ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ ଦିବସ ପ୍ରତିବର୍ଷ ନଭେମ୍ବର ୨୧ ରେ ପାଳନ କରାଯାଏ। ଅନେକ କୋଟି ବିଶ୍ୱବାସୀଙ୍କୁ ଖାଦ୍ୟ ଯୋଗାଉଥିବା ଏକ ବିଶାଳ ଉତ୍ସ ସମୁଦ୍ରର ଗୁରୁତ୍ୱକୁ ଉପଲବ୍ଧି କରିବା ତଥା ମାଛ ଧରା କାର୍ଯ୍ୟକ୍ରମର ପୋଷଣୀୟ ପରିଚାଳନା କେତେଦୂର କାର୍ଯ୍ୟକାରୀ ହୋଇଛି ଓ ଭବିଷ୍ୟତ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଓ ଏକ ଯଥାର୍ଥ ପଦକ୍ଷେପ। ବିଶ୍ୱ ମତ୍ସ୍ୟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ବିଶ୍ୱରେ ଥିବା ପ୍ରାକୃତିକ ଜଳଉତ୍ସ ଯଥା ସମୁଦ୍ର, ମଧୁରଜଳ ଓ ଖାରିଜଳରେ ଥିବା ମତ୍ସ୍ୟ ସମ୍ପଦର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା। ବ୍ୟାପକ ମତ୍ସ୍ୟଚାଷ ସତ୍ତ୍ୱେ ବି ପ୍ରାକୃତିକ ଜଳଉତ୍ସରୁ ମାଛ ଧରାଯାଇ ଚାହିଦା ପୂରଣ କରାଯାଉଥିବାରୁ ପ୍ରାକୃତିକ ଜଳଉତ୍ସଗୁଡ଼ିକର ପୋଷଣୀୟ ପରିଚାଳନାର ଆବଶ୍ୟକତା ରହିଛି। ସମୁଦ୍ର, ନଦୀ, ହ୍ରଦ, ନଦୀ ମୁହାଣ, ଆର୍ଦ୍ର ଭୂମି, କୋରାଲ ରିଫ୍‌ ଉପରେ ଆଗାମୀ ଦିନରେ ଅଧିକ ଚାପ ରହିବ। ଏହା ଉପରେ ବହୁ ନିୟୁତ ସ୍ବଳ୍ପ ଆୟକାରୀ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନ ଓ ଜୀବିକା ନିର୍ଭର କରିଥାଏ। ଏହି ପ୍ରାକୃତିକ ଜଳଉତ୍ସର ନ୍ୟାୟସଙ୍ଗତ ଓ ପୋଷଣୀୟ ପରିଚାଳନା ସହ ସ୍ବଳ୍ପ ଆୟକାରୀ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନ ଓ ଜୀବିକାକୁ ବିଚାରକରିବାକୁ ପଡ଼ିଥାଏ। ଚଳିତବର୍ଷ ପାଳନ କରାଯାଉଥିବା ବିଶ୍ୱ ମତ୍ସ୍ୟଦିବସର ବିଶେଷତ୍ୱ ହେଉଛି ଏକ ସୁସ୍ଥ ସାମୁଦ୍ରିକ ପରିବେଶରେ ପୋଷଣୀୟ ମାଛବଂଶକୁ ସୁନିଶ୍ଚିତ କରିବା ପାଇଁ ମତ୍ସ୍ୟଚାଷ ପରିଚାଳନାରେ ପରିବର୍ତ୍ତନ ଉପରେ କିପରି ଧ୍ୟାନଦେବା।

ଏବେ ବିଶ୍ୱରେ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୩ ଶହ କୋଟି ଓ ବାର୍ଷିକ ପ୍ରାୟ ୧୫୦ ନିୟୁତ ଟନ୍‌ ମାଛ ଖାଦ୍ୟ ଭାବେ ବ୍ୟବହୃତ ହୁଏ। ଗତ ୫୦ବର୍ଷ ମଧ୍ୟରେ ବିଶ୍ବରେ ସାମୁଦ୍ରିକ ଖାଦ୍ୟର ବ୍ୟବହାର ଦ୍ୱିଗୁଣିତ ହୋଇଛି। ପ୍ରତ୍ୟେକ ବିକାଶଶୀଳ ଦେଶର ପ୍ରଗତି ପଛରେ ମତ୍ସ୍ୟସମ୍ପଦର ଭୂମିକା ଉଲ୍ଲେଖନୀୟ। ବିଶ୍ୱରେ ଆବଶ୍ୟକ ପଡୁଥିବା ପ୍ରାଣିଜ ପ୍ରୋଟିନ୍‌ର ଶତକଡ଼ା ୨୫ ଭାଗ କେବଳ ମାଛ ହିଁ ଭରଣା କରିଥାଏ। ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମତ୍ସ୍ୟ ଉତ୍ପାଦନରେ ବର୍ତ୍ତମାନ ବିଶ୍ୱରେ ଭାରତର ସ୍ଥାନ ତୃତୀୟ ଓ ସମଗ୍ର ମାଛ ଉତ୍ପାଦନରେ ପ୍ରାୟ ୯ ଭାଗ ଭାରତର ଅବଦାନ ଥିବା ବେଳେ ବିଶ୍ବରେ ଜଳକୃଷି ଉତ୍ପାଦନରେ ଏହା ଦ୍ୱିତୀୟ ସ୍ଥାନରେ ରହିଛି। ମତ୍ସ୍ୟ ସମ୍ପଦ ୧୪୫ ନିୟୁତ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିଛି। ମତ୍ସ୍ୟଚାଷ ହେଉଛି ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ କ୍ଷେତ୍ର ଯାହାକି ଦେଶର ୨୮ ନିୟୁତରୁ ଅଧିକ ଲୋକଙ୍କ ଜୀବିକାକୁ ପରିପୁଷ୍ଟକରେ। ବିଶେଷକରି ବଞ୍ଚିତ ତଥା ଅସୁରକ୍ଷିତ ସମ୍ପ୍ରଦାୟ ମଧ୍ୟରେ ଏହା ପ୍ରମୁଖ ଆୟ ପ୍ରଦାନକାରୀ କ୍ଷେତ୍ର। ଭାରତୀୟ କୃଷିର ୫.୩ ଭାଗ ଅଧିକୃତ କରିଥିବା ମତ୍ସ୍ୟ ସମ୍ପଦ ଦେଶର ଖାଦ୍ୟ ନିରାପତ୍ତା ଯୋଗାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟିକରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବାର୍ଷିକ ପ୍ରାୟ ୧୭ ନିୟୁତ ଟନ୍‌ ମାଛ ଉତ୍ପାଦନ କରୁଥିବା ଭାରତ ଆଗାମୀ ଦିନରେ ବିଶ୍ବର ପ୍ରଥମ ମତ୍ସ୍ୟ ଉତ୍ପାଦନକାରୀ ଦେଶ ହେବାର ଉଦ୍ୟମ ଜାରିରଖିଛି। ସେହିପରି ଓଡ଼ିଶା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏକ ଅଗ୍ରଣୀ ରାଜ୍ୟ। ବାର୍ଷିକ ୧୧.୨୪ ଲକ୍ଷ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦନ କରି ଚତୁର୍ଥ ସ୍ଥାନରେ ରହିଛି ଓ ମତ୍ସ୍ୟ କ୍ଷେତ୍ର ମୋଟ ରାଜ୍ୟ ମୂଲ୍ୟ ଯୋଗର୨.୭ % ଯୋଗଦାନ କରିଥାଏ। ଭାରତରେ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ସବୁଠାରୁ ଆଗରେ। ଶତକଡ଼ା ୯୪ ଭାଗ ଲୋକ ମାଛ ଖାଇଥାନ୍ତି ଓ ମୁଣ୍ଡ ପିଛା ବାର୍ଷିକ ମାଛ ବ୍ୟବହାର ବର୍ତ୍ତମାନ ୧୮.୩୩ କି.ଗ୍ରା. ଯାହାକି ଜାତୀୟ ହାରଠାରୁ ବହୁ ଅଧିକ।

ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଉଭୟ ପ୍ରାକୃତିକ ଜଳଉତ୍ସ, ମତ୍ସ୍ୟ ସମ୍ପଦ, ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷା ପାଇଁ ସଚେତନତା ତଥା ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରାଯାଏ। ବିଶ୍ୱ ମତ୍ସ୍ୟ ଦିବସ ପାଳନ କେବଳ ମତ୍ସ୍ୟ ଉତ୍ସ, ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ଆଲୋକପାତ କରିବାରେ ସୀମିତ ନୁହେଁ, ମତ୍ସ୍ୟ ବିବିଧତାର ପରିମାଣ ଦ୍ୱାରା ଜଳଉତ୍ସର ମାନ ବି ନିର୍ଦ୍ଧାରଣ କରାଯିବା ଉଚିତ। ଜଳବାୟୁ ପରିବର୍ତ୍ତନ, ଜଳ ପ୍ରଦୂଷଣ ଯୋଗୁ ନଦୀ, ହ୍ରଦ ଓ ସମୁଦ୍ରରେ ମାଛଙ୍କ ଗଣମୃତ୍ୟୁ ଗତ କିଛି ବର୍ଷ ହେବ ସୂଚିତକରେ ଯେ ମାଛ ବସତି ଅଞ୍ଚଳଗୁଡିକର ମାନ ଠିକ୍‌ ନାହିଁ। ଯଦି ଏହା ପ୍ରତି ଗୁରୁତ୍ୱ ଦିଆ ନ ଯାଏ ତେବେ ଭବିଷ୍ୟତରେ ବିଶ୍ୱ ଏକ ଗୁରୁତର ଖାଦ୍ୟସଙ୍କଟ ଦିଗକୁ ମୁହାଁଇବ।
ବିଶ୍ୱର ବର୍ଦ୍ଧିତ ଜନସଂଖ୍ୟା ପାଇଁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସମୁଦ୍ର ଉପରେ ଚାପ ବଢୁଛି। ଆବଶ୍ୟକତାଠାରୁ ଅଧିକ ମାଛ ଧରାହେଉଛି। ସମୁଦ୍ରରୁ ଅତି ନିମ୍ନ ସ୍ତରରୁ ବା ବଟମ ଟ୍ରଲିଂ ଦ୍ୱାରା ବେଆଇନ ମାଛଧରା ବି ମାଛ ବଂଶ ହ୍ରାସର ଏକ ପ୍ରମୁଖ କାରଣ। ମିଳିତ ଜାତିସଂଘ ତଥ୍ୟ ଅନୁଯାୟୀ ସମୁଦ୍ର ଓ ଅନ୍ୟାନ୍ୟ ପ୍ରାକୃତିକ ଜଳଉତ୍ସଗୁଡ଼ିକର ଦୁଇତୃତୀୟାଂଶରେ ମାତ୍ରାଧିକ ମାଛ ଧରାଯାଉଛି। ଏକତୃତୀୟାଂଶ ଅଞ୍ଚଳରେ ପ୍ରଦୂଷଣ, ବିଶ୍ୱତାପନ ଓ ଅସ୍ବାସ୍ଥ୍ୟକର ମାଛ ବସତି ଅଞ୍ଚଳ ଯୋଗୁ ମାଛ ବଂଶବୃଦ୍ଧି ଆଶାନୁରୂପ ହୋଇପାରୁନାହିଁ। ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଏସବୁ ଉପରେ ଗୁରୁତ୍ୱ ପ୍ରଦାନ ସହ ମତ୍ସ୍ୟ ବିବିଧତା, ମାଛ ବସତି ଅଞ୍ଚଳର ସୁରକ୍ଷା, ସାମୁଦ୍ରିକ ପରିବେଶକୁ ପ୍ରଦୂଷଣମୁକ୍ତ ରଖାଯିବା ସହ ପ୍ରାକୃତିକ ଜଳଉତ୍ସଗୁଡ଼ିକୁ ଉତ୍ପାଦନକ୍ଷମ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ ଆବଶ୍ୟକ। ପ୍ରାକୃତିକ ଜଳଉତ୍ସରେ ଜୈବ ବିବିଧତାର ସୁରକ୍ଷା ସହ ସମୁଦ୍ରରେ ମାଛବଂଶର ଅଭିବୃଦ୍ଧି ନିମନ୍ତେ ଅଧିକରୁ ଅଧିକ ମାଛଧରା ନିଷିଦ୍ଧାଞ୍ଚଳ ଘୋଷଣାର ଆବଶ୍ୟକତା ରହିଛି। ଉପକୂଳରେ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସମୟରେ ଓ ମାଛବଂଶ ବୃଦ୍ଧି ପାଇଁ ପ୍ରଜନନ ସମୟରେ ମାଛଧରା ଉପରେ କଟକଣା ଲାଗୁ କରାଯାଏ। ଏଥିପାଇଁ କ୍ଷତି ସହୁଥିବା ମତ୍ସ୍ୟଜୀବୀଙ୍କୁ ସରକାର ଜୀବିକା ସହାୟତା ପ୍ରଦାନ କରୁଛନ୍ତି। ମାଛଧରା ନିଷିଦ୍ଧାଞ୍ଚଳ, ପାଣିପାଗ, ବଜାର ଦର ତଥା ମତ୍ସ୍ୟ ଯୋଜନା ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଓ ସରକାରଙ୍କ ପକ୍ଷରୁ ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କ ପାଇଁ ମୋବାଇଲ ଆପ୍‌ ଏଫ୍‌ଏଫ୍‌ଏମ୍‌ଏ ସହ ସିକ୍ୟୁୟର ଫିସିଂ ଆପ୍‌ ପ୍ରସ୍ତୁତ ହୋଇଛି ଯାହାକି ମତ୍ସ୍ୟଜୀବୀଙ୍କ ପାଇଁ ଅତି ଉପାଦେୟ ସାବ୍ୟସ୍ତ ହୋଇଛି। ସାମୁଦ୍ରିକ ବିପତ୍ତିରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଭେସେଲରେ ଟ୍ରାନ୍ସପଣ୍ଡର ବ୍ୟବସ୍ଥା କରାଯାଉଛି।

ଜଳଭଣ୍ଡାରଗୁଡ଼ିକରେ ଉନ୍ନତ ମାଛ ଯାଁଆଳ ଛଡ଼ାଯିବା ସହ ମାଛ ଉତ୍ପାଦନ ବୃଦ୍ଧି ଓ ଏହା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ପରିବାରଗୁଡ଼ିକର ଆର୍ଥିକ ବିକାଶ ଉପରେ ପଦକ୍ଷେପ ନିଆଯାଉଛି। ସେହିପରି ବିଭିନ୍ନ ନଦୀରେ ମାଛ ଯାଆଁଳ ଛାଡ଼ି ମାଛ ବୃଦ୍ଧି ସହ ଏହା ଉପରେ ନିର୍ଭର କରୁଥିବା ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଜଳ ସମ୍ପଦ, ମତ୍ସ୍ୟ ସମ୍ପଦ, ମତ୍ସ୍ୟ ବିବିଧତା ସୁରକ୍ଷା ସହ ଏଥିରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିବିଶେଷ, ସଙ୍ଗଠନ, ଉଦ୍ୟୋଗୀଙ୍କ ବିକାଶକୁ ଦୃଷ୍ଟିଦିଆଯାଇପାରିଲେ ବିଶ୍ୱ ମତ୍ସ୍ୟଦିବସ ପାଳନ ଯଥାର୍ଥ ହୋଇପାରିବ।
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri