ଅନୁଗୋଳ ଅଫିସ,୭।୧- ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ୭ ତାରିଖରୁ ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ କର୍ଫୁ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋଭିଡ୍ କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ କହିଛନ୍ତି। ତଦନୁଯାୟୀ ଅନୁଗୋଳ ଜିଲାରେ ଏହାକୁ ଲାଗୁ କରାଯିବାକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ବରୁ ଲାଗୁ ହୋଇଥିବା ରାତ୍ରିକାଳୀନ କର୍ଫୁ ରାତି ୧୦ ପରିବର୍ତ୍ତେ ଏଣିକି ୯ଟାରୁ ସକାଳ ୫ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ମଲ୍ ଓ ଶପିଂ କମ୍ପ୍ଲେକ୍ସରେ ଭିଡ଼ ହେଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଫୁଡ୍ କୋଟ ଓ ଫୁଡ୍ ପ୍ଲାଜା କେବଳ ପାର୍ସଲ ନେବା ପାଇଁ ଖୋଲା ରହିବ। ମାର୍କେଟ, ହାଟ, ସିନେମା ହଲ, ସୁଇମିଂ ପୁଲ, ପାର୍କ ଓ ଅଡିଟୋରିଅମରେ ଅଧିକ ଜନ ସମାଗମକୁ ବାରଣ କରାଯାଇଛି। ସାମାଜିକ, ଧାର୍ମିକ ସମାବେଶ ହୋଇପାରିବ ନାହିଁ। ବିବାହ, ବ୍ରତପୋନୟନ କାର୍ଯ୍ୟରେ ୧୦୦ ଲୋକ ଯୋଗଦେଇପାରିବେ ଏବଂ ଏଥିପାଇଁ ଅନୁମତି ଆଣିବାକୁ ପଡ଼ିବ। ବିବାହ ଶୋଭାଯାତ୍ରାରେ ସମୁଦାୟ ୩୦ ଜଣ ଯାଇପାରିବେ। ଅନ୍ତ୍ୟେଷ୍ଟିକ୍ରିୟାରେ ୫୦ ଜଣ ଅଂଶଗ୍ରହଣ କରିପାରିବେ। ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ବାର ଆଦି ୫୦ ପ୍ରତିଶତରେ କୋଭିଡ ନିୟମାବଳୀ ଆଧାରରେ ଚାଲିପାରିବ। ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବ। ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

ବିପ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର,୬ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ହାରିବା ଭୟରେ ବିଜେପୁର ଓ ପଦ୍ମପୁର ଭଳି ହିଂସା ରାଜନୀତି ଭାଜପା ଆପଣାଇଥିବା ବିଜେଡି ଅଭିଯୋଗ କରିଛି। ଭାଜପା କର୍ମକର୍ତ୍ତା ବିପ୍ର...

ଚାଷଜମିରେ ମାଡ଼ିଗଲା ପଟୁ
ପଦ୍ମପୁର,୨୩ା୯(ଡି.ଏନ.ଏ.): ଲଗାଣ ବର୍ଷାରେ ଭଦ୍ରକ ସଦର ବ୍ଲକ ଦେଇ ବହି ଯାଇଥିବା ଧନନ୍ତ୍ୱରୀ, ସାଳନ୍ଦୀ, ଧଳା, କଞ୍ଚୁଡ଼ି, ମନ୍ତେଇ ଆଦି ବିଭିନ୍ନ ନଦୀରେ ବର୍ଷାଜଳ ପ୍ରବାହିତ ହୋଇଥିଲା।...

ସାନଙ୍କୁ ବଞ୍ଚାଇବାକୁ ଯାଉଥିଲେ, ଶେଷରେ ବୁଡ଼ିଗଲେ ୨ ଭଉଣୀ
ମାଲକାନଗିରି,୯ା୧୦(ଡି.ଏନ୍.ଏ.): ମାଲକାନଗିରି ଆଦର୍ଶ ଥାନା ଅଧୀନ ହୁଡୁପା ପଞ୍ଚାୟତ ମଙ୍ଗ ଗ୍ରାମରେ ଶନିବାର ଘଟିଛି ଅଘଟଣ। ସାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ ବଡ଼ ଭଉଣୀ। ଶେଷରେ...

ଇସ୍ରୋ ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଲେ ନବୀନ
ଭୁବନେଶ୍ୱର,୨୩ା୮(ଅନିଲ ଦାସ): ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ ବୁଧବାର ସଫଳତାର ସହ ଲ୍ୟାଣ୍ଡିଂ କରିଛି। ଏହି ଅବିସ୍ମରଣୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ...

ଆଶାର ଉତ୍ସ
ଆଜିକାଲି ରୋଗୀମାନେ ସେମାନଙ୍କ ରୋଗ ଓ ତା’ର ଚିକିତ୍ସା ପାଇଁ ଇଣ୍ଟରନେଟ୍ ଉପରେ ଅତ୍ୟଧିକ ଭାବେ ନିର୍ଭର କରିବା ଏକ ବଡ଼ ସଙ୍କଟ ଭାବେ ଦେଖାଦେଇଛି।...

କନ୍ଧମାଳକୁ ଡେଇଁଲା କରୋନା: ୨ ପଜିଟିଭ୍ ଚିହ୍ନଟ
କନ୍ଧମାଳ,୧୮ା୫(ଡି.ଏନ୍.ଏ.): ରାଜ୍ୟରେ ସୋମବାର ପୁଣି ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କନ୍ଧମାଳ ଜିଲାରେ ୨ ଆକ୍ରାନ୍ତ ରହିଥିବା ବେଳେ କନ୍ଧମାଳ ନୂଆ କରୋନା...

ଜନସାଧାରଣ ନୁହେଁ, ଶିଳ୍ପପତି ପାଇବେ ଲାଭ
ଅନୁଗୋଳ ଅଫିସ, ୬।୨ ଖୁବ୍ଶୀଘ୍ର ଦେଶରେ ସ୍କ୍ରାପେଜ୍ ନୀତି ଲାଗୁ ହେବ। ଏହାଦ୍ୱାରା ୧୫ ବର୍ଷର ବ୍ୟବସାୟିକ ଓ ୨୦ ବର୍ଷର ଘରୋଇ ଗାଡ଼ିକୁ ରାସ୍ତାରୁ...

CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୧୮କରୋନା ପଜିଟିଭ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୮୯୮ରେ ପହଞ୍ଚିଲା
ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୬୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୮୯୮ରେ ପହଞ୍ଚିଛି। ଏ...