ସାମ୍ପ୍ରତିକ ସମୟର କାଳନେମୀ

ରାମାୟଣର ଏକ ଚରିତ୍ର କାଳନେମୀ ମାନେ ମାରୀଚ ନନ୍ଦନ ତଥା ଦଶାନନଙ୍କ ପାରିଷଦର ଜଣେ ମନ୍ତ୍ରୀଙ୍କ କାରନାମା ସମ୍ପର୍କରେ ସମସ୍ତେ ଜାଣିଥିବେ। ଏ ଚରିତ୍ର ନିଜର ଅବାଞ୍ଛିତ ଲୋଭ ସମ୍ବରଣ ନିମନ୍ତେ ହନୁମାନଙ୍କ ସମ୍ମୁଖରେ ସାଧୁ ବେଶରେ ଚିକଣିଆ କଥା କହି କ’ଣ କରିବାକୁ ଚାହୁଁଥିଲା! କାଳନେମୀଙ୍କ ସମ୍ବନ୍ଧରେ ଅଧିକ ଚର୍ଚ୍ଚା ନ କରି ସାମ୍ପ୍ରତିକ ସମୟର କାଳନେମୀଙ୍କ ସମ୍ବନ୍ଧରେ ଆଲୋଚନା କରିବା। ପୁରାଣ ଯୁଗରେ ବା ପୁରାତନ କାଳରେ ଜଣେ ଅଧେ କାଳନେମୀଙ୍କ ଦୃଷ୍ଟିଗୋଚର ହେଉଥିଲେ ବୋଲି ବର୍ଣ୍ଣିତ। ହେଲେ ବର୍ତ୍ତମାନ ସମୟରେ ଘରେ ଘରେ, ସାହି ସାହିରେ, ନଗ୍ର ନଗ୍ରରେ ତଥା ଅତ୍ର, ତତ୍ର, ସର୍ବତ୍ର କାଳନେମୀମାନଙ୍କ ସାକ୍ଷାତ ଦର୍ଶନ ପାଇପାରିବେ। ଏମାନେ ବହୁରୂପୀ ଏବଂ ବହୁବର୍ଣ୍ଣା। ନିଜର ସ୍ବାର୍ଥ ହାସଲ ପାଇଁ ଅନ୍ୟକୁ କଳାକନା ବୁଲାଇ ସର୍ବସ୍ବ ଲୁଟି ନେବା କଳାରେ ଏମାନେ ପାରଙ୍ଗମ। ଏମାନଙ୍କ କଥାରେ ଗୋରସରେ ନୁହେଁ ପାଣିରେ ସର ପଡ଼ିଯାଏ। ଏମାନଙ୍କ ବାକଚାତୁରୀ ଓ ଅନ୍ୟକୁ ବଶୀଭୂତ କରିବାରେ କଥାବାଚକ ବା ବଡ଼ ବଡ଼ ପ୍ରାଧ୍ୟାପକମାନେ ମଧ୍ୟ ହାରମାନିବେ। ସେମାନଙ୍କଠାରୁ ଦୂରେଇ ରହିବା ଜରୁରୀ କିନ୍ତୁ ସଂଖ୍ୟା ଏତେ ଅଧିକ ଯେ ସେମାନଙ୍କ କବଳରୁ ବର୍ତ୍ତିବା ଆଜିର ସମୟରେ କଷ୍ଟକର। ସେମାନେ ସର୍ବତ୍ର ବିଦ୍ୟମାନ। ସେମାନେ ଶବକୁ ନିଲାମ କରିପାରନ୍ତି, ରୋଗ ଶଯ୍ୟାରେ ଛଟପଟ ରୋଗୀଙ୍କୁ ସେବା ଯୋଗେଇ ଦେବା ନାମରେ ପରିବାରବର୍ଗଙ୍କ ସର୍ବସ୍ବ ଲୁଟି ନିଅନ୍ତି, ବେରୋଜଗାର ଯୁବତୀଯୁବକଙ୍କୁ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ କରିପାରନ୍ତି କିମ୍ବା ଚିର ହିତୈଶୀ ଭାବରେ ଛଦ୍ମବେଶୀ ସାଜି ଆପଣଙ୍କୁ କଷ୍ଟାର୍ଜିତ ସମସ୍ତ ଧନ ସମ୍ପତ୍ତିକୁ କେବଳ ଗୋଟିଏ ଓଟିପିରେ ଖାଲି କରିଦେଇପାରନ୍ତି। ଏମାନେ ଗୋଟିଏ ଗୋଟିଏ ସ୍ବପ୍ନ ବିକାଳି। ରାତାରାତି ଆପଣଙ୍କୁ ବିଶ୍ବର ସର୍ବୋଚ୍ଚ ଧନୀ ବ୍ୟକ୍ତି କରେଇବାର ପ୍ରତିଶ୍ରୁତି ଦେଇ ସମ୍ପୂର୍ଣ୍ଣ ପ୍ରତାରଣା କରିବାର ସମସ୍ତ ସାମର୍ଥ୍ୟ ରଖନ୍ତି। କେବଳ ସେତିକି ନୁହେଁ ମୂର୍ଖ, ଅପାଠୁଆ ତଥା ଅଶିକ୍ଷିତଙ୍କ କଥା ଛାଡ଼ନ୍ତୁ ବଡ଼ ପାଠୁଆ,ବଡ଼ ଚାକିରିଆ ତଥା ବଡ଼ ବଡ଼ ଶିଳ୍ପପତି, ବ୍ୟବସାୟୀ, ରାଜନେତା, ଅମଲାତନ୍ତ୍ରୀ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ନୈପୁଣ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଠକିବାରେ ଏମାନେ ଧୂରୀଣ ଓ ଧୂର୍ତ୍ତ।
କେଇଦିନ ତଳେ ଜଣେ ଭଦ୍ରବ୍ୟକ୍ତି ଫୋନ କଲେ। ପରିଚୟ ଦେଲେ ଏକ ପ୍ରତିଷ୍ଠିତ ଖବରକାଗଜର ସହସମ୍ପାଦକ ବୋଲି। କହିଲେ ଆମ ଖବରକାଗଜର ଜଣେ ବିତରକ ବନ୍ଧୁ ଭୁବନେଶ୍ବରର ଏକ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଆମେ ବିଭିନ୍ନ ଉତ୍ସରୁ ଆପଣମାନଙ୍କ ଭଳି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ କିଡ୍‌ନୀ ପ୍ରତିରୋପଣ ପାଇଁ ସମସ୍ତ ବ୍ୟବସ୍ଥା କରିଛୁ। ତଥାପି ଆହୁରି ଚାରି ପାଞ୍ଚ ଲକ୍ଷ ଟଙ୍କା ଦରକାର ପଡୁଛି। ଲେଖକମାନଙ୍କୁ ଆମେ କହିବା ଠିକ୍‌ ନ ହେଲେ ମଧ୍ୟ ଜଣଙ୍କ ଜୀବନ ବଞ୍ଚେଇବା ପାଇଁ ପରିସ୍ଥିତି ବାଧ୍ୟ କରିଛି। ବାସ୍‌, ଆଉ କେଇପଦ କଥାରେ କାଳନେମୀର ଛଳ ଭେଦ କରି ଅଳ୍ପକେ ବର୍ତ୍ତିଯାଇଥିଲି।
ଆଉ ଗୋଟିଏ ଘଟଣା। ମୋର ଜଣେ ବନ୍ଧୁ ଗୋଟିଏ କଲେଜରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରନ୍ତି। ପ୍ରକୃତରେ ତାଙ୍କ କଲେଜରେ ହଷ୍ଟେଲ ସିଟ୍‌ ସୀମିତ ତାହା ପୁଣି ନାମ ଲେଖାର ଖୁବ୍‌ କମ୍‌ଦିନ ଭିତରେ ପିଲାଙ୍କୁ ଚୟନ କରି ଦିଆସରିଛି। କିନ୍ତୁ ଅନେକ ପିଲା ହଷ୍ଟେଲ ପାଇବାକୁ ଆଶାବାଦୀ ଥିଲେ ା କେହି ଜଣେ କାଳନେମୀ ଠିକ୍‌ ଜାଣିପାରି କେତେଜଣ ଛାତ୍ରଙ୍କଠାରୁ ପ୍ରିନ୍ସିପାଲଙ୍କ ପରିଚୟ ଦେଇ ପାଞ୍ଚ ହଜାର ଲେଖାଏ ଅନ୍‌ଲାଇନରେ ନେଇଯାଇଛି। ପିଲାମାନେ ତା’ପରଦିନ ନିଜର ଜିନିଷପତ୍ର ଧରି କଲେଜରେ ପହଞ୍ଚିବା ପରେ ଜଣାପଡିଲା କି ସେ ବ୍ୟକ୍ତି ଆଉ କିଏ ଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟ୍ରୁକଲରରେ ସେହି ନମ୍ବରରୁ ଫୋନ ଆସିଥିବା ନାମ ପ୍ରିନ୍ସିପାଲ ଅମୁକ କଲେଜ ବୋଲି ଦେଖାଉଛି। ସେଥିପାଇଁ ବିଶ୍ବାସ କରି ଗରିବ ପିଲାମାନେ ଆଶ୍ରୟ ପାଇବା ଆଶାରେ ଟଙ୍କା ପଠେଇ ଦେଇଛନ୍ତି। ଏସବୁ ବାହାର କାଳନେମୀମାନଙ୍କ କାରନାମା। ବର୍ତ୍ତମାନ ଗୋଟିଏ ଘର ଢିଙ୍କି କୁମ୍ଭୀରର କାଳନେମୀ ରୂପ ସମ୍ବନ୍ଧରେ ଜାଣିବା।
ଜୀବନବ୍ୟାପୀ ପରିଶ୍ରମ ପରେ ଜଣେ ବ୍ୟକ୍ତି ଅବସର ଗ୍ରହଣ କରନ୍ତି ସରକାରୀ ଚାକିରିରୁ। ପୁଅ ଉପରେ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ବାସ। ପୁଅ ମଧ୍ୟ ପାଠୁଆ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ଧୁରନ୍ଧର। ବାପାଙ୍କୁ ଖୁସି କରିବା ପାଇଁ ପୁଅ ଅନେକ କାମ କରିଦିଏ। ତେଣୁ ବାପାଙ୍କ ସବୁ ବ୍ୟାଙ୍କ କାରବାର ପୁଅ ବୁଝେ। ମାଆ ମଧ୍ୟ ବିଶ୍ବାସ କରି ନିଜର ଗହଣାଗାଣ୍ଠି ଥିବା ଆଲମାରୀ ଚାବି ଏକୋଇରବଳା ବିଶିକେଶନକୁ ଦେଇଥାନ୍ତି। ପୁଅ ସେମାନଙ୍କ ଆଖିରେ ଧୂଳି ଦେଇ ଘରର ସବୁ କିଣାବିକା କରି ଚାଲିଥାଏ। ଦିନେ କୌଣସି ବନ୍ଧୁଘର ଯିବା ପାଇଁ ମାଆ ସୁନା ହାର ମାଗିଲେ। ପୁଅ କହିଲା, ଆଲମାରୀ ଚାବି ହଜିଯାଇଛି। ପରେ ଜଣେ ଲୋକ ଆସି ତୁମ ପୁଅ ତିନି ଲକ୍ଷ ବାକି କରିଥିବା କହିଲେ। ବାପା ବଜାରରୁ ଫେରିବା ପରେ ଅନ୍ୟ ଏକ ଚାବିରେ ଆଲମିରା ଖୋଲିଲା ବେଳକୁ ଗୋଟିଏ ବି ଗହଣା ନାହିଁ। ଅନୁସନ୍ଧାନରୁ ଜଣାପଡିଲା କି ପୁତ୍ରରୂପୀ କାଳନେମୀ ଅନ୍‌ଲାଇନ ଗେମ୍‌ ବା ଟ୍ରେଡିଂ (ଜୁଆ) ଖେଳି ସବୁ ବିକ୍ରି କରିଦେଇଛି। ସେଥିରେ ବାପାଙ୍କ ସବୁ ବ୍ୟାଙ୍କ ଜମା ମଧ୍ୟ ଅନ୍ତର୍ଭୁକ୍ତ। କାହାକୁ କହିବେ ଦୁଃଖ। ଏଭଳି ଘଟଣା ଓ କାରନାମା ଆଜିକାଲି ବ୍ୟାପକ ଭାବରେ ଦେଖିବାକୁ ମିଳୁଛି।

ଡ. ମନୋରଞ୍ଜନ ପ୍ରଧାନ
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ, ମୋ:୯୪୩୭୯୧୪୮୧୮

 


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri