ସାମ୍ପ୍ରତିକ ଶିକ୍ଷା ଓ ଶିକ୍ଷାୟତନ ସମସ୍ୟା

ଅଧୁନା ସମାଜରେ ଶିକ୍ଷା ଏକ ପ୍ରସଙ୍ଗଭିତ୍ତିକ ପ୍ରବନ୍ଧ ସଦୃଶ ସବୁଠି ଚର୍ଚ୍ଚାର ବିଷୟବସ୍ତୁ; ହୁଏତ ସେ ପୁରାତନ ଶିକ୍ଷାର ବିଷୟବସ୍ତୁର ଶୀର୍ଷକ ମଳିନ ପଡିଯାଇ ନୂତନତା ଭରିଯାଇଛି। ଯେଉଁଠି ଶିକ୍ଷାର୍ଥୀର ଭାବ ଶୈକ୍ଷିକ ବାତାବରଣ ମଧ୍ୟରେ ବଦଳିଯାଇଛି। ଶିକ୍ଷା ଏବଂ ସଂସ୍କୃତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ଥିଲେ ମଧ୍ୟ ଶିକ୍ଷା କେତେବେଳେ ସଂସ୍କୃତିକୁ ଛାଡ଼ି ନଚେତ୍‌ ସଂସ୍କୃତି ଶିକ୍ଷାକୁ ଛାଡ଼ି ପରସ୍ପର ମଧ୍ୟରେ ଧାବମାନ ପ୍ରତିଯୋଗିତାରେ ଅଂଶଗ୍ରହଣ କଲାପରି ପରସ୍ପରର ପ୍ରତିଦ୍ବନ୍ଦ୍ୱୀ ହୋଇପଡିଛନ୍ତି। ଯାହା କି ଶିକ୍ଷା ବ୍ୟବସ୍ଥାକୁ ଆମୂଳଚୂଳ ପରିବର୍ତ୍ତନ କରିଦେଇଛି। ସମୟ ଥିଲା ଶିକ୍ଷାର ପରିଧି ଘାସକଟାଠାରୁ ଘୋଡ଼ାଚଢ଼ା ପର୍ଯ୍ୟନ୍ତ ସବୁଠି ସହାୟକର ଭୂମିକା ନେଉଥିଲା, ହେଲେ ଅଧୁନା ଶିକ୍ଷାର ମାନଦଣ୍ଡ ଏବଂ ଶୈକ୍ଷିକ କେନ୍ଦ୍ରବିନ୍ଦୁ ବଦଳି ଯାଇଛି । ଯୁଗଯୁଗ ଧରି ଯେଉଁ ଶିକ୍ଷା ଅନ୍ଧକାରରୁ ଆଲୋକକୁ ନେବାରେ ପଥପ୍ରଦର୍ଶକ ସାଜିଥିଲା ଆଜି ସେହି ଶିକ୍ଷା ସ୍ବୟଂ ଅନ୍ଧକାରାଚ୍ଛାଦିତ ବାତାବରଣ ଭିତରେ ନିଜେ ହଜିଯାଇଛି। ବହୁ ସ୍ବଳ୍ପ ଶିକ୍ଷିତ ଯୁବଗୋଷ୍ଠୀ ନିଜକୁ ଶିକ୍ଷାର ସର୍ବେସର୍ବା ଭାବି ଶିକ୍ଷକର ପରିଚୟ ଦେଇ ଅଳ୍ପ ବିଦ୍ୟା ଭୟଙ୍କର ପ୍ରବାଦର ମାନକୁ ବଢ଼ାଇଛନ୍ତି। ଆଉ ଯେତେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ପରିସର ମଧ୍ୟରେ ରହି ଆଧୁନିକ ଭ୍ରାମ୍ୟମାଣର ବ୍ୟବହାର ଏବଂ ନକଲୀକରଣକୁ ଶିକ୍ଷାର ମାପକାଠି ଏବଂ କେନ୍ଦ୍ରବିନ୍ଦୁ ନେଇ ଶିକ୍ଷାକୁ କଳୁଷିତ କରିପକାଇଛନ୍ତି ।
ବାସ୍ତବରେ କୌଣସି ଶିକ୍ଷକ କିମ୍ବା କୌଣସି ଛାତ୍ରୀଛାତ୍ରଙ୍କୁ ମୁଁ କିମ୍ବା ମୋର ଲେଖା ମାଧ୍ୟମରେ ତାଙ୍କ ଭାବନାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ, ହେଲେ ବାସ୍ତବିକତାକୁ ପଛରେ ପକାଇ କଳ୍ପନାକୁ ସବୁକିଛି ଭାବିନେବାଟା ମଧ୍ୟ ଠିକ୍‌ ନୁହେଁ। ବର୍ତ୍ତମାନ ଶିକ୍ଷା ସମସ୍ୟାର ଅନ୍ୟ ଏକ ଦିଗ ହେଲା ମାତୃଭାଷାର ବିଲୋପ। ପୂର୍ବେ ମାତୃଭାଷାକୁ ବିଲୋପ କରିବାପାଇଁ ହୀନଚକ୍ରାନ୍ତକାରୀ ଗୋଷ୍ଠୀଙ୍କର ଯୋଜନା ସଫଳତାର ଶୀର୍ଷକୁ ଛୁଇଁବାରେ ବାଧାପ୍ରାପ୍ତ ହୋଇଥିଲା କେବଳ ସେ ସମୟର ଯୁଗ ସ୍ରଷ୍ଟା ସାହିତି୍ୟକଗଣଙ୍କ ପାଇଁ। ସେମାନଙ୍କର ଲେଖା ହୁଏତ ଆମ୍ଭମାନଙ୍କ ମଧ୍ୟରେ ଯେଉଁ ଆଲୋଡ଼ନ ସୃଷ୍ଟି କରିଥିଲା ଆମେ ଆମ ଭାଷାକୁ ବଞ୍ଚାଇ ରଖିବାର ପ୍ରୟାସ ମଧ୍ୟ ସେ ସମୟରେ କିଛି କମ୍‌ ନ ଥିଲା। ଅଧୁନା ଶିଶୁଟିଏ ଜନ୍ମରୁ ତା’ର ଭାଷା ସଙ୍ଗେ ସଂଘର୍ଷ କରୁଛି, ହୁଏତ ତା’ର ଶିକ୍ଷିତ ମା’ବାପାଙ୍କ ପାଇଁ । ଶିଶୁଟିର ଶୈଶବରୁ ତା’ ପାଟିରେ ଯେଉଁଶବ୍ଦ ଉଚ୍ଚାରଣଯୋଗ୍ୟ ନୁହେଁ ତାକୁ ସେହି ଭାଷାରେ କହିବା ପାଇଁ ବାଧ୍ୟ କରାଯାଉଛି ଏବଂ ମାତୃଭାଷାକୁ ପଛରେ ପକାଇ ଇଂଲିଶର ଆଧିକ୍ୟକୁ ଦର୍ଶାଇ ଶିକ୍ଷିତ କରିବାର ଯେଉଁ ପ୍ରୟାସ, ତା’ କ’ଣ ମାତୃଭାଷା ମାଧ୍ୟମରେ ସମ୍ଭବ ନୁହେଁ। ଆପଣମାନେ ଚିନ୍ତାକରନ୍ତୁ ଏଇ ଯେଉଁ ଶିକ୍ଷାର ଲକ୍ଷ୍ୟ ଥିଲା କେବଳ କ’ଣ ଶିକ୍ଷାଭିତ୍ତିକ ମୂଲ୍ୟାଙ୍କନ ହୁଏତ ଉତ୍ତର ହେବ ନା। କାରଣ ଶିକ୍ଷାର ଉଦ୍ଦେଶ୍ୟ ସମାଜର ଲୋକଙ୍କୁ ଶିକ୍ଷିତ କରାଇ ବଞ୍ଚତ୍ବାର ନୂଆ ରାହା ଦେଖାଇବା। ହେଲେ ସାମ୍ପ୍ରତିକ ସମୟର ଶୈକ୍ଷିକ ପରିବେଶର ବାତାବରଣ ମଧ୍ୟରେ ଶିକ୍ଷାକୁ ନେଇ ଯେଉଁ ଅନାସକ୍ତ ଭାବ ଏବଂ ଗଣ୍ଡଗୋଳ ଭଳି ପରିସ୍ଥିତି ଉପୁଜିବା ସହ ଶିକ୍ଷା ପ୍ରଶ୍ନପତ୍ର କେଳେଙ୍କାରି କେଉଁଠି ନା କେଉଁଠି ଶିକ୍ଷାବିତ୍‌ମାନଙ୍କ ଭାବନାକୁ ଆଘାତ ଦେଇଛି। ହୁଏତ ବର୍ତ୍ତମାନ ସେ ସମୟ ଆସିଛି ‘କର ବା ମର’ ପରିସ୍ଥିତିର। ଆମ୍ଭେମାନେ ଚାହିଁଲେ ଏହି ମାତୃଭାଷା ଚିରଦିନ ପାଇଁ ବଞ୍ଚତ୍ରହିବ ଏବଂ ଅନ୍ୟ ପାଇଁ ଦିଗ୍‌ଦର୍ଶନର ପ୍ରେରକ ସାଜିବ। ଯେଉଁଠି ଆମ୍ଭେମାନେ ସେ ମାତୃଭାଷାର ପ୍ରଚାରକ ଓ ପ୍ରସାରକ ଭୂମିକାରେ ଥିବା। ପରିଶେଷରେ ଏତିକି କହିବି ଯେ ଶିକ୍ଷାୟତନ ମଧ୍ୟରେ ହେଉଥିବା ସମସ୍ୟାକୁ ଏଡାଇ ପାରିଲେ ବହୁ ଅସମ୍ଭବ ପରିକଳ୍ପନା ମଧ୍ୟ ସାର୍ଥକତାର ଭୂମିକାରେ ଉତ୍ତୀର୍ଣ୍ଣ ହେବ। ଏଇ ଟିକିଏ ଆଶା ଯାହା ମରୁରାଇଜରେ ମଧ୍ୟ ସ୍ବପ୍ନର ଜୁଆର ଆଣିବାରେ ସାଫଲ୍ୟମଣ୍ଡିତ ହେବ।

ପ୍ରଶାନ୍ତ କୁମାର ଜେନା
ସପ୍ତଶଯ୍ୟା, ଢେଙ୍କାନାଳ
ମୋ:୮୧୪୪୫୬୨୮୯୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?