Posted inଖେଳ

ରାଇନାଙ୍କ ଉପରେ ରାଗିଲେ ସିଏସ୍‌କେ ମାଲିକ, ଜାଣନ୍ତୁ କାହିଁକି

ଚେନ୍ନାଇ,୩୧।୮: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଟିମ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ(ସିଏସ୍‌କେ) ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ସୁରେଶ ରାଇନା ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ମାଲିକ ଏନ ଶ୍ରୀନିବାସନ। ସୁରେଶ ରାଇନାଙ୍କ ଆଇପିଏଲ ଛାଡିଥିବାରୁ ସେ ଅତ୍ୟନ୍ତ କ୍ରୋଧ ପ୍ରକାଶ କରିଛନ୍ତି। ରାଇନାଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି କିନ୍ତୁ ଧୋନୀ ସବୁକିଛି ସମ୍ଭାଳି ନେଇଛନ୍ତି ବୋଲି ଶ୍ରୀନିବାସନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଭାବୁଛି ସୁରେଶ ରାଇନା ଫେରି ଆସିବାକୁ ଚାହଁିବେ। ସିଜିନ୍‌ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ଏବଂ ସେ କ’ଣ ହରାଉଛନ୍ତି ତାହା ଅନୁଭବ କରିବେ। ତାଙ୍କୁ ୧୧ କୋଟି ଟଙ୍କା ଆଉ କେଉଁଠୁ ମିଳିବ ନାହିଁ ବୋଲି ସେ କହିଛନ୍ତି। ରାଇନା ଯେବେଠୁ ଦୁବାଇରୁ ଘରକୁ ଫେରିଛନ୍ତି, ସେବେଠୁ ନୂଆ ନୂଆ ଅଭିଯୋଗ ଆଣିଛନ୍ତି। ତାଙ୍କ ମୁଣ୍ଡ ଉପରେ ସଫଳତା ଚଢିଯାଇଛି। ଯଦି ଆପଣ ଖୁସି ନାହାନ୍ତି ତେବେ ଦଳ ସହ ରହିବା ଉଚିତ୍‌ ନୁହେଁ। ସିଏସ୍‌କେ ଏକ ପରିବାର ପରି ଏବଂ ସମସ୍ତ ବରିଷ୍ଠ କ୍ରିକେଟର ଏଠାରେ ରହିବା ଶିଖିଛନ୍ତି। ଯଦି ତୁମେ କୌଣସି ଜିନିଷ ଉପରେ ଜିଦ ଧରିଛ କିମ୍ବା କିଛି କଥାରେ ଅସନ୍ତୁଷ୍ଟ, ତେବେ ଫେରିଯାଅ। ମୁଁ କାହାକୁ ବାଧ୍ୟ ମଧ୍ୟ କରିପାରିବି ନାହିଁ ସେ କହିଛନ୍ତି। ଦୁବାଇ ଆସିବା ପରଠାରୁ ରାଇନା ହୋଟେଲ ରୁମରେ ଖୁସି ନ ଥିଲେ ଏବଂ ସେ କରୋନା ଯୋଗୁ ଡରିଯାଇଥିଲେ। ସେ ଧୋନୀଙ୍କ ପରି ଏକ କୋଠରୀ ଚାହୁଁଥିଲେ, କାରଣ ତାଙ୍କ କୋଠରୀର ବାଲକୋନି ଠିକ ନ ଥିଲା ବୋଲି ରାଇନା କହିଥିଲେ। ସୂଚନାଯୋଗ୍ୟ, ଆଇପିଏଲ୍‌ ଖେଲିବାକୁ ରାଇନା ୟୁଏଇ ଯାଇଥିଲେ। ହଠାତ୍‌ ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ କେହି ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ତାଙ୍କର ଜଣେ ସମ୍ପର୍କୀୟଙ୍କ ପରଲୋକ ଘଟିଥିଲା। ଏହା ଶୁଣି ରାଇନା ଆଇପିଏଲ୍‌ ଛାଡି ଭାରତ ଫେରିଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri