ସାମ୍ପ୍ରତିକ ସମୟର କାଳନେମୀ

ରାମାୟଣର ଏକ ଚରିତ୍ର କାଳନେମୀ ମାନେ ମାରୀଚ ନନ୍ଦନ ତଥା ଦଶାନନଙ୍କ ପାରିଷଦର ଜଣେ ମନ୍ତ୍ରୀଙ୍କ କାରନାମା ସମ୍ପର୍କରେ ସମସ୍ତେ ଜାଣିଥିବେ। ଏ ଚରିତ୍ର ନିଜର ଅବାଞ୍ଛିତ ଲୋଭ ସମ୍ବରଣ ନିମନ୍ତେ ହନୁମାନଙ୍କ ସମ୍ମୁଖରେ ସାଧୁ ବେଶରେ ଚିକଣିଆ କଥା କହି କ’ଣ କରିବାକୁ ଚାହୁଁଥିଲା! କାଳନେମୀଙ୍କ ସମ୍ବନ୍ଧରେ ଅଧିକ ଚର୍ଚ୍ଚା ନ କରି ସାମ୍ପ୍ରତିକ ସମୟର କାଳନେମୀଙ୍କ ସମ୍ବନ୍ଧରେ ଆଲୋଚନା କରିବା। ପୁରାଣ ଯୁଗରେ ବା ପୁରାତନ କାଳରେ ଜଣେ ଅଧେ କାଳନେମୀଙ୍କ ଦୃଷ୍ଟିଗୋଚର ହେଉଥିଲେ ବୋଲି ବର୍ଣ୍ଣିତ। ହେଲେ ବର୍ତ୍ତମାନ ସମୟରେ ଘରେ ଘରେ, ସାହି ସାହିରେ, ନଗ୍ର ନଗ୍ରରେ ତଥା ଅତ୍ର, ତତ୍ର, ସର୍ବତ୍ର କାଳନେମୀମାନଙ୍କ ସାକ୍ଷାତ ଦର୍ଶନ ପାଇପାରିବେ। ଏମାନେ ବହୁରୂପୀ ଏବଂ ବହୁବର୍ଣ୍ଣା। ନିଜର ସ୍ବାର୍ଥ ହାସଲ ପାଇଁ ଅନ୍ୟକୁ କଳାକନା ବୁଲାଇ ସର୍ବସ୍ବ ଲୁଟି ନେବା କଳାରେ ଏମାନେ ପାରଙ୍ଗମ। ଏମାନଙ୍କ କଥାରେ ଗୋରସରେ ନୁହେଁ ପାଣିରେ ସର ପଡ଼ିଯାଏ। ଏମାନଙ୍କ ବାକଚାତୁରୀ ଓ ଅନ୍ୟକୁ ବଶୀଭୂତ କରିବାରେ କଥାବାଚକ ବା ବଡ଼ ବଡ଼ ପ୍ରାଧ୍ୟାପକମାନେ ମଧ୍ୟ ହାରମାନିବେ। ସେମାନଙ୍କଠାରୁ ଦୂରେଇ ରହିବା ଜରୁରୀ କିନ୍ତୁ ସଂଖ୍ୟା ଏତେ ଅଧିକ ଯେ ସେମାନଙ୍କ କବଳରୁ ବର୍ତ୍ତିବା ଆଜିର ସମୟରେ କଷ୍ଟକର। ସେମାନେ ସର୍ବତ୍ର ବିଦ୍ୟମାନ। ସେମାନେ ଶବକୁ ନିଲାମ କରିପାରନ୍ତି, ରୋଗ ଶଯ୍ୟାରେ ଛଟପଟ ରୋଗୀଙ୍କୁ ସେବା ଯୋଗେଇ ଦେବା ନାମରେ ପରିବାରବର୍ଗଙ୍କ ସର୍ବସ୍ବ ଲୁଟି ନିଅନ୍ତି, ବେରୋଜଗାର ଯୁବତୀଯୁବକଙ୍କୁ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ କରିପାରନ୍ତି କିମ୍ବା ଚିର ହିତୈଶୀ ଭାବରେ ଛଦ୍ମବେଶୀ ସାଜି ଆପଣଙ୍କୁ କଷ୍ଟାର୍ଜିତ ସମସ୍ତ ଧନ ସମ୍ପତ୍ତିକୁ କେବଳ ଗୋଟିଏ ଓଟିପିରେ ଖାଲି କରିଦେଇପାରନ୍ତି। ଏମାନେ ଗୋଟିଏ ଗୋଟିଏ ସ୍ବପ୍ନ ବିକାଳି। ରାତାରାତି ଆପଣଙ୍କୁ ବିଶ୍ବର ସର୍ବୋଚ୍ଚ ଧନୀ ବ୍ୟକ୍ତି କରେଇବାର ପ୍ରତିଶ୍ରୁତି ଦେଇ ସମ୍ପୂର୍ଣ୍ଣ ପ୍ରତାରଣା କରିବାର ସମସ୍ତ ସାମର୍ଥ୍ୟ ରଖନ୍ତି। କେବଳ ସେତିକି ନୁହେଁ ମୂର୍ଖ, ଅପାଠୁଆ ତଥା ଅଶିକ୍ଷିତଙ୍କ କଥା ଛାଡ଼ନ୍ତୁ ବଡ଼ ପାଠୁଆ,ବଡ଼ ଚାକିରିଆ ତଥା ବଡ଼ ବଡ଼ ଶିଳ୍ପପତି, ବ୍ୟବସାୟୀ, ରାଜନେତା, ଅମଲାତନ୍ତ୍ରୀ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ନୈପୁଣ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଠକିବାରେ ଏମାନେ ଧୂରୀଣ ଓ ଧୂର୍ତ୍ତ।
କେଇଦିନ ତଳେ ଜଣେ ଭଦ୍ରବ୍ୟକ୍ତି ଫୋନ କଲେ। ପରିଚୟ ଦେଲେ ଏକ ପ୍ରତିଷ୍ଠିତ ଖବରକାଗଜର ସହସମ୍ପାଦକ ବୋଲି। କହିଲେ ଆମ ଖବରକାଗଜର ଜଣେ ବିତରକ ବନ୍ଧୁ ଭୁବନେଶ୍ବରର ଏକ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଆମେ ବିଭିନ୍ନ ଉତ୍ସରୁ ଆପଣମାନଙ୍କ ଭଳି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ କିଡ୍‌ନୀ ପ୍ରତିରୋପଣ ପାଇଁ ସମସ୍ତ ବ୍ୟବସ୍ଥା କରିଛୁ। ତଥାପି ଆହୁରି ଚାରି ପାଞ୍ଚ ଲକ୍ଷ ଟଙ୍କା ଦରକାର ପଡୁଛି। ଲେଖକମାନଙ୍କୁ ଆମେ କହିବା ଠିକ୍‌ ନ ହେଲେ ମଧ୍ୟ ଜଣଙ୍କ ଜୀବନ ବଞ୍ଚେଇବା ପାଇଁ ପରିସ୍ଥିତି ବାଧ୍ୟ କରିଛି। ବାସ୍‌, ଆଉ କେଇପଦ କଥାରେ କାଳନେମୀର ଛଳ ଭେଦ କରି ଅଳ୍ପକେ ବର୍ତ୍ତିଯାଇଥିଲି।
ଆଉ ଗୋଟିଏ ଘଟଣା। ମୋର ଜଣେ ବନ୍ଧୁ ଗୋଟିଏ କଲେଜରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରନ୍ତି। ପ୍ରକୃତରେ ତାଙ୍କ କଲେଜରେ ହଷ୍ଟେଲ ସିଟ୍‌ ସୀମିତ ତାହା ପୁଣି ନାମ ଲେଖାର ଖୁବ୍‌ କମ୍‌ଦିନ ଭିତରେ ପିଲାଙ୍କୁ ଚୟନ କରି ଦିଆସରିଛି। କିନ୍ତୁ ଅନେକ ପିଲା ହଷ୍ଟେଲ ପାଇବାକୁ ଆଶାବାଦୀ ଥିଲେ ା କେହି ଜଣେ କାଳନେମୀ ଠିକ୍‌ ଜାଣିପାରି କେତେଜଣ ଛାତ୍ରଙ୍କଠାରୁ ପ୍ରିନ୍ସିପାଲଙ୍କ ପରିଚୟ ଦେଇ ପାଞ୍ଚ ହଜାର ଲେଖାଏ ଅନ୍‌ଲାଇନରେ ନେଇଯାଇଛି। ପିଲାମାନେ ତା’ପରଦିନ ନିଜର ଜିନିଷପତ୍ର ଧରି କଲେଜରେ ପହଞ୍ଚିବା ପରେ ଜଣାପଡିଲା କି ସେ ବ୍ୟକ୍ତି ଆଉ କିଏ ଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟ୍ରୁକଲରରେ ସେହି ନମ୍ବରରୁ ଫୋନ ଆସିଥିବା ନାମ ପ୍ରିନ୍ସିପାଲ ଅମୁକ କଲେଜ ବୋଲି ଦେଖାଉଛି। ସେଥିପାଇଁ ବିଶ୍ବାସ କରି ଗରିବ ପିଲାମାନେ ଆଶ୍ରୟ ପାଇବା ଆଶାରେ ଟଙ୍କା ପଠେଇ ଦେଇଛନ୍ତି। ଏସବୁ ବାହାର କାଳନେମୀମାନଙ୍କ କାରନାମା। ବର୍ତ୍ତମାନ ଗୋଟିଏ ଘର ଢିଙ୍କି କୁମ୍ଭୀରର କାଳନେମୀ ରୂପ ସମ୍ବନ୍ଧରେ ଜାଣିବା।
ଜୀବନବ୍ୟାପୀ ପରିଶ୍ରମ ପରେ ଜଣେ ବ୍ୟକ୍ତି ଅବସର ଗ୍ରହଣ କରନ୍ତି ସରକାରୀ ଚାକିରିରୁ। ପୁଅ ଉପରେ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ବାସ। ପୁଅ ମଧ୍ୟ ପାଠୁଆ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ଧୁରନ୍ଧର। ବାପାଙ୍କୁ ଖୁସି କରିବା ପାଇଁ ପୁଅ ଅନେକ କାମ କରିଦିଏ। ତେଣୁ ବାପାଙ୍କ ସବୁ ବ୍ୟାଙ୍କ କାରବାର ପୁଅ ବୁଝେ। ମାଆ ମଧ୍ୟ ବିଶ୍ବାସ କରି ନିଜର ଗହଣାଗାଣ୍ଠି ଥିବା ଆଲମାରୀ ଚାବି ଏକୋଇରବଳା ବିଶିକେଶନକୁ ଦେଇଥାନ୍ତି। ପୁଅ ସେମାନଙ୍କ ଆଖିରେ ଧୂଳି ଦେଇ ଘରର ସବୁ କିଣାବିକା କରି ଚାଲିଥାଏ। ଦିନେ କୌଣସି ବନ୍ଧୁଘର ଯିବା ପାଇଁ ମାଆ ସୁନା ହାର ମାଗିଲେ। ପୁଅ କହିଲା, ଆଲମାରୀ ଚାବି ହଜିଯାଇଛି। ପରେ ଜଣେ ଲୋକ ଆସି ତୁମ ପୁଅ ତିନି ଲକ୍ଷ ବାକି କରିଥିବା କହିଲେ। ବାପା ବଜାରରୁ ଫେରିବା ପରେ ଅନ୍ୟ ଏକ ଚାବିରେ ଆଲମିରା ଖୋଲିଲା ବେଳକୁ ଗୋଟିଏ ବି ଗହଣା ନାହିଁ। ଅନୁସନ୍ଧାନରୁ ଜଣାପଡିଲା କି ପୁତ୍ରରୂପୀ କାଳନେମୀ ଅନ୍‌ଲାଇନ ଗେମ୍‌ ବା ଟ୍ରେଡିଂ (ଜୁଆ) ଖେଳି ସବୁ ବିକ୍ରି କରିଦେଇଛି। ସେଥିରେ ବାପାଙ୍କ ସବୁ ବ୍ୟାଙ୍କ ଜମା ମଧ୍ୟ ଅନ୍ତର୍ଭୁକ୍ତ। କାହାକୁ କହିବେ ଦୁଃଖ। ଏଭଳି ଘଟଣା ଓ କାରନାମା ଆଜିକାଲି ବ୍ୟାପକ ଭାବରେ ଦେଖିବାକୁ ମିଳୁଛି।

ଡ. ମନୋରଞ୍ଜନ ପ୍ରଧାନ
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ, ମୋ:୯୪୩୭୯୧୪୮୧୮

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?