ନୂଆଦିଲ୍ଲୀ, ୨୩।୪ : ୟୁକ୍ରେନ-ରୁଷିଆ ଯୁୁଦ୍ଧ ଏବଂ ଦିଲ୍ଲୀ ହିଂସାର ଟେଲିଭିଜନ କଭରେଜକୁ ବିରୋଧ କରି ସରକାର ଶନିବାର ନୂ୍ୟଜ ଚ୍ୟାନେଲମାନଙ୍କୁ କଡା ପରାମର୍ଶ ଦେଇ ସଂପୃକ୍ତ ଆଇନ ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା ପ୍ରୋଗ୍ରାମ କୋଡକୁ ପାଳନ କରିବାକୁ କହିଛନ୍ତି।
ଉତ୍ତର-ପଶ୍ଚିମ ଦିଲ୍ଲୀରେ ଘଟିଥିବା ହିଂସା ନେଇ ଅତ୍ୟଧିକ ବିବୃତ୍ତି ଏବଂ ୟୁକ୍ରେନ-ରୁଷ ଯୁଦ୍ଧ ବିଷୟରେ ଖବରରେ ଅଣସଂରକ୍ଷିତ ସିସିଟିଭି ଫୁଟେଜ ପ୍ରସାରଣ କରାଯାଉଥିବା ନେଇ ସରକାରଙ୍କ ପକ୍ଷରୁ ଏଭଳି କରାଯାଇଛି। ଏହା ଦ୍ୱାରା ଦିଲ୍ଲୀ ହିଂସା ଘଟଣାର ଅନୁସନ୍ଧାନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି।
ସରକାର ଏହା ମଧ୍ୟ କହିଛନ୍ତି ଯେ ଉତ୍ତର-ପଶ୍ଚିମ ଦିଲ୍ଲୀରେ ଘଟିଥିବା ଘଟଣାଗୁଡ଼ିକ ଉପରେ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଉପରେ କିଛି ଆଲୋଚନା ଅଣସାମ୍ବିଧାନିକ, ଉତ୍ତେଜନାମୂଳକ। ଏହା ସାମାଜିକ ଭାବରେ ଗ୍ରହଣୀୟ ନୁହେଁ।
ମିଥ୍ୟ। ଖବର ପ୍ରସାର ନକରିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଘରୋଇ ଟିଭି ନ୍ୟୁଜ ଚ୍ୟାନେଲଗୁଡ଼ିକୁ ପରାମର୍ଶ ଦେଇଛନ୍ତି। କେବୁଲ ଟେଲିଭିଜନ ନେଟୱାର୍କ (ନିୟମାବଳୀ) ଅଧିନିୟମ, ଅନ୍ତର୍ଗତ ୧୯୯୫ର ଧାରା ୨୦କୁ ପାଳନ କରିବାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୂହାଯାଇଛି।