ଧସିଲା ପଥର ପ୍ୟାକିଂ ୱାଲ୍‌

କେନ୍ଦ୍ରାପଡ଼ା ଅଫିସ, ୧୮।୯: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କେରୁଆଁପାଳ ପଞ୍ଚାୟତ ପ୍ରଭାତୀ ଗାଁ ଗହିରମଥା ତଟବନ୍ଧ ପାଶର୍‌ବରେ ହୋଇଥିବା ପଥର ପ୍ୟାକିଂ କ୍ରମାଗତ ଭାବେ ଧସି ଚାଲିଛି। ଏନେଇ ଲୁଣା ନଦୀର ପାଖ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଦିନ ବିତାଉଛନ୍ତି। ଗତ ୨ ମାସ ତଳେ ଏହି ପଥର ପ୍ୟାକିଂ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହା ଧସି ଯାଇ ପଥର ସବୁ ନଦୀ ଗର୍ଭକୁ ଚାଲିଯାଇଛି । ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ରାଜନଗର ବ୍ଲକରେ କାର୍ଯ୍ୟକାରୀ ହୋଇଥିବା ତଟବନ୍ଧ ସୁଦୃଢୀକରଣ ଯୋଜନାର ବାସ୍ତବତା ପ୍ରତି ଏହି ଘଟଣା ପ୍ରଶ୍ନବାଚୀ ଛିଡା କରିଛି । ପ୍ରଭାତୀ ଗ୍ରାମର ବନମାଳୀ ମଣ୍ଡଳ କହିଛନ୍ତି, କେନ୍ଦ୍ରାପଡା ଜିଲାର ୪୮କିମି ସମୁଦ୍ର ତଟ ଅଛି ା ଏହାକୁ ସୁରକ୍ଷା ଦେବା ସହିତ ତଟବର୍ତ୍ତୀ ଆଭ୍ୟନ୍ତର ଅଞ୍ଚଳକୁ ଲୁଣା ଜୁଆର ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ଜଳ ସମ୍ପଦ ବିଭାଗ ଅଧୀନରେ ନବେ ଦଶକରେ ଆଳିଠାରେ ଏକ ସ୍ବତନ୍ତ୍ର ତଟବନ୍ଧ ଡିଭିଜନ ଖୋଲାଯାଇଥିଲା ା ତଟାଞ୍ଚଳ ସୁରକ୍ଷା ପାଇଁ ଡିଭିଜନକୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି ା ଏହି ଡିଭିଜନ ଦ୍ୱାରା ବହୁ ଯନ୍ତ୍ରୀ ଓ ଠିକାଦାରଙ୍କ ଭାଗ୍ୟ ବଦଳିଛି ସିନା ତଟାଞ୍ଚଳର ସୁରକ୍ଷା କ୍ଷେତ୍ରରେ କୌଣସି ସୁଧାର ଆସିଲାନାହିଁ। ରାଜନଗର ବ୍ଲକର ଉପାନ୍ତରେ ଥିବା ଗହିରମଥା ନଦୀ ତଟବନ୍ଧ ପାର୍ଶ୍ୱକୁ ଠିକାସଂସ୍ଥା ନାମକୁ ମାତ୍ର ପଥର ପ୍ୟାକିଂ ଓ ନିମ୍ନମାନର ୱାଲ ନିର୍ମାଣ କରିଥିବାରୁ ଅତଡା ଧସିବା ଫଳରେ ପ୍ରାୟ ୫୦ ଫୁଟରୁ ଅଧିକ ଲମ୍ବର ସ୍ପର ୱାଲଟ ଲୁଣାନଦୀକୁ ଚାଲିଯାଇଛି ା ପଥର ପ୍ୟାକିଂ ଧସୁଥିବା ସ୍ଥାନର ଅନତି ଦୂରରେ କେରୁଆଁପାଳ ପଞ୍ଚାୟତର ଶତାଧିକ ପରିବାର ବସବାସ କରୁଛନ୍ତି । ଯେଉଁ ସ୍ଥାନରେ ପଥର ପ୍ୟାକିଂ ଧସୁଛି ତାହା ନିକଟରେ ଏକ ଟର୍ନିଂ ପଏଣ୍ଟ ରହିଛି । ଏହି ସ୍ଥାନର ପୂର୍ବ ଦିଗରେ ହେନ୍ତାଳ ବଣ ରହିଛି। ଏହି ଟର୍ନିଂ ପଏଣ୍ଟ ସ୍ଥାନରେ ନିମ୍ନମାନର ପଥର ପ୍ୟାକିଂ ଓ ୱାଲ କାର୍ଯ୍ୟ ହୋଇଥିବା ଯୋଗୁ ଲୁଣା ଜୁଆର ମାଡରେ ଏହିଠାରେ ପଥର ସବୁ ଧସି ଯାଇ ନଦୀ ଗର୍ଭକୁ ଚାଲିଯାଇଛି ା ଫଳରେ ମୂଳବନ୍ଧ ପ୍ରତି ବିପଦ ସୃଷ୍ଟି ହେଇଛି । ଏହାର ପ୍ରତିକାର କରା ନ ଗଲେ ତଟ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରି କେରୁଆଁପାଳ ପଞ୍ଚାୟତର ଗ୍ରାମଗୁଡିକ ସମୁଦ୍ର ଲୁଣାନଦୀ ଗର୍ଭରେ ଲୀନ ହୋଇଯିବା ଆଶଙ୍କା ସୃଷ୍ଟି କରିଛି ା ଗ୍ରାମର ଭାଜପା ନେତା ଶଶଧର ମଣ୍ଡଳ କହିଛନ୍ତି, କେରୁଆଁପାଳ ପଞ୍ଚାୟତକୁ ସୁରକ୍ଷା ଦେବାପାଇଁ ଲୁଣାନଦୀ ଶଯ୍ୟାରେ କଂକ୍ରିଟ ଓ୍ବାଲ, ପଥର ପ୍ୟାକିଂ, ଡ୍ରପିଂ ଓ ବେସ୍‌ ତିଆରି ପାଇଁ ପଞ୍ଚାୟତ ଲୋକେ ତଟବନ୍ଧ ବିଭାଗକୁ ଦାବି କରିଆସୁଥିଲେ ା ଏହି ବିଭାଗ ପକ୍ଷରୁ ଦୁର୍ବଳ ଲୁଣା ଘେରିବନ୍ଧ ଜୁଆର ପାଣି ମାଡ କରୁଥିବା ଟର୍ନିଂ ପଏଣ୍ଟରେ ପ୍ରାୟ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଥର ପ୍ୟାକିଂ କାର୍ଯ୍ୟ ଗତ ମାର୍ଚ୍ଚ ମାସରେ ଆରମ୍ଭ କରାଯାଇଥିଲା । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କାର୍ଯ୍ୟ ୨ମାସ ନ ପୂରୁଣୁ ଖସିଯାଇ ନଦୀରେ ମିଶିଗଲା । କାର୍ଯ୍ୟ ଆରମ୍ଭ ବେଳେ ନିମ୍ନମାନର ହେବା ଦେଖି ଗ୍ରାମବାସୀ ଲୁଣାନଦୀ ଶଯ୍ୟାରେ କଂକ୍ରିଟ ଓ୍ବାଲ୍‌ କରାଯାଇ ତା’ ଉପରେ ପଥର ପ୍ୟାକିଂ, ଡ୍ରପିଂ ଓ ବେସ୍‌ ତିଆରି ପାଇଁ ଦାବି କରିଥିଲେ । ମାତ୍ର ବିଭାଗୀୟ ଅଧିକାରୀ ଲୋକଙ୍କ ଦାବି ପ୍ରତି ଧ୍ୟାନ ନ ଦେଇ କାମ କରିବାରୁ ତଟବନ୍ଧର ଅବସ୍ଥା ଏବେ ଶୋଚନୀୟ ହେବାରେ ଲାଗିଛି।
ଜନସାଧାରଣଙ୍କ ଧନ ଓ ଜୀବନକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ତଟବନ୍ଧ କାର୍ଯ୍ୟ ନିମନ୍ତେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଉଛି । ତଟବନ୍ଧ ଦୁର୍ବଳ ସ୍ଥାନକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ପଥର ପ୍ୟାକିଂ, ସ୍ପର, ବନ୍ଧକୁ ପ୍ରଶସ୍ତୀକରଣ ଆଦି କାର୍ଯ୍ୟ କରାଯାଉଛି । କିନ୍ତୁ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁ ଏସମସ୍ତ କାର୍ଯ୍ୟ ଠିକ୍‌ ହେବା ପରିବର୍ତ୍ତେ ଅତି ନିମ୍ନମାନର ହୋଇଛି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ବେହେରା କହିଛନ୍ତି, ନଦୀର ଟର୍ନିଂ ପଏଣ୍ଟରେ ସବୁବେଳେ ବିପଦ ରହିଥାଏ । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ା ସ୍ଥାନୀୟ ବିଧାୟକ ମଧ୍ୟ ଦେଖି ଯାଇଛନ୍ତି । କାର୍ଯ୍ୟର ଏଷ୍ଟିମେଟ୍‌ର ଅନୁମୋଦନ ମିଳିଲେ ଯାହାକିଛି ପଦକ୍ଷେପ ନିଆଯିବ । ତେବେ ପ୍ରଭାତୀ ପଞ୍ଚାୟତ ତଟବନ୍ଧରେ ସମ୍ପୂଣ୍ଣ ର୍‌ କଂକ୍ରିଟ ୱାଲ୍‌ ତିଆରି ପାଇଁ ପ୍ରଶାସନ ପଦକ୍ଷେପ ନେବା ସହିତ ଧସିଥିବା ସ୍ଥାନରେ ବାଲି ବସ୍ତା ଲଗାଯିବା ଜରୁରୀ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri