ସାମ୍ପ୍ରତିକ ଶିକ୍ଷା ଓ ଶିକ୍ଷାୟତନ ସମସ୍ୟା

ଅଧୁନା ସମାଜରେ ଶିକ୍ଷା ଏକ ପ୍ରସଙ୍ଗଭିତ୍ତିକ ପ୍ରବନ୍ଧ ସଦୃଶ ସବୁଠି ଚର୍ଚ୍ଚାର ବିଷୟବସ୍ତୁ; ହୁଏତ ସେ ପୁରାତନ ଶିକ୍ଷାର ବିଷୟବସ୍ତୁର ଶୀର୍ଷକ ମଳିନ ପଡିଯାଇ ନୂତନତା ଭରିଯାଇଛି। ଯେଉଁଠି ଶିକ୍ଷାର୍ଥୀର ଭାବ ଶୈକ୍ଷିକ ବାତାବରଣ ମଧ୍ୟରେ ବଦଳିଯାଇଛି। ଶିକ୍ଷା ଏବଂ ସଂସ୍କୃତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ଥିଲେ ମଧ୍ୟ ଶିକ୍ଷା କେତେବେଳେ ସଂସ୍କୃତିକୁ ଛାଡ଼ି ନଚେତ୍‌ ସଂସ୍କୃତି ଶିକ୍ଷାକୁ ଛାଡ଼ି ପରସ୍ପର ମଧ୍ୟରେ ଧାବମାନ ପ୍ରତିଯୋଗିତାରେ ଅଂଶଗ୍ରହଣ କଲାପରି ପରସ୍ପରର ପ୍ରତିଦ୍ବନ୍ଦ୍ୱୀ ହୋଇପଡିଛନ୍ତି। ଯାହା କି ଶିକ୍ଷା ବ୍ୟବସ୍ଥାକୁ ଆମୂଳଚୂଳ ପରିବର୍ତ୍ତନ କରିଦେଇଛି। ସମୟ ଥିଲା ଶିକ୍ଷାର ପରିଧି ଘାସକଟାଠାରୁ ଘୋଡ଼ାଚଢ଼ା ପର୍ଯ୍ୟନ୍ତ ସବୁଠି ସହାୟକର ଭୂମିକା ନେଉଥିଲା, ହେଲେ ଅଧୁନା ଶିକ୍ଷାର ମାନଦଣ୍ଡ ଏବଂ ଶୈକ୍ଷିକ କେନ୍ଦ୍ରବିନ୍ଦୁ ବଦଳି ଯାଇଛି । ଯୁଗଯୁଗ ଧରି ଯେଉଁ ଶିକ୍ଷା ଅନ୍ଧକାରରୁ ଆଲୋକକୁ ନେବାରେ ପଥପ୍ରଦର୍ଶକ ସାଜିଥିଲା ଆଜି ସେହି ଶିକ୍ଷା ସ୍ବୟଂ ଅନ୍ଧକାରାଚ୍ଛାଦିତ ବାତାବରଣ ଭିତରେ ନିଜେ ହଜିଯାଇଛି। ବହୁ ସ୍ବଳ୍ପ ଶିକ୍ଷିତ ଯୁବଗୋଷ୍ଠୀ ନିଜକୁ ଶିକ୍ଷାର ସର୍ବେସର୍ବା ଭାବି ଶିକ୍ଷକର ପରିଚୟ ଦେଇ ଅଳ୍ପ ବିଦ୍ୟା ଭୟଙ୍କର ପ୍ରବାଦର ମାନକୁ ବଢ଼ାଇଛନ୍ତି। ଆଉ ଯେତେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ପରିସର ମଧ୍ୟରେ ରହି ଆଧୁନିକ ଭ୍ରାମ୍ୟମାଣର ବ୍ୟବହାର ଏବଂ ନକଲୀକରଣକୁ ଶିକ୍ଷାର ମାପକାଠି ଏବଂ କେନ୍ଦ୍ରବିନ୍ଦୁ ନେଇ ଶିକ୍ଷାକୁ କଳୁଷିତ କରିପକାଇଛନ୍ତି ।
ବାସ୍ତବରେ କୌଣସି ଶିକ୍ଷକ କିମ୍ବା କୌଣସି ଛାତ୍ରୀଛାତ୍ରଙ୍କୁ ମୁଁ କିମ୍ବା ମୋର ଲେଖା ମାଧ୍ୟମରେ ତାଙ୍କ ଭାବନାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ, ହେଲେ ବାସ୍ତବିକତାକୁ ପଛରେ ପକାଇ କଳ୍ପନାକୁ ସବୁକିଛି ଭାବିନେବାଟା ମଧ୍ୟ ଠିକ୍‌ ନୁହେଁ। ବର୍ତ୍ତମାନ ଶିକ୍ଷା ସମସ୍ୟାର ଅନ୍ୟ ଏକ ଦିଗ ହେଲା ମାତୃଭାଷାର ବିଲୋପ। ପୂର୍ବେ ମାତୃଭାଷାକୁ ବିଲୋପ କରିବାପାଇଁ ହୀନଚକ୍ରାନ୍ତକାରୀ ଗୋଷ୍ଠୀଙ୍କର ଯୋଜନା ସଫଳତାର ଶୀର୍ଷକୁ ଛୁଇଁବାରେ ବାଧାପ୍ରାପ୍ତ ହୋଇଥିଲା କେବଳ ସେ ସମୟର ଯୁଗ ସ୍ରଷ୍ଟା ସାହିତି୍ୟକଗଣଙ୍କ ପାଇଁ। ସେମାନଙ୍କର ଲେଖା ହୁଏତ ଆମ୍ଭମାନଙ୍କ ମଧ୍ୟରେ ଯେଉଁ ଆଲୋଡ଼ନ ସୃଷ୍ଟି କରିଥିଲା ଆମେ ଆମ ଭାଷାକୁ ବଞ୍ଚାଇ ରଖିବାର ପ୍ରୟାସ ମଧ୍ୟ ସେ ସମୟରେ କିଛି କମ୍‌ ନ ଥିଲା। ଅଧୁନା ଶିଶୁଟିଏ ଜନ୍ମରୁ ତା’ର ଭାଷା ସଙ୍ଗେ ସଂଘର୍ଷ କରୁଛି, ହୁଏତ ତା’ର ଶିକ୍ଷିତ ମା’ବାପାଙ୍କ ପାଇଁ । ଶିଶୁଟିର ଶୈଶବରୁ ତା’ ପାଟିରେ ଯେଉଁଶବ୍ଦ ଉଚ୍ଚାରଣଯୋଗ୍ୟ ନୁହେଁ ତାକୁ ସେହି ଭାଷାରେ କହିବା ପାଇଁ ବାଧ୍ୟ କରାଯାଉଛି ଏବଂ ମାତୃଭାଷାକୁ ପଛରେ ପକାଇ ଇଂଲିଶର ଆଧିକ୍ୟକୁ ଦର୍ଶାଇ ଶିକ୍ଷିତ କରିବାର ଯେଉଁ ପ୍ରୟାସ, ତା’ କ’ଣ ମାତୃଭାଷା ମାଧ୍ୟମରେ ସମ୍ଭବ ନୁହେଁ। ଆପଣମାନେ ଚିନ୍ତାକରନ୍ତୁ ଏଇ ଯେଉଁ ଶିକ୍ଷାର ଲକ୍ଷ୍ୟ ଥିଲା କେବଳ କ’ଣ ଶିକ୍ଷାଭିତ୍ତିକ ମୂଲ୍ୟାଙ୍କନ ହୁଏତ ଉତ୍ତର ହେବ ନା। କାରଣ ଶିକ୍ଷାର ଉଦ୍ଦେଶ୍ୟ ସମାଜର ଲୋକଙ୍କୁ ଶିକ୍ଷିତ କରାଇ ବଞ୍ଚତ୍ବାର ନୂଆ ରାହା ଦେଖାଇବା। ହେଲେ ସାମ୍ପ୍ରତିକ ସମୟର ଶୈକ୍ଷିକ ପରିବେଶର ବାତାବରଣ ମଧ୍ୟରେ ଶିକ୍ଷାକୁ ନେଇ ଯେଉଁ ଅନାସକ୍ତ ଭାବ ଏବଂ ଗଣ୍ଡଗୋଳ ଭଳି ପରିସ୍ଥିତି ଉପୁଜିବା ସହ ଶିକ୍ଷା ପ୍ରଶ୍ନପତ୍ର କେଳେଙ୍କାରି କେଉଁଠି ନା କେଉଁଠି ଶିକ୍ଷାବିତ୍‌ମାନଙ୍କ ଭାବନାକୁ ଆଘାତ ଦେଇଛି। ହୁଏତ ବର୍ତ୍ତମାନ ସେ ସମୟ ଆସିଛି ‘କର ବା ମର’ ପରିସ୍ଥିତିର। ଆମ୍ଭେମାନେ ଚାହିଁଲେ ଏହି ମାତୃଭାଷା ଚିରଦିନ ପାଇଁ ବଞ୍ଚତ୍ରହିବ ଏବଂ ଅନ୍ୟ ପାଇଁ ଦିଗ୍‌ଦର୍ଶନର ପ୍ରେରକ ସାଜିବ। ଯେଉଁଠି ଆମ୍ଭେମାନେ ସେ ମାତୃଭାଷାର ପ୍ରଚାରକ ଓ ପ୍ରସାରକ ଭୂମିକାରେ ଥିବା। ପରିଶେଷରେ ଏତିକି କହିବି ଯେ ଶିକ୍ଷାୟତନ ମଧ୍ୟରେ ହେଉଥିବା ସମସ୍ୟାକୁ ଏଡାଇ ପାରିଲେ ବହୁ ଅସମ୍ଭବ ପରିକଳ୍ପନା ମଧ୍ୟ ସାର୍ଥକତାର ଭୂମିକାରେ ଉତ୍ତୀର୍ଣ୍ଣ ହେବ। ଏଇ ଟିକିଏ ଆଶା ଯାହା ମରୁରାଇଜରେ ମଧ୍ୟ ସ୍ବପ୍ନର ଜୁଆର ଆଣିବାରେ ସାଫଲ୍ୟମଣ୍ଡିତ ହେବ।

ପ୍ରଶାନ୍ତ କୁମାର ଜେନା
ସପ୍ତଶଯ୍ୟା, ଢେଙ୍କାନାଳ
ମୋ:୮୧୪୪୫୬୨୮୯୧


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri