Posted inଖେଳ

କଟକ ଚାମ୍ପିୟନ, ସୁନ୍ଦରଗଡ଼ ରନରଅପ୍‌

ଭୁବନେଶ୍ୱର, ୨୬।୬ (ତପନ ସ୍ବାଇଁ): କିଟ୍‌ ଓ କିସ୍‌ ପରିସରରେ ଥିବା ଦୂତୀ ଚାନ୍ଦ ଆଥ୍‌ଲେଟିକ୍ସ ଷ୍ଟାଡିୟମରେ ୬୯ତମ ଓଡ଼ିଶା ରାଜ୍ୟ ଆଥଲେଟିକ୍ସ ମିଟ୍‌ ରବିବାର ଉଦ୍‌ଯାପିତ ହୋଇଛି। ବିଭିନ୍ନ ବୟସ ବର୍ଗରେ ଆଥଲେଟ୍‌ଙ୍କ ପ୍ରଦର୍ଶନ ଭିତ୍ତିରେ କଟକ ୬୦୨ ପଏଣ୍ଟ ସହିତ ଦଳଗତ ଚାମ୍ପିୟନ ଏବଂ ସୁନ୍ଦରଗଡ଼ ୪୦୭ ପଏଣ୍ଟ ପାଇ ରନରଅପ୍‌ ହୋଇଛି। ଓଡ଼ିଶା ଆଥ୍‌ଲେଟିକ୍‌ ମିଟ୍‌ରେ ପ୍ରଥମଥର ପାଇଁ ୪୧ଟି ନୂଆ ମିଟ୍‌ ରେକର୍ଡ ସୃଷ୍ଟି ହୋଇଛି।
କେବଳ ଅନ୍ତିମ ଦିବସରେ ୧୨ଟି ନୂଆ ମିଟ୍‌ ରେକର୍ଡ ସ୍ଥାପିତ ହୋଇଛି। ୨୩ ବର୍ଷରୁ କମ୍‌ ବାଳକ ୪୦୦ ମିଟର ରେସ୍‌ରେ ସୁନ୍ଦରଗଡ଼ର ଅନମୋଲ କେର୍କେଟା, ୧୦୦୦୦ ମିଟର ରେସ୍‌ରେ ନୟାଗଡ଼ର ଟିକନ ନାୟକ, ୪୦୦ ମିଟର ହର୍ଡଲ୍ସରେ ଯାଜପୁରର ଭୀମ ସର୍ଦ୍ଦାର, ଡିସ୍‌କସ୍‌ ଥ୍ରୋରେ ଭୁବନେଶ୍ୱରର ଅମନ ପାଣ୍ଡେ ନୂଆ ମିଟ୍‌ ରେକର୍ଡ ସ୍ଥାପନ କରିଛନ୍ତି। ସେହିପରି ୧୮ ବର୍ଷରୁ କମ୍‌ ବାଳକ ଷ୍ଟିପଲଚେଜ୍‌ରେ ଯାଜପୁରର ଦୋଳମଣି ଚିରଗୁନ, ପୁରୁଷ ଷ୍ଟିପଲଚେଜ୍‌ରେ ଓଡ଼ିଶା ପୋଲିସର ଅଶୋକ ଦଣ୍ଡସେନା, ୨୦ ବର୍ଷରୁ କମ୍‌ ବାଳିକା ଶଟ୍‌ପୁଟ୍‌ରେ କିଟ୍‌ର ଆଂଶିକା ରାଉତରାୟ, ୨୩ ବର୍ଷରୁ କମ୍‌ ବାଳକ ୨୦୦ ମିଟର ରେସ୍‌ରେ ସୁନ୍ଦରଗଡ଼ର ଆର୍ଯ୍ୟନ ଏକ୍କା, ୨୩ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ରେସ୍‌ରେ ଭୁବନେଶ୍ୱରର ସୁଖୀ ବାସ୍କେ, ୨୦ ବର୍ଷରୁ କମ୍‌ ବାଳକ ୨୦୦ ମିଟର ରେସ୍‌ରେ କଳାହାଣ୍ଡିର ଡି.ଏମ. ଜୟରାମ, ୨୩ ବର୍ଷରୁ କମ୍‌ ବାଳକ ଜାଭେଲିନ ଥ୍ରୋରେ ମୟୂରଭଞ୍ଜର ସୁନାରାମ ମୁର୍ମୁ ଓ ୨୩ ବର୍ଷରୁ କମ୍‌ ବାଳିକା ଶଟ୍‌ପୁଟ୍‌ରେ କିଟ୍‌ର ଲିପ୍‌ତି କଡ୍ରାକା ନୂଆ ମିଟ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି।
ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ପ୍ରସାଦ ଜେନା ମୁଖ୍ୟଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କ୍ରୀଡ଼ା ବିଭାଗରର ସିଓଓ ଗ୍ରୁପ୍‌ କ୍ୟାପ୍‌ଟେନ ଦୀନେଶ ସୁରି, ଓଡ଼ିଶା ଆଥଲେଟିକ୍‌୍‌ ଆସୋସିଏଶନ ସଭାପତି ଜି.ଏସ. ପଟ୍ଟନାୟକ, ସମ୍ପାଦକ ଆଶୀର୍ବାଦ ବେହେରା, ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ରବି ପ୍ରତିହାରୀ, ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ କୋଷାଧ୍ୟକ୍ଷ ଅଧିପ ଦାସ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଏବଂ କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

 

ଆଂଶିକାଙ୍କୁ ସ୍ବର୍ଣ୍ଣ, ରୌପ୍ୟ

୬୯ତମ ଓଡ଼ିଶା ରାଜ୍ୟ ଆଥ୍‌ଲେଟିକ୍ସ ମିଟ୍‌ର ଚତୁର୍ଥ ଦିବସରେ ରବିବାର ନୂଆ ମିଟ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି ଆଂଶିକା ରାଉତରାୟ। ୨୦ ବର୍ଷରୁ କମ୍‌ ବାଳିକା ବର୍ଗରେ ସେ ୧୧.୮୩ ମିଟର ଦୂରକୁ ଶଟ୍‌ପୁଟ୍‌ ଫିଙ୍ଗି ଏହି ରେକର୍ଡ କରିଛନ୍ତି। ପୂର୍ବ ରେକର୍ଡଥିଲା ୧୦.୮୫ ମିଟର। ଏହି ଇଭେଣ୍ଟରେ ଆଂଶିକା ସ୍ବର୍ଣ୍ଣ, ସୁନ୍ଦରଗଡ଼ର ମୋନାଲିସା ଏକ୍କା ରୌପ୍ୟ ଓ ମୟୂରଭଞ୍ଜର ନେତୃମଣି ସିଂ ବ୍ରୋଞ୍ଜ ପଦକ ପାଇଥିଲେ। ପୂର୍ବରୁ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ବାଳିକା ଡିସ୍‌କସ୍‌ ଥ୍ରୋରେ ଆଂଶିକା ରୌପ୍ୟ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?