଆଇଏସ୍‌ଡି କୋଡ୍‌ ଷ୍ଟକରିଂ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ବେଆଇନ ଟେଲିଫୋନ ଏକ୍ସଚେଞ୍ଜରେ ଆତଙ୍କବାଦୀଙ୍କ ଲିଙ୍କ୍‌ ଥିବା ପୋଲିସ ସନ୍ଦେହ କରୁଛିି। ଓଡ଼ିଶାରେ ଧରାପଡ଼ିଥିବା ର଼୍ୟାକେଟର ମାଷ୍ଟରମାଇଣ୍ଡ ବାଂଲାଦେଶର ଆଶାଦ୍ଦୁର ଜମାନ ବୋଲି ଜଣାପଡ଼ିଛି। ସେ ଭଡ଼ା ଘରେ ସିମ୍‌ ବକ୍ସ ସେଟ କରିବା ସହ ରାଜୁଙ୍କୁ ଏହାର ମେଣ୍ଟେନାନ୍ସ ଦାୟିତ୍ୱରେ ରଖିଥିଲେ। ଉଲ୍ଲେଖନୀୟ ଯେ, ଡିସେମ୍ବର ୨୦୨୦ରେ ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚ ପୂର୍ବ ମୁମ୍ବାଇର ଶିବାଜୀ ନଗର ଓ ଚିତାହ କ୍ୟାମ୍ପ ଅଞ୍ଚଳରୁ ୧୪ଟି ସିମ୍‌ବକ୍ସ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମହାରାଷ୍ଟ୍ର ଆଣ୍ଟି ଟେରୋରିଜମ ସ୍କ୍ବାଡ୍‌ ତିନୋଟି ବେଆଇନ ଟେଲିଫୋନ ଏକ୍ସଚେଞ୍ଜରେ ପାକିସ୍ତାନର ପ୍ରମୁଖ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ସମ୍ପୃକ୍ତି ଥିବା ପ୍ରକାଶ କରିଥିଲା। ଏହା ନିଶ୍ଚିତ ଯେ, ଏଭଳି ସାଇବର ସ୍କାମ୍‌ ନାଗରିକଙ୍କ ଆର୍ଥିକ କ୍ଷତି କରିବା ସହ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି।

ଓଡ଼ିଶା ପରିପ୍ରେକ୍ଷୀରେ ଏବକାର ସିମ୍‌ ବକ୍ସ ଘଟଣାକୁ ଦେଖିଲେ ଏଠାରେ ଅନ୍ତର୍ଜାତୀୟ ଉଗ୍ରବାଦୀ ଏବଂ ସାଇବର ଅପରାଧୀଙ୍କ ପ୍ରବେଶ ହୋଇଗଲାଣି ବୋଲି ବୁଝିବାକୁ ହେବ। ଜଣେ ବାଂଲାଦେଶୀ ନାଗରିକ ପ୍ରବେଶ କରି ରାଜ୍ୟର ଦୁଇଟି ପ୍ରମୁଖ ସହରରେ ଭଡ଼ାଘରେ ସିମ୍‌ ବକ୍ସ ସେଟ କରିବା ବାସ୍ତବରେ ରାଜ୍ୟ ପୋଲିସ ପାଇଁ ସତର୍କ ଘଣ୍ଟି। ଅନ୍ୟ ପକ୍ଷରେ ଘର ଭଡ଼ା ନେଉଥିବା ବାହାର ରାଜ୍ୟର ଲୋକଙ୍କ ସମ୍ପର୍କରେ ଘର ମାଲିକମାନେ ପୋଲିସକୁ ସୂଚନା ଦେଉଛନ୍ତି କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ। ଯଦି ସୂଚିତ କରୁଥିବେ ତେବେ ସେମାନଙ୍କ ଉପରେ ପୋଲିସର ନଜର ରହୁ ନ ଥିବା ଏହି ଦୁଇଟି ଘଟଣା ସ୍ପଷ୍ଟ କରୁଛି। ଅନ୍ୟ ଏକ ଦିଗ ହେଲା, ଭାରତବର୍ଷରେ ଡିଜିଟାଇଜେଶନ ଉପରେ ଯେତେ ଜୋର୍‌ ଦିଆଯାଉଛି ସେହି ମାତ୍ରାରେ ସାଇବର ପୋଲିସ ଏବଂ ଗୋଇନ୍ଦା ବିଭାଗ ନିଜକୁ ପ୍ରସ୍ତୁତ କରିପାରି ନାହାନ୍ତି। ସାଇବର କ୍ରାଇମର ଏକ ବଡ଼ ଅଂଶ ହେଲା ଆର୍ଥିକ ଠକେଇ। ବ୍ୟାଙ୍କ ଆକାଉଣ୍ଟ ସହ ଆଧାର, ପ୍ୟାନ୍‌ ଓ ସବୁ ପ୍ରକାର ବ୍ୟକ୍ତିଗତ ତଥ୍ୟ ଯୋଡ଼ିବା ପାଇଁ ଭାରତ ସରକାର ଜୋର୍‌ ଦେଲାେବେଳେ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାରେ ବିଫଳ ହେଉଛନ୍ତି । ଡିଜିଟାଇଜେଶନ ଉପରେ ଜୋର୍‌ ଦେବା ଯୋଗୁ ଏହିସବୁ ଅପରାଧ ବଢ଼ିଚାଲିଛି। ପ୍ରଥମେ ସାଇବର କ୍ରାଇମକୁ ସାମ୍‌ନା କରିବା ପାଇଁ ସରକାରଙ୍କ ସବୁ ଅଙ୍ଗ ପ୍ରସ୍ତୁତ ହେବା ଜରୁରୀ ଥିଲା। ତା’ପରେ ହିଁ ଡିଜିଟାଲ ଇଣ୍ଡିଆର ପ୍ରକୃତ ରୂପାନ୍ତରଣ ହୋଇପାରିଥାଆନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri