ବର୍ଷାରେ କଟକ ଜଳମଗ୍ନ

କଟକ ଅଫିସ, ୭ା୭:ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷାଯୋଗୁ କଟକର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ପୂର୍ବରୁ ସହରରେ ନାଳରୁ ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଏଭଳି ଜଳବନ୍ଦୀ ସ୍ଥିତି ଉପୁଜିଥିଲା। ବିଶେଷକରି ସହରର ମୁଖ୍ୟ ରାସ୍ତାରେ ବର୍ଷାପାଣି ଲହଡି ଭାଙ୍ଗି ବନ୍ୟାର ଭ୍ରମ ସୃଷ୍ଟି କରିଥିବାବେଳେ ସହର ତଳି ଅଞ୍ଚଳର ଥିବା ଲୋକଙ୍କ ଘରେ ପାଣି ପଶିଥିଲା।
ମିଳିଥିବା ସୂଚନା ଅନୁଯାୟୀ, କଟକରେ ସନ୍ଧ୍ୟା ସମୟରେ ପ୍ରାୟ ଦେଢଘଣ୍ଟା ବର୍ଷା ହୋଇଥିଲା। ଏଥିଯୋଗୁ ବାଦାମବାଡି, ରାଣୀହାଟ, ମଙ୍ଗଳାବାଗ,କଲେଜଛକ, ଲିଙ୍କ୍‌ରୋଡ, ଖାନ୍‌ନଗର, ଦୋଳମୁଣ୍ଡାଇ ଅଞ୍ଚଳ ରାସ୍ତାରେ ଆଣ୍ଡୁଏ ଉଚ୍ଚର ପାଣି ଜମି ରହିଥିଲା। ସେହିପରି ସହର ତଳି ଅଞ୍ଚଳ ସୂତାହାଟ, ବକ୍ସିବଜାର ପେନ୍‌ସନ୍‌ ଲେନ୍‌, ପଟାପୋଲ, ଓଡିଆ ବଜାର, ଗଙ୍ଗାମନ୍ଦିର, କାଜିବଜାର, ମହିଦାସ ବଜାର, କାଠଗଡା ସାହି ରାସ୍ତା ବୁଡି ଯାଇଥିବାବେଳେ ଅନେକ ଲୋକଙ୍କ ଘରେ ପାଣିପଶି ଜିନିଷପତ୍ର ଭାସୁଥିବା ଦେଖିବାକୁ ମିଳିଥିଲା। କିଛି ଘଣ୍ଟା ପାଇଁ ଲୋକମାନେ ଘର ଭିତରେ ଜଳବନ୍ଦୀ ଅବସ୍ଥାରେ ରହିବାକୁ ବାଧ୍ୟ ହୋଇଥିଲେ। ବର୍ଷା ପୂର୍ବରୁ ଲୋକମାନେ ଯେଉଁଠାରେ ଗାଡ଼ି ରଖିଥିଲେ, ବର୍ଷା ଛାଡିବା ପରେ ତାହା ଅଧା ବୁଡି ଯାଇଥିଲା। ତେବେ ସହରରେ ଏଭଳି ପରିସ୍ଥିତି ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ସହରବାସୀ ଅଭିଯୋଗ କରିଛନ୍ତି। ଠିକ୍‌ ଭାବେ ସିଏମ୍‌ସି ପକ୍ଷରୁ ନାଳନର୍ଦ୍ଦମାରୁ ପଙ୍କ ଉଦ୍ଧାର କରାଯାଇ ନଥିବାରୁ ମଙ୍ଗଳବାର ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଜାଣିବା ପାଇଁ ସିଏମ୍‌ସିର ନିର୍ବାହୀଯନ୍ତ୍ରୀ-୨ ଦିବ୍ୟରଞ୍ଜନ ତ୍ରିପାଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri