ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ତା’ର ପ୍ରଭାବ

ଓଡ଼ିଶାରେ ଯେତିକି ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଛି ତାହା ରାଜ୍ୟର ଛାତ୍ରୀଛାତ୍ରଙ୍କ ପାଇଁ ଯଥେଷ୍ଟ ନୁହେଁ। ଏଣୁ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲାଯାଉଛି ଏବଂ ସେହିସବୁ ଅନୁଷ୍ଠାନରେ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ପଢୁଛନ୍ତି। ଏଣୁ ରାଜ୍ୟରେ ଶିକ୍ଷାର ପ୍ରସାର କରିବାକୁ ହେଲେ ବେସରକାରୀ ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ଦୃଢ଼ କରିବାକୁ ପଡ଼ିବ। ମାତ୍ର ଏହି ଅନୁଷ୍ଠାନଗୁଡିକରେ ଯେଉଁମାନେ ଅଧ୍ୟାପନା କରନ୍ତି ସେମାନେ ସ୍ବଳ୍ପ ଦରମା ପାଆନ୍ତି। ଅନୁଷ୍ଠାନଗୁଡ଼ିକ ବହୁବର୍ଷ ପରେ ଅନୁଦାନ ପାଏ ଓ ଅଧ୍ୟାପକ / ଶିକ୍ଷକମାନେ ସରକାରଙ୍କଠାରୁ ପ୍ରତ୍ୟକ୍ଷ ଦରମା ପାଆନ୍ତି। ମାତ୍ର ସେମାନଙ୍କ ଚାକିରି ସର୍ତ୍ତାବଳୀ ନ ଥାଏ। ୩୦ ବର୍ଷରୁ ଅଧିକ ବର୍ଷ ଚାକିରି କଲାପରେ ମଧ୍ୟ ସେମାନଙ୍କ ପାଇଁ ଗ୍ରାଚୁଇଟି ଓ ପେନ୍‌ସନ୍‌ ବ୍ୟବସ୍ଥା ନ ଥାଏ। ସେମାନେ ଆର୍ଥିକ ଅନଟନ ଭିତରେ ଚଳନ୍ତି। ଏଣୁ ଯେଉଁମାନେ ପ୍ରତିଭାଶାଳୀ ସେମାନେ ବେସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରିବା ପାଇଁ ଆସନ୍ତି ନାହିଁ। କେହିକେହି ବିଭିନ୍ନ ବ୍ୟବସାୟ କରି ସନ୍ତୋଷଜନକ ଅର୍ଥ ରୋଜଗାର କରନ୍ତି। ଦ୍ୱିତୀୟତଃ କିଛି ବ୍ୟକ୍ତି ଏହିସବୁ ଅନୁଷ୍ଠାନରେ ଯୋଗ ଦିଅନ୍ତି, ମାତ୍ର ସ୍ବଳ୍ପ ଦରମାଯୁକ୍ତ ଗ୍ରାଚୁଇଟି ପେନ୍‌ସନବିହୀନ ଚାକିରି କରି ପରିବାର ପୋଷଣ ସମ୍ଭବ ହେଉ ନ ଥିବାରୁ ଘରୋଇ ଟିଉସନ୍‌ କରି କିଛି ଉପାର୍ଜନ କରନ୍ତି। ଟିଉସନ୍‌ ସେମାନଙ୍କ ପାଇଁ ଆବଶ୍ୟକତା ହୋଇଯାଏ। ଏହାଦ୍ୱାରା ଶିକ୍ଷା ଏକ ପଣ୍ୟଦ୍ରବ୍ୟ ହୋଇଯାଏ। ଫଳରେ ଶିକ୍ଷକଙ୍କ ପ୍ରତି ଛାତ୍ରୀଛାତ୍ରଙ୍କର ଆନ୍ତରିକ ଭକ୍ତି ଓ ସମ୍ମାନ ରହେନାହିଁ। ପ୍ରତିଭାଶାଳୀ ଛାତ୍ରୀଛାତ୍ରମାନେ ଶିକ୍ଷା ସମାପ୍ତ କଲାପରେ ଯଦି ଶିକ୍ଷକ / ଅଧ୍ୟାପକ ନ ହେବେ, ଉନ୍ନତମାନର ଶିକ୍ଷା ସମ୍ଭବ ହେବ କିପରି? ଆମ ରାଜ୍ୟରେ ଆଜି ତାହା ହିଁ ଘଟୁଛି। ପ୍ରତିଭାବାନ୍‌ ଛାତ୍ରୀଛାତ୍ର ଶିକ୍ଷକତା କ୍ଷେତ୍ରକୁ ଆସୁନାହାନ୍ତି।
ଏହି ପ୍ରସଙ୍ଗରେ ପାରସ୍ୟର ଏକ କାହାଣୀ ପ୍ରଣିଧାନ ଯୋଗ୍ୟ ମନେହୁଏ। ଜଣେ ଗାଉଁଲି ବେପାରୀ ତା’ ଗଧ ଉପରେ କିଛି ବୋଝ ଲଦି ହାଟ ଉଦ୍ଦେଶ୍ୟରେ ପଥ ଅତିକ୍ରମ କରୁଥାଏ। ଦୈବାତ୍‌ ଜଣେ ପଥିକ ତାଙ୍କ ସାଥୀ ହେଲେ। ପଥ ଅତିକ୍ରମ କରୁ କରୁ ସେ ପଥିକ ଜଣକ କଥା ପ୍ରସଙ୍ଗରେ ବେପାରୀକୁ ବିଜ୍ଞାନ, ଭୂଗୋଳ, ସାହିତ୍ୟ, ଧର୍ମ ଆଦି ବିବିଧ ବିଷୟରେ କିଛି କିଛି କହୁଥାଏ। କଥାବାର୍ତ୍ତାରୁ ବେପାରୀ ଅନୁଭବ କଲା ପଥିକ ଜଣକ ଅସାଧାରଣ ଜ୍ଞାନୀ। ଗଧଟି କ୍ଳାନ୍ତ ହୋଇଯାଇଥିବାର ଅନୁଭବ କରି ପଥିକଜଣକ ବେପାରୀକୁ ପଚାରିଲେ, ”ତୁମେ ଗଧ ପିଠିରେ କ’ଣ ଲଦିଛ ଯେ ଗଧଟି ହାଲିଆ ହୋଇଗଲାଣି?“ ବେପାରୀ ଉତ୍ତର ଦେଲା, ”ପିଠିର ବାମପାଖରେ ଚାଉଳ ଓ ଡାହାଣ ପାଖରେ ଓଜନ ଭାରସାମ୍ୟ ରକ୍ଷା କରିବା ପାଇଁ ବାଲି ରଖିଛି।“ ପଥିକ କହିଲେ, ”ତୁମେ ସେହି ଚାଉଳକୁ ସମାନ ଦୁଇଭାଗ କରି ଦୁଇପାଖରେ ରଖିଥିଲେ ତ ଭାରସାମ୍ୟ ରକ୍ଷା ହୋଇପାରିଥାନ୍ତା ଓ ଗଧ ପିଠିରେ ଓଜନ ବି କମିଥାନ୍ତା। ଗଧଟି ହାଲିଆ ହୁଅନ୍ତା ନାହିଁ।“ ବେପାରୀ ମନକୁ କଥାଟା ଛୁଇଁଲା। ସେ କହିଲା, ”ମହାଶୟ! ଆପଣ ପ୍ରକୃତରେ ଅସାଧାରଣ ଜ୍ଞାନୀ। ଆପଣ ନିଶ୍ଚୟ ଜଣେ ସଫଳ ମଣିଷ ହୋଇଥିବେ। ଆପଣଙ୍କର କେତେ ଗଧ ଅଛନ୍ତି, କେତେ ଜମିଜମା ଅଛି?“ ପଥିକ ଉତ୍ତର ଦେଲେ, ”ମୋର ଗଧ ନାହିଁ କି ଜମି ନାହିଁ। କୋଠା ନାହିଁ କି ସଞ୍ଚୟ ନାହିଁ। ମୁଁ ଏମିତି ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁ ବୁଲେ। ମୋର ଅର୍ଜିତ ଜ୍ଞାନକୁ ବିତରଣ କରେ। ଯାହା ମିଳେ ଖାଏ। ବେଳେବେଳେ ଖାଇବାକୁ ମିଳେନାହିଁ। ତଥାପି ମୋଟ ଉପରେ ମୁଁ ଖୁସିରେ ଅଛି।“ ବେପାରୀ ଏତକ ଶୁଣି ଅଟକିଗଲା ଓ ଚକିତ ହୋଇ ଛିଡ଼ାହେଲା। ପଥିକ ପଚାରିଲେ, ”କ’ଣ ହେଲା?“ ବେପାରୀ ଉତ୍ତର ଦେଲା, ”ଆଜ୍ଞା ଜ୍ଞାନର ଫଳ ଯଦି ଏହା ହୁଏ, ମୁଠେ ଖାଇବାକୁ ମିଳେ ନାହିଁ, କୋଠାଟିଏ କରିହୁଏ ନାହିଁ, ମୁଁ ବରଂ ଗଧ ପିଠିରେ ବାଲିବସ୍ତା ଥୋଇ ଭାରସାମ୍ୟ ରକ୍ଷା କରିବି, ତୁମ ସାଙ୍ଗରେ ବାଟ ଚାଲି ଜ୍ଞାନ ସଂଗ୍ରହ କରି ଭୋକିଲା ରହିବି ନାହିଁ।“ ବେପାରୀ ବାଟ ଭାଙ୍ଗି ଚାଲିଗଲା। ଆଜି ପ୍ରତିଭାଶାଳୀ ଛାତ୍ରୀଛାତ୍ରମାନଙ୍କ ଅବସ୍ଥା ଠିକ୍‌ ଏହି ବେପାରୀ ଭଳି। ଯଦି କଠିନ ପରିଶ୍ରମ କରି ପରୀକ୍ଷାରେ ଭଲ ନମ୍ବର ରଖି ଅଧ୍ୟାପକ ହୋଇ ମଧ୍ୟ ପୂର୍ଣ୍ଣ ଦରମା ନ ପାଇ ପେନ୍‌ସନ ନ ପାଇ ସର୍ତ୍ତାବଳୀ ନ ଥାଇ ଦୟନୀୟ ଚାକିରି କରିବାକୁ ପଡ଼େ, ମୁଁ ଅନ୍ୟ ବ୍ୟବସାୟ କରି ପ୍ରଭୂତ ଅର୍ଥ ଉପାର୍ଜନ ନ କରିବି କାହିଁକି? ଏହିଭଳି ଚିନ୍ତାକରି ଆଜି ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଶିକ୍ଷାକ୍ଷେତ୍ରକୁ ଆସୁନାହାନ୍ତି।
ବୋଧହୁଏ ୧୯୯୮ ମସିହାର କଥା। ଦିଲ୍ଲୀରେ ଜାତୀୟ ୟୁନେସ୍କୋ କମିଶନଦ୍ୱାରା ଆୟୋଜିତ ଏକ ସଭାରେ ”ଶିକ୍ଷା ଓ ମାନବଜାତିର ଭବିଷ୍ୟତ“ ଉପରେ ଏକ ବକ୍ତୃତା ଦେଇ ବିଶିଷ୍ଟ ଲେଖକ ମନୋଜ ଦାସ ଫେରୁଥାନ୍ତି। ଜଣେ ସର୍ବୋଦୟ କର୍ମୀ ବୟୋବୃଦ୍ଧ ସହ ତାଙ୍କର ସାକ୍ଷାତ୍‌ ହେଲା। କଥାପ୍ରସଙ୍ଗରେ ସେହି ବୃଦ୍ଧ ମନୋଜ ଦାସଙ୍କୁ କହିଥିଲେ ଘରୋଇ ଟିଉସନ୍‌ର ପ୍ରଭାବ ସମ୍ପର୍କରେ। ଘଟଣାଟି ଥିଲା ନିଜ ହାକିମ ନାତିଙ୍କ ଜୀବନକୁ ନେଇ। ଦିନେ ଜଣେ ଭଦ୍ରଲୋକ ଏକ ଆବେଦନ ପତ୍ର ଧରି ହାକିମଙ୍କ ପାଖରେ ପହଞ୍ଚତ୍ଲେ। ହାକିମ ତାକୁ ଟିକେ ଚାହିଁଦେଇ ପୂର୍ବରୁ ଆସିଥିବା ଦୁଇଜଣ ଭଦ୍ରବ୍ୟକ୍ତିଙ୍କ ସହ କଥାବାର୍ତ୍ତାରେ ବ୍ୟାପୃତ ରହିଲେ। ଆଗନ୍ତୁକ ଧୈର୍ଯ୍ୟହରା ହୋଇ ହାକିମଙ୍କୁ କହିଲେ, ”ଆପଣ ବୋଧହୁଏ ମୋତେ ଚିହ୍ନିପାରୁ ନାହାନ୍ତି?“ ହାକିମ କହିଲେ, ”ଚିହ୍ନିଲି। ମାତ୍ର ସେମାନେ ପୂର୍ବରୁ ମୋ ସମୟ ନେଇ ଆସିଥିବାରୁ ତାଙ୍କ କାମ ଆଗେ ସାରିଲି। ଏବେ ଆପଣ କୁହନ୍ତୁ।“ ଆଗନ୍ତୁକ ନିଜ ପରିଚୟ ଦେଇ କହିଲେ, ”ଆପଣ ମୋର ଛାତ୍ର ଥିଲେ। ଏଣୁ ମୋର ଏହି ଆବେଦନଟିକୁ ଆପଣ ସମାଧାନ କରିଦେବେ ବୋଲି ଆଶା କରି ଆପଣଙ୍କ ପାଖକୁ ଆସିଛି।“ ହାକିମ ଆବେଦନଟିକୁ ପଢ଼ିଲେ ଓ କହିଲେ, ”ଆପଣଙ୍କ ଅନୁରୋଧ ନିୟମ ଅନୁମୋଦିତ ନୁହେଁ। ଏଣୁ କିଛି ସାହାଯ୍ୟ କରିହେବ ନାହିଁ।“ ସେହି ଆଗନ୍ତୁକ ଶିକ୍ଷକ କହିଲେ, ”ନିୟମ ଊର୍ଦ୍ଧ୍ୱରେ ମାନବିକତା ତ ଅଛି। ସେହି ଦୃଷ୍ଟିରୁ ଛାତ୍ର ହିସାବରେ ଶିକ୍ଷକର ସମସ୍ୟା ପ୍ରତି ଧ୍ୟାନ ଦେବେ ବୋଲି ମୋର ଆଶା।“ ତା’ପରେ ହାକିମ ଯାହା କହିଲେ ତାହା ହିଁ ପ୍ରଣିଧାନ ଯୋଗ୍ୟ।
ହାକିମ କହିଲେ, ”ମହାଶୟ! ଆପଣ ଥିଲେ ସରକାରୀ ଶିକ୍ଷକ। ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷାଦାନ କରିବା ପାଇଁ ସରକାର ଆପଣଙ୍କୁ ନିୟମିତ ଦରମା ଦେଉଥିଲେ। ସରକାର ଯେଉଁ ଦରମା ଦେଉଥିଲେ ତାହା ଥିଲା ଜନସାଧାରଣଙ୍କଠାରୁ ସଂଗୃହୀତ ବିଭିନ୍ନ ଟିକସ। ମାତ୍ର ଆପଣ ବିଦ୍ୟାଳୟରେ ଆନ୍ତରିକ ଭାବରେ ଶିକ୍ଷାଦାନ ନ କରି ଘରୋଇ ଟିଉସନ୍‌ କରୁଥିଲେ। ମୋ ବାପାଙ୍କ ଆର୍ଥିକ ସମ୍ବଳଥିବାରୁ ସେ ଆପଣଙ୍କ ନିକଟକୁ ଟିଉସନ୍‌ ପାଇଁ ପଠାଇଥିଲେ। ମାତ୍ର ମୋର କେତେଜଣ ସହପାଠୀ ଗରିବ ପରିବାରର ହୋଇଥିବାରୁ ଆପଣଙ୍କୁ ଅର୍ଥ ଦେଇ ନ ପାରି ଟିଉସନ୍‌ରୁ ବଞ୍ଚତ୍ତ ହେଲେ ଓ ପରୀକ୍ଷାରେ ଭଲ କରିପାରିଲେ ନାହିଁ।“ ଶିକ୍ଷକ ହସ୍ତକ୍ଷେପ କରି କହିଲେ, ”ଦେଖ ବାବୁ, ଟିଉସନ୍‌ ହେଉ ପଛେ, ମୁଁ ତ ଆପଣଙ୍କୁ ଶିକ୍ଷାଦାନ କରିଥିଲି।“ ହାକିମ କହିଲେ, ”ମହାଶୟ! ଶିକ୍ଷାଦାନ ଏକ ପବିତ୍ର କର୍ମ। ଯିଏ ଦାନକରେ ସେ ପ୍ରତିଦାନରେ କିଛି ଆଶା ରଖେନାହିଁ। ଧରନ୍ତୁ ମୁଁ ବଜାରରେ ଜଣେ ବ୍ୟବସାୟୀଙ୍କ ପାଖରୁ ଦୁଇଟି କମ୍ବଳ କିଣିଲି। ସେହି କମ୍ବଳ ବିକ୍ରେତା ଯଦି ମୋ ପାଖକୁ କୌଣସି ଆବେଦନ ଧରି ଆସେ ମୁଁ କ’ଣ ତା’ ପ୍ରତି ଦରଦୀ ହେବି? ଠିକ୍‌ ସେପରି ମୁଁ ଆପଣଙ୍କ ପାଖରୁ ପାଠ ସଉଦା କରୁଥିଲି। ଏଣୁ ଆପଣଙ୍କ ପ୍ରତି ଦରଦୀ ହେବାର କୌଣସି କାରଣ ନାହିଁ।“ ଶିକ୍ଷକ ଏତକ ଶୁଣି ଚାଲିଗଲେ। ଏହି ଘଟଣାଟି ଘରୋଇ ଟିଉସନ୍‌ର ନକାରାତ୍ମକ ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଆଲୋକପାତ କରୁନାହିଁ କି? ଆଜି ଟିଉସନ୍‌ ପ୍ରଚଳନ କାରଣରୁ ବିଦ୍ୟା ଏକ ପଣ୍ୟଦ୍ରବ୍ୟ ହୋଇଥିବାରୁ ଛାତ୍ରୀଛାତ୍ରମାନଙ୍କ ଶିକ୍ଷକମାନଙ୍କ ପ୍ରତି ସମ୍ମାନ ଓ ଭକ୍ତି ରହୁନାହିଁ। ଗୁରୁ-ଶିଷ୍ୟ ସମ୍ପର୍କ ଆଉ ଅନାବିଳ ହୋଇ ରହିନାହିଁ। ଆଜି ଏହା କ୍ରେତା-ବିକ୍ରେତାର ସମ୍ପର୍କ। ଏଣୁ ସରକାର ସମାନ କାର୍ଯ୍ୟପାଇଁ ସମାନ ଦରମା ପ୍ରଚଳନ କରି, ଗ୍ରାଚୁଇଟି, ପେନ୍‌ସନ୍‌ ଆଦିର ବ୍ୟବସ୍ଥା କରି ଶିକ୍ଷକମାନଙ୍କ ଅଭାବ ଦୂରକଲେ ସେମାନେ ଆଉ ଟିଉସନ୍‌ କରି ପରିବାର ପ୍ରତିପୋଷଣ କରିବା ଚିନ୍ତା କରିବେ ନାହିଁ। ଚାକିରି ସର୍ତ୍ତାବଳୀ ପୂରଣ କଲାପରେ ଯଦି ସେମାନେ ପୁଣି ଅର୍ଥଲୋଭରେ ଟିଉସନ୍‌ କରନ୍ତି, ସେ କ୍ଷେତ୍ରରେ ତାହା ଦଣ୍ଡନୀୟ କର୍ମଭାବରେ ବିବେଚନା କଲେ କାହାରି ଆପତ୍ତି ରହିବ ନାହିଁ। ତେବେ ଶିକ୍ଷା ବ୍ୟବସ୍ଥା ସୁଧୁରିବ।

ଛାୟାକାନ୍ତ ଷଡ଼ଙ୍ଗୀ
ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?